Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ମାଡିଯାଇ ୧୪ ଶ୍ରମିକ ମୃତ
  • ||
  • ଧାନ ଖଳାକୁ ଯାଇଥିଲେ ନିରଞ୍ଜନ, କଚାଡି ମାରିଦେଲା ହାତୀ
  • ||

କରୋନାରେ ମାଲେମାଲ BCCI, ଆଇପିଏଲ ସିଜିନ ୨୦୨୦ରେ ଆୟ କରିଛି ୪ହଜାର କୋଟି

23/11/2020 at 5:49 PM

ନୂଆଦିଲ୍ଲୀ ୨୩/୧୧ : କରୋନା ଓ ଲକଡାଉନ୍ ଭଳି ତମାମ ସମସ୍ୟା ସତ୍ତ୍ଵେ ମାଲେମାଲ ଭାରତ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) । ଚଳିତ ବର୍ଷ ଆଇପିଏଲ ସିଜିନ-୧୩କୁ ସଫଳତାର ସହ ଆୟୋଜନ କରିଥିଲା ବିସିସିଆଇ । ଭାରତରେ କରୋନା ମହାମାରୀ ବ୍ୟାପିଥିବା କାରଣରୁ BCCI ଏହି ବର୍ଷ ଆଇପିଏଲକୁ UAEରେ ଆୟୋଜନ କରିବାକୁ ନିର୍ଣ୍ଣୟ କରିଥିଲା । ପ୍ରତିବର୍ଷ ମାର୍ଚ୍ଚ-ଏପ୍ରିଲରେ ହେଉଥିବା ଆଇପିଏଲ ମ୍ୟାଚ୍ ଚଳିତ ବର୍ଷ ହେବ କି ନାହିଁ ତାହା ଅନିଶ୍ଚିତତା ଭିତରେ ଥିଲା । ଏପରିକି ଆଇପିଏଲ ରଦ୍ଦ କରିବାର ଆଶଙ୍କା ମଧ୍ୟ ଅଧିକ ଥିଲା ।

ତେବେ ଏହି ତାମାମ ଅସୁବିଧା ସତ୍ତ୍ଵେ BCCI ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଏହାକୁ UAEରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏବେ BCCIକୁ ଏହାର ଫାଇଦା ମଧ୍ୟ ମିଳିଛି । ଟିମକୁ UAEରେ ହୋଇଥିବା ଆୟୋଜନରୁ ମୋଟା ଅଙ୍କା ଅର୍ଥ ମିଳିଛି । BCCIକୁ ଚଳିତ ଆଇପିଏଲରୁ ୪ହଜାର କୋଟି ଟଙ୍କାର ମୁନାଫା ମିଳିଛି ଏବଂ ଭ୍ୟୁୟରସିପରେ ମଧ୍ୟ ପ୍ରାୟ ୨୩ ପ୍ରତିଶତ ବୃଦ୍ଧି ପାଇଛି ।  

ବିସିସିଆଇର କୋଷାଧ୍ୟକ୍ଷ ଅରୁଣ ଧୁମଲ ଏକ ସାକ୍ଷାତକାରରେ ଆଇପିଏଲ ୨୦୨୦ ର ସଫଳତା ବିଷୟରେ ଆଲୋକପାତ କରୁଥିବାବେଳେ ମହାମାରୀ ସମୟରେ ବିସିସିଆଇକୁ ମିଳିଥିବା ପରିମାଣ ବିଷୟରେ ପ୍ରକାଶ କରିଥିଲେ। ମହାମାରୀ ସମୟରେ ଆମେ ୪ହଜାର କୋଟି ରୋଜଗାର କରିଥିଲୁ । ଏହି ମ୍ୟାଚରେ ସର୍ବାଧିକ ଦର୍ଶକ (ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ) ସହିତ ଆମର ଟିଭି ଦର୍ଶକ ପ୍ରାୟ ୨୩ ପ୍ରତିଶତ ବୃଦ୍ଧି ପାଇଛନ୍ତି। ଯେଉଁମାନେ IPL  ହେବକି ନାହିଁ ସନ୍ଦେହ କରୁଥିଲେ, ପରେ ସେମାନେ IPL ଆୟୋଜନ କରିଥିବାରୁ ଆମକୁ ଧନ୍ୟବାଦ ଦେଇଥିଲେ । ବିସିସିଆଇର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଆଇପିଏଲ ସମୟରେ ବୋର୍ଡ ପ୍ରାୟ ୩୦ ହଜାରରୁ ଅଧିକ କରୋନା ଟେଷ୍ଟ କରିଥିଲା ।  IPLକୁ ସୁଚାରୁରୂପେ ଶେଷ କରିବାକୁ ପ୍ରାୟ ୧୫ ଶହରୁ ଅଧିକ ଲୋକ ଲାଗିପଡିଥିଲେ ।

   Related Posts