କରୋନାରୁ ସୁସ୍ଥ ହେଲେ ମଲାଇକା, ପରିବାର ସମେତ ଡାକ୍ତର ଓ ପ୍ରଶଂସକଙ୍କୁ ଜଣାଇଲେ ଧନ୍ୟବାଦ
20/09/2020 at 5:29 PM

ମୁମ୍ବାଇ ୨୦/୦୯: ବଲିଉଡ୍ ଅଭିନେତ୍ରୀ ମଲାଇକା ଅରୋରା କରୋନାରେ ସଂକ୍ରମିତ ହୋଇଥିଲେ। ମାତ୍ର ଏବେ ସେ କରୋନାରୁ ସୁସ୍ଥ ହୋଇଛନ୍ତି। ଏକଥା ଖୋଦ୍ ମଲାଇକା ସୋସିଆଲ ମିଡିଆରେ ପୋଷ୍ଟ୍ କରି ଜଣାଇଛନ୍ତି। ଏହା ସହ ସେ ପରିବାର ଲୋକ, ସାଙ୍ଗସାଥୀ, ଡାକ୍ତର, ପ୍ରଶଂସକ ତଥା ବିଏମସିକୁ ଧନ୍ୟବାଦ ଜଣାଇଛନ୍ତି।
ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ମୁଁ ଶେଷର ବହୁତ ଦିନ ପରେ ମୋ ରୁମରୁ ବାହାରୁ ବାହାରିଲି। ତେବେ ଏହା ଏକ ଆଉଟିଙ୍ଗ ଭଳି ଲାଗୁଛି। ଅଳ୍ପ କଷ୍ଟ ଯନ୍ତ୍ରଣା ପାଇ ଏହି ଭାଇରସରୁ ମୁକ୍ତ ପାଇଥିବାରୁ ଧନ୍ୟ ଅନୁଭବ କରୁଛି। ମୋ ଡାକ୍ତରଙ୍କୁ ତାଙ୍କ ମେଡିକାଲ ଗାଇଡାନ୍ସ ପାଇଁ ଧନ୍ୟବାଦ ଜଣାଉଛି।’
ଏହା ସହ ମଲାଇକା ସମସ୍ତଙ୍କୁ ସୁରକ୍ଷିତ ରହିବା ପାଇଁ ଅନୁରୋଧ କରିଛନ୍ତି। ସେ ନିଜ ପୋଷ୍ଟ ସହ ନିଜର ଏକ ଫଟୋ ସେୟାର କରିଛନ୍ତି। ସେଥିରେ ସେ ମାସ୍କ ପିନ୍ଧିଥିବା ନଜର ଆସିଛନ୍ତି। କ୍ବାରେଣ୍ଟିନରେ ପୁଅଠାରୁ ଦୂରରେ ରହିବା ବଡ଼ କଷ୍ଟ କାମ ଥିଲା ତାଙ୍କ ପାଇଁ। ଏପରିକି ଦୁହେଁ ବାଲକୋନିରୁ ହିଁ କଥାବାର୍ତା କରୁଥିଲେ।