Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପାଙ୍କ ପାଇଁ ଆଜି ଅଗ୍ନି ପରୀକ୍ଷା

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦୁରପ୍ପାଙ୍କ ପାଇଁ ଆଜି ଅଗ୍ନି ପରୀକ୍ଷା । ବହୁମତ ସାବ୍ୟସ୍ତ କରିବାକୁ ବିଧାନସଭାରେ ୧୫ଦିନ ସମୟ ମିଳିଥିଲେ ବି ଆଜି ସୁପ୍ରିମକୋର୍ଟରେ ସମର୍ଥକ ବିଧାୟକଙ୍କ ତାଲିକା ଦାଖଲ କରିବେ ୟେଦୁରପ୍ପା । ଗାଦି ବଞ୍ଚାଇବାକୁ ହେଲେ ତାଙ୍କୁ ଦରକାର ଆହୁରି ୮ଜଣ ବିଧାୟକଙ୍କ ସମର୍ଥନ । ଆଜି ସକାଳ ସାଢେ ୧୦ଟାରେ ଏନେଇ ସୁପ୍ରିମକୋର୍ଟରେ ଶୁଣାଣି ହେବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଯଦି ସମର୍ଥକ ବିଧାୟକଙ୍କ ତାଲିକାରେ କୌଣସି ସମସ୍ୟା ଥିବା ନେଇ କୋର୍ଟ ଉପଲବ୍ଧି କରନ୍ତି ତେବେ ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଗାଦିଚ୍ୟୁତ ହେବାର ମଧ୍ୟ ଆଶଙ୍କା ରହିଛି । କର୍ଣ୍ଣାଟକ ଫଳାଫଳ ଅନୁସାରେ ନିର୍ବାଚନ ହୋଇଥିବା ୨୨୨ ଆସନରୁ ଏକକ ବୃହତ ଦଳ ଭାବେ ବିଜେପି ପାଇଛି ୧୦୪ ଆସନ । ଯାହାକି ମ୍ୟାଜିକ୍ ନମ୍ବର ଠାରୁ ୮ କମ୍ । ସେହିପରି କଂଗ୍ରେସକୁ ୭୮ ଓ ଜେଡିଏସ୍ କୁ ମିଳିଛି ୩୭ ଆସନ । ବିଏସ୍ ପି ଗୋଟିଏ ଓ ଅନ୍ୟାନ୍ୟ ପାଇଛନ୍ତି ୨ଟି ସିଟ୍ । ଫଳାଫଳ ଆସିବା ପରେ କଂଗ୍ରେସ-ଜେଡିଏସ୍ ହାତ ମିଳାଇଥିବାରୁ ୟେଦୁରପ୍ପାଙ୍କ ପାଇଁ ସୃଷ୍ଟି ହୋଇଛି ଅଡୁଆ ପରିସ୍ଥିତି । ଆଉ ୮ବିଧାୟକଙ୍କ ସଂଖ୍ୟା ବିଜେପି କେମିତି ଯୋଗାଡ଼ କରିବ ତାକୁ ନେଇ ଚାଲିଛି ଘଡିକୁ ଘ଼ଡି କସରତ । ଆଜି କଂଗ୍ରେସ ଓ ଜେଡିଏସର ଆବେଦନ ଉପରେ ସୁପ୍ରିମକୋର୍ଟ ଶୁଣାଣି କରିବେ ।

699 Views

   ସମ୍ବନ୍ଧିତ ଖବର