Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

କାମ ସାରି ଟ୍ରାକ୍ଟରରେ ଲୋଡ କରୁଥିଲେ ବଳକା ରଡ୍‌, ବିଦ୍ୟୁତ୍‌ ତାରରେ ଲାଗିଗଲା, ତାପରେ…

17/10/2021 at 6:05 PM

ବାଲିଗୁଡ଼ା, ୧୭/୧୦: ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶ୍ରମିକ ମୃତ । ମୃତକ ହେଲେ କୋଟଗଡ ଥାନା ସୁବର୍ଣ୍ଣଗିରି ଗାଁ ର ବାସୁଦେବ ପାତ୍ର (ବୟସ ୨୨ ) । ମିଳିଥିବା ସୂଚନା ଅନୁଯାୟୀ ଶ୍ରମିକ ଜଣକ ତୁମୁଡିବନ୍ଧ ଦମକଳ କେନ୍ଦ୍ର ପଛପଟେ ନିର୍ମାଣଧୀନ ବସୁଧା ଯୋଜନା ପ୍ରକଳ୍ପରେ ହେଉଥିବା ପାଣି ଟାଙ୍କିରେ କାମ କରିଆସୁଥିଲେ । କାମ ସରିବା ପରେ ବାକି ବଳକା ଛଡ଼ ଟ୍ରାକଟରରେ ଲୋଡ କରୁଥିବା ବେଳେ ଉପରେ ଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଘଟଣା ସ୍ଥଳରେ ତାଙ୍କର ପ୍ରାଣବାୟୁ ଉଡିଯାଇଥିଲା l

ଦୁର୍ଘଟଣାର ଗୋଟେ ଦିନ ବିତି ଯାଇଥିଲେ ମଧ୍ୟ ଠିକାଦାରର ଦେଖା ମିଳିନାହିଁ l କାମ କରାଉଥିବା ଠିକାଦାର ଠାରୁ ପାଞ୍ଚ ଲକ୍ଷ କ୍ଷତି ପୂରଣ ଦାବି ନେଇ ପରିବାର ବର୍ଗ ବାଲିଗୁଡାରୁ ମୁନିଗୁଡା ସଂଯୋଗ କରୁଥିବା ଜାତୀୟ ରାଜପଥ ୫୯କୁ ଅବରୋଧ କରି ବସିଛନ୍ତି l ଏନେଇ ତୁମୁଡିବନ୍ଧ ଥାନାଧିକାରୀ ତରୁଣ ତପନ ବେହରା ପରିବାରବର୍ଗଙ୍କ ସହିତ ବୁଝାସୁଝା କରୁଥିବା ଜଣାପଡ଼ିଛି ।

   Related Posts