Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

କାଶ୍ମୀରରେ ଖୋଲିଲା ଦେଶର ପ୍ରଥମ ସମ୍ପୂର୍ଣ୍ଣ ବରଫରେ ନିର୍ମିତ କାଫେ

30/01/2021 at 4:34 PM

କାଶ୍ମୀର ୩୦।୧: ଭାରତର ଜମ୍ମୁ-କାଶ୍ମୀରର ସୌନ୍ଦର୍ଯ୍ୟକୁ ଦେଖିଲେ ଏହା ପୃଥିବୀର ସ୍ବର୍ଗ ଭଳି ମନେ ହୁଏ । ଶୀତ ଋତୁରେ ଥଣ୍ଡାରେ ବରଫର ମଜା ନେବା ପାଇଁ ପର୍ଯ୍ୟଟକମାନେ ସେଠାକୁ ବୁଲିବାକୁ ବେଶ ପସନ୍ଦ କରିଥାନ୍ତି । ଯଦି ଏଠାରେ ବରଫ ପଡିବା କଥା କୁହାଯାଏ, ତେବେ ଚଳିତ ବର୍ଷ ଏଠାରେ ପଡୁଥିବା ବରଫ ରେକର୍ଡ ଭାଙ୍ଗିଛି । କୁହାଯାଉଛି ଏଠାରେ ଅନେକ ବର୍ଷ ପରେ ଅଧିକ ବରଫ ପଡିଛି । ଯେଉଁ କାରଣରୁ ଗୁଲମର୍ଗଠାରେ କାଶ୍ମୀରର ପ୍ରଥମ ଇଗ୍ଲୋ କାଫେ ତିଆରି ହୋଇଛି । ଯାହାକି କାନ୍ନାଡା, ଫିନଲାଣ୍ଡ ଏବଂ ସ୍ବିଜରଲାଣ୍ଡ ଭଳି ଦେଶରେ ଦେଖିବାକୁ ମିଳିଥାଏ । କିନ୍ତୁ ଏବେ ଏହାକୁ ଦେଖିବାର ମଜା ଭାରତରେ ମଧ୍ୟ ମିଳିପାରିବ ।

ଏହି କାଫେକୁ ଗୁଲମର୍ଗର ଜଣେ ହୋଟେଲ ମାଲିକ ବସିନ ସାହା, ପର୍ଯ୍ୟଟକ ଏବଂ ସାଧାରଣ ଲୋକମାନଙ୍କ ପାଇଁ ନିର୍ମାଣ କରିଛନ୍ତି । ଏହା ସମ୍ପୂର୍ଣ୍ଣ ଭାବରେ ବରଫରେ ତିଆରି ହୋଇଛି । ଏହି କାଫେର ଚଉଡା ପାଖାପାଖି ୨୨ଫୁଟ ଏବଂ ଉଚ୍ଚତା ୧୩ ଫୁଟ । ଏହା କେବଳ ୧୫ ଦିନ ମଧ୍ୟରେ ତିଆରି ହୋଇଛି । ଏହାର ମାଲିକ ଏହି କାଫେ ପାଇଁ ଲିମକା ଇ ବୁକ୍ ରେ ଏସିଆର ସବୁଠାରୁ ବଡ ଇଗ୍ଲୋ ହେବାର ଆଖ୍ୟା ପାଇବାକୁ ଆଶା ରଖିଛନ୍ତି । 

ଏହି କାଫେର ବିଶେଷତ୍ବ ହେଉଛି ଏଠାରେ ଏକା ସମୟରେ ପାଖାପାଖି ୧୬ଜଣ ଲୋକ ବସି ଚା’ ପିଇବାର ମଜା ନେଇପାରିବେ । ଏଥି ସହିତ ଏହି କାଫେରେ ଟେବୁଲ ପାଖରୁ ବେଞ୍ଚ ପର୍ଯ୍ୟନ୍ତ ସମସ୍ତ ଜିନିଷ ବରଫରେ ତିଆରି ହୋଇଛି । କାଫେର ଡିଜାଇନ୍ ପାରମ୍ପରିକ କାଶ୍ମୀର କଳାକୁ ଧ୍ୟାନରେ ରଖି ତିଆରି କରାଯାଇଛି ।

ବାସିନ ସାହ କହିଛନ୍ତି, ସେ ବରଫ ପଡୁଥିବା ସମୟରେ ଶ୍ରୀନଗରରେ ନିଜର ଘର ତିଆରି କରୁଥିଲେ, ସେତେବେଳେ ତାଙ୍କ ମନକୁ ଇଗ୍ଲୋ କାଫେ କରିବାକୁ ଚିନ୍ତା ଆସିଥିଲା । ସେ ଇଣ୍ଟରନେଟ୍ ମାଧ୍ୟମରେ ଏହାକୁ କିପରି ତିଆରି କରିବେ ଦେଖି ତାହାର ନିର୍ମାଣ ଆରମ୍ଭ କରିଥିଲେ  ।

   Related Posts