Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟାର୍‌ ଟିଟୋ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଆହତ

30/06/2018 at 9:55 PM

କେନ୍ଦ୍ରାପଡ଼ା : କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟାର୍‌ ଟିଟୋ ଓରଫ୍ ଶେଖ ଉସମାନ୍ ଅଲ୍ଲୀ ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ଆହତ ହୋଇଛି। ସୂଚନା ମୁତାବକ, ଏକ ବଡ଼ ଟେଣ୍ଡର ଫିକ୍ସିଂ ଫଇସାଲା କରିବାକୁ ଆସିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ୍‌ର ସ୍ପେସାଲ୍‌ ଟାସ୍କ ଫୋର୍ସ(ଏସଟିଏଫ୍‌) ତାକୁ ଧରିବାକୁ ଯାଇଥିଲା। ଏହି ସମୟରେ ପୁଲିସକୁ .ଦେଖି ଟିଟୋ ଓ ତା’ର ୩ ସହଯୋଗୀ ଏସ୍‌ଟିଏଫ୍‌ର ଟାଟା ସୁମୋ ଉପରକୁ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରିଥିଲେ। ଏସ୍‌ଟିଏଫ୍‌ ପକ୍ଷରୁ ପାଲଟା ଗୁଳି ଚାଳନା କରାଯାଇଥିଲା। ଗୁଳି ବିନିମୟରେ ଟିଟୋ ଡାହାଣ ଗୋଡ଼ରେ ଗୁଳି ବାଜି ସେ ଆହତ ହୋଇଛି। ବର୍ତ୍ତମାନ ଟିଟୋକୁ ଚିକିତ୍ସା ଲାଗି ବଡ଼ଚଣା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ କ୍ରାଇମବ୍ରାଞ୍ଚ କବଜାରେ ଥିବା ଟିଟୋକୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିବା ଜଣାପଡ଼ିଛି।

   Related Posts