Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

କୁଲଦୀପଙ୍କ ଆଣ୍ଠୁର ହେଲା ସଫଳ ସର୍ଜରୀ, ମଇଦାନକୁ ଫେରିବାକୁ ଲାଗିବ ଅଧିକ ସମୟ

29/09/2021 at 9:16 PM

ନୂଆଦିଲ୍ଲୀ ୨୯।୦୯: ଆଇପିଏଲ-୨୦୨୧ରୁ ହଟି ସାରିଥିବା କୁଲଦୀପ ଯାଦବଙ୍କ ସର୍ଜରୀ ସଫଳ ହୋଇଛି। ଏବେ ତାଙ୍କୁ ପ୍ରତିଯୋଗିତାମୂଳକ କ୍ରିକେଟ୍ ଖେଳିବାକୁ ଲମ୍ଵା ରିହାବିଲିଟେସନ ପ୍ରକ୍ରିୟା ଦେଇ ଗତି କରିବାକୁ ପଡିବ। ଆଇପିଏଲରେ କୋଲକାତା ନାଇଟ୍ ରାଇଡର୍ସର ପ୍ରତିନିଧିତ୍ଵ କରୁଥିବା କୁଲଦୀପ ଯାଦବ ବର୍ତ୍ତମାନ ଭାରତୀୟ ଦଳରୁ ବାହାରେ ଅଛନ୍ତି।

କୁଲଦୀପ ଆଇପିଏଲ-୨୦୨୧ ମଝିରେ ୟୁଏଇରୁ ସ୍ଵଦେଶ ଫେରି ଆସିଥିଲେ। ଏବେ ଆଣ୍ଠୁ ସର୍ଜରୀ ପରେ ତାଙ୍କୁ ପଡିଆକୁ ଫେରିବାରେ ସମୟ ଲାଗିବ। ସାମାଜିକ ଗଣମାଧ୍ୟମରେ ନିଜର ସଫଳ ସର୍ଜରୀର ସେ ସୂଚନା ଦେଇଛନ୍ତି।

ବାମହାତୀ ସ୍ପିନର କୁଲଦୀପ ଯାଦବଙ୍କ କହୁଣୀରେ ଗମ୍ଭୀର ଆଘାତ ଲାଗିଥିଲା। ଏହା ପରେ ସେ ସଂପୂର୍ଣ୍ଣ ଆଇପିଏଲରୁ ଓହରି ଯାଇଥିଲେ। କୁଲଦୀପ ଟ୍ଵିଟରରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ହସ୍ପିଟାଲ୍ ବେଡ୍‌ରେ ଶୋଇଥିବା ଦେଖିବାକୁ ମିଳିଛି। ଫଟୋରୁ ଏହା ମଧ୍ୟ ସ୍ପଷ୍ଟ ଜଣା ପଡୁଛି ଯେ, ତାଙ୍କ ଆଣ୍ଠୁରେ ପୂରା ବ୍ୟାଣ୍ଡେଜ ବନ୍ଧା ହୋଇଛି।

ସେ ଲେଖିଛନ୍ତି, ସର୍ଜରୀ ସଫଳ ହୋଇଛି ଏବଂ ସୁସ୍ଥ ହେବା ଏବେ ଆରମ୍ଭ ହୋଇଛି। ଆପଣଙ୍କ ସମର୍ଥନ ପାଇଁ ସଭିଙ୍କୁ ମୋର ଧନ୍ୟବାଦ। କେମିତି ଶୀଘ୍ର ହେବି ଏବଂ ପଡିଆକୁ ଫେରିବି ତା ଉପରେ ମୋର ଧ୍ୟାନ ରହିବ। କାନପୁରର କୁଲଦୀପ ଭାରତ ପାଇଁ ୭ ଟେଷ୍ଟ, ୬୫ ଦିନିକିଆ ଓ ୨୩ ଟି-୨୦ ମ୍ୟାଚ୍‌ରେ ୧୭୪ ଓ୍ଵିକେଟ୍ ନେଇଛନ୍ତି। ସେ ଭାରତ ପକ୍ଷରୁ ଶେଷ ଥର ଶ୍ରୀଲଙ୍କା ଗସ୍ତରେ ଖେଳିଥିଲେ।

   Related Posts