Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

କିଏ ସେ ମାଫିଆ ଗ୍ୟାଙ୍ଗଷ୍ଟର ଯାହାର ଗୋଟିଏ ଭୁଲ ଯୋଗୁଁ ଧରାପଡ଼ିଲେ ଶହ ଶହ ଅପରାଧୀ

10/06/2021 at 9:48 PM

ନୂଆଦିଲ୍ଲୀ ୧୦/୦୬ : ବୁଧବାର ଦିନ ଖବର ଆସିଥିଲା ଯେ ସମଗ୍ର ବିଶ୍ୱରେ ୮୦୦ ରୁ ଅଧିକ ସନ୍ଦିଗ୍ଧ ଅପରାଧୀ ଆମେରିକାର ଅନୁସନ୍ଧାନକାରୀ ସଂସ୍ଥା FBI ଦ୍ୱାରା ବୁଣା ଯାଇଥିବା ଜାଲରେ ଧରାପଡିଛନ୍ତି। ଏହା ଏକ ଅନ୍ତରାଷ୍ଟ୍ରୀୟ ଅଭିଯାନ ଥିଲା ଯାହାର ଯୋଜନା ଅଷ୍ଟ୍ରେଲିଆ ଓ ଆମେରିକାର ଅଧିକାରୀ କରିଥିଲେ ।

ଏଥିପାଇଁ ସେମାନେ ଏକ ମେସେଜିଙ୍ଗ ଆପ ପ୍ରସ୍ତୁତ କରିଥିଲେ । ଏହି ଆପକୁ ଅପରାଧୀମାନଙ୍କ ପାଖକୁ ପହଞ୍ଚାଇଥିଲେ । ଅପରାଧୀମାନେ ଏହି ଆପ ବ୍ୟବହାର କରିଥିଲେ | ଅପରାଧୀମାନେ ଜାଣିନଥିଲେ ଯେ ସେମାନେ ଯାହା ଚାଟ କରୁଛନ୍ତି ତା ଉପରେ ପୋଲିସର ନଜର ରହିଛି । ଅପରାଧୀଙ୍କ ଚାଟରୁ ପୋଲିସ ଡ୍ରଗ୍ସ ସ୍ମଗଲିଙ୍ଗ, ମନି ଲଣ୍ଡ୍ରରିଙ୍ଗ୍ ଓ ହତ୍ୟା ଯୋଜନା ପତା କରିଥିଲା।ଅଷ୍ଟ୍ରେଲିଆ ପୋଲିସ କହିଛି ଯେ ଏହି ମେସେଜିଙ୍ଗ ଆପକୁ ହକନ ଆୟିକ୍ ଅନେକ ଅପରାଧୀଙ୍କ ପାଖକୁ ପହଞ୍ଚାଇଥିଲା । ସେ ଏକ ମୋଷ୍ଟ ୱାଣ୍ଟେଡ ମାଫିଆ ଗ୍ୟାଙ୍ଗଷ୍ଟର । ଅଧିକାରୀଙ୍କ କହିବାନୁସାରେ, ଆୟିକକୁ ଜଣେ ଇନଫ୍ଲୁଏନସର ଭାବେ ବ୍ୟବହାର କରାଯାଇଥିଲା ।

ଅଣ୍ଡରକୋଭର ଏଜେଣ୍ଟ ତାଙ୍କ ପାଖକୁ ଏକ ହ୍ୟାଣ୍ଡସେଟ୍ ପହଞ୍ଚାଇଥିଲା ଯାହାକୁ ସେମାନେ ଅନ୍ୟମାନଙ୍କୁ ମଧ୍ୟ ବ୍ୟବହାର କରିବାକୁ କହିଥିଲେ ।ଜଣେ ବରିଷ୍ଠ ଅଧିକାରୀ ଅଷ୍ଟ୍ରେଲୀୟ ଟେଲିଗ୍ରାଫ୍ ଖବରକାଗଜକୁ କହିଛନ୍ତି, “ଅଣ୍ଡରୱାର୍ଲ୍ଡରେ ତାଙ୍କ ସ୍ଥିତିକୁ ନଜରରେ ରଖି ତାଙ୍କୁ ମନୋନୀତ କରାଯାଇଥିଲା। ତାହା ଏକ ଟାର୍ଗେଟ ଥିଲେ ଯେ ସେ ନିଶ୍ଚିତ ଏହି ପ୍ଲାଟଫର୍ମ ଅନ୍ୟ ଲୋକଙ୍କ ପାଖକୁ ପହଞ୍ଚାଇବେ ।” ଖବର ଅନୁଯାୟୀ, ଗତ କିଛି ବର୍ଷ ଧରି ଆୟିକଙ୍କ ତୁର୍କୀରେ ଲୁଚି ରହିଛି।

ମାଫିଆ ଗ୍ୟାଙ୍ଗଷ୍ଟର ହକନ ଆୟିକ୍ କିଏ :୪୨ ବର୍ଷିୟ ଜୋସେଫ ହାକାନ ଆୟିକଙ୍କ ପିତାମାତା ତୁର୍କୀରୁ ଆସିଥିଲେ ଏବଂ ତାର ପିଲାଦିନ ଅଷ୍ଟ୍ରେଲିଆର ସିଡନୀ ନିକଟବର୍ତ୍ତୀ ଅଞ୍ଚଳରେ ବିତିଛି ଯେଉଁଠାରେ ମୁଖ୍ୟତଃ ଚାକିରିଆମାନେ ରହୁଥିଲେ। ଅଷ୍ଟ୍ରେଲୀୟ ଗଣମାଧ୍ୟମ ତାକୁ “ଫେସବୁକ ଗ୍ୟାଙ୍ଗଷ୍ଟର” ବୋଲି କୁହେ। ଅଷ୍ଟ୍ରେଲୀୟ ଗଣମାଧ୍ୟମ ଅନୁଯାୟୀ, ସେହି ସମୟର ଭିଡିଓରେ ସେ ୩ ଲକ୍ଷ ଡଲାର ମୂଲ୍ୟର କାର ଚଳାଉଥିଲେ। ପ୍ରାୟ ଏକ ଦଶନ୍ଧି ପୂର୍ବରୁ ସେ ଅନଲାଇନ୍ ପ୍ଲାଟଫର୍ମରେ ନିଜର ମହଙ୍ଗା ଜୀବନଶୈଳୀ ଦେଖାଇବା ପାଇଁ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଥିଲେ। ସେ ଅନେକ ଗ୍ୟାଙ୍ଗ ସହ ଜଡିତ ଥିବା ଏବଂ ଡ୍ରଗ୍ସ ନେଟୱାର୍କ ଚଳାଉଥିବା ଅଭିଯୋଗ ହୋଇଥିଲା।ହିରୋଇନ ଚୋରା ଚାଲାଣ ମାମଲାରେ ସେ ସମ୍ପୃକ୍ତ ଥିବା ପୋଲିସ କହିବା ପରେ ସେ ଦେଶ ବାହାରେ ଅଛି। ତାକୁ ୨୦୧୦ ମସିହାରେ ସାଇପ୍ରସରେ ଗିରଫ କରାଯାଇଥିଲା କିନ୍ତୁ ଜାମିନ ପାଇବା ପରେ ସେ ଗାୟବ ହୋଇଯାଇଥିଲା। ଅଷ୍ଟ୍ରେଲିଆରେ ତା ନାଁ ମୋଷ୍ଟ ୱାଣ୍ଟେଡ ଅପରାଧୀ ତାଲିକାରେ ଅନ୍ତର୍ଭୁକ୍ତ ।

ପୋଲିସର ସୂଚନାନୁସାରେ, ଆୟିକ୍ ବିଦେଶରେ ରହି ମଧ୍ୟ ନିଜର ବେଆଇନ କାର୍ଯ୍ୟ ଜାରି ରଖିଥିଲେ। ଗତ କିଛି ବର୍ଷରେ ତାର ଅନେକ ସହଯୋଗୀଙ୍କୁ ଗିରଫ କରାଯାଇଥିଲା। ଚଳିତ ସପ୍ତାହରେ ଅଷ୍ଟ୍ରେଲୀୟ ଗଣମାଧ୍ୟମ ଦାବି କରିଛି ଯେ ସେ ଅପରାଧୀ ଗ୍ୟାଙ୍ଗ “Ozzie Cartel” ର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଅନେକ ଅପରାଧୀ ଗୋଷ୍ଠୀ ଏହି ଗ୍ୟାଙ୍ଗରେ ଜଡିତ ଏବଂ ସେମାନେ ଏକାଠି କାମ କରନ୍ତି । ଏକ ଆକଳନ ଅନୁଯାୟୀ, ପ୍ରତିବର୍ଷ ଏହି ଗ୍ୟାଙ୍ଗ ଦେଶ ଭିତରେ ଏକ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଡ୍ରଗ୍ସ ଯୋଗାଇଥାଏ।60 ମିନିଟ୍ ଅଷ୍ଟ୍ରେଲିଆ, ଦି ଏଜ୍ ଏବଂ ସିଡନୀ ମର୍ନିଂ ହରୋଲ୍ଡ ଏକ ମିଳିତ ଅନୁସନ୍ଧାନରେ ରୋଲଗୱୋକହ ଜୋଗୂପଗୋତ ରା ତୁର୍କୀରେ ବଞ୍ଚିଥିବାର ଦେଖିବାକୁ ମିଳିଥିଲା। ବିଦେଶରେ ରହି ସେ ନିଜର ଟଙ୍କା ବ୍ୟବସାୟରେ ବିନିଯୋଗ କରେ ଏବଂ ନିଜର ଦୁଇଟି ମହଙ୍ଗା ଘରେ ମଧ୍ୟ ଖର୍ଚ୍ଚ କରେ ।ଯାଞ୍ଚ ଅନୁଯାୟୀ ସେ ନାମ ବଦଳାଇ ହକାନ ରେଇସ କରିଛି ଓ ଅଷ୍ଟ୍ରେଲୀୟ ନାଗରିକତ୍ୱ ତ୍ୟାଗ କରି ଜଣେ ଡଚ୍ ମହିଳାଙ୍କୁ ବିବାହ କରିଛି ।

   Related Posts