Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନା ବିରୋଧରେ ଲଢ଼େଇ ଜୋରଦାର, ଆଗାମୀ ୩ ଦିନରେ ରାଜ୍ୟକୁ ମିଳିବ ଭ୍ୟାକସିନ୍‌ର ୫୧ ଲକ୍ଷ ଡୋଜ୍‌

16/05/2021 at 5:53 PM

ନୂଆଦିଲ୍ଲୀ ୧୬/୫: ଦେଶରେ କରୋନା ସଂକ୍ରମଣ ବୃଦ୍ଧିକୁ ଦେଇ ଟିକାକରଣ ଜୋରଦାର କରିଦିଆଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ଏବେ ସୁଦ୍ଧା ୧୮ କୋଟିରୁ ଅଧିକ ଲାଭାର୍ଥୀ ଭ୍ୟାକ୍ସିନ୍‌ ନେଇସାରିଛନ୍ତି। ଗତ ୨୪ ଘଣ୍ଟାରେ ଦେଶରେ ୧୭,୩୩,୨୩୨ ଭ୍ୟାକସିନ୍‌ ଡୋଜ୍‌ ଦିଆଯାଇଛି। ଏହା ପ​ରେ ଟିକାକରଣର ମୋଟ୍‌ ସଂଖ୍ୟା ୧୮,୨୨,୨୦,୧୬୪ରେ ପହଞ୍ଚିଯାଇଛି। ଭାରତ ସରକାରଙ୍କ ଦ୍ବାରା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଏବେ ସୁଦ୍ଧା ୨୦ କୋଟିରୁ ଅଧିକ ଟିକାର ଡୋଜ୍‌ ମାଗଣାରେ ଦିଆଯାଇଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁସାରେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏବେ ବି ୧.୮୪ କୋଟି ଡୋଜ୍‌ ରହିଛି। ଆଗାମୀ ୩ ଦିନ ମଧ୍ୟରେ ଏହା ବ୍ୟତୀତ ପାଖାପାଖି ୫୧ ଲକ୍ଷ ଡୋଜ୍‌ ଦିଆଯିବ। ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି, ‘ବର୍ଦ୍ଧିତ ଚାହିଦାକୁ ନଜରରେ ରଖି ଟିକା ଉତ୍ପାଦନ କ୍ଷିପ୍ର କରାଯାଇଛି। ଏବେ ଯେତିକି ପରିମାଣରେ ଭ୍ୟାକସିନ୍‌ ଉତ୍ପାଦନ ହେଉଛି ତାହାକୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ସମାନ ଭାବେ ବଣ୍ଟନ କରାଯାଉଛି। ଜୁଲାଇ ଶେଷ ସୁଦ୍ଧା ଭାରତରେ ୫୧.୬ କୋଟି ଭ୍ୟାସିନ୍‌ ଡୋଜ୍‌ ଦେବାର ଲକ୍ଷ୍ୟ ରହିଛି।’

ଦେଶରେ ଟିକାକରଣ ପାଇଁ ୨୧.୨୬ କୋଟି ଲୋକଙ୍କ ପଞ୍ଜିକରଣ ହୋଇସାରିଛି। ଏଥିମଧ୍ୟରୁ ୭,୫୩,୬୦,୫୧୦ ଲୋକ ୧୮ରୁ ୪୪ ବର୍ଷ ମଧ୍ୟରେ ଥିବା ବେଳେ ୧୩,୭୨,୮୧,୨୩୬ ୪୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଟିକା ନେଇଛନ୍ତି। କେନ୍ଦ୍ର ସରକାରଙ୍କ ଦାବି, ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୫ ମାସରେ ୨ ଆରବରୁ ଅଧିକ ଡୋଜ୍‌ ଉପଲବ୍ଧ କରାଯିବ। ଯାହାକି ପୂରା ଦେଶବାସୀଙ୍କୁ ଟିକାକରଣ କରିବାରେ ପର୍ଯ୍ୟାପ୍ତ। ଅଗଷ୍ଟରୁ ଡିସେମ୍ବର ମଧ୍ୟରେ କୋଭିସିଲ୍ଡର ୭୫ କୋଟି ଡୋଜ୍‌ ଏବଂ କୋଭାକ୍ସିନ୍‌ର ୫୫ କୋଟି ଡୋଜ୍‌ ଉପଲବ୍ଧ ନେଇ ଅନୁମାନ କରୁଛନ୍ତି ସରକାର।

   Related Posts