Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

କମେଣ୍ଟ କରୁଥିବା ଯୁବକଙ୍କୁ ଚପଲରେ ପିଟିଲେ ଛାତ୍ରୀ

4/08/2018 at 2:16 AM

ରୋଡ୍‌ରୋମିଓଙ୍କୁ ଦେ ଦନାଦନ୍ ଦେଲେ ଛାତ୍ରୀ ଜଣକ। ଏଭଳି ଘଟଣା ଦେଖିବାକୁ ମିଳିଥିଲା ବ୍ରହ୍ମପୁର ସହର ଗାନ୍ଧିନଗର ଅଞ୍ଚଳରେ। ଗତକାଲି ଜଣେ ଛାତ୍ରୀଙ୍କୁ ରୋଡ୍‌ରୋମିଓ କମେଣ୍ଟ୍ କରିବା ସହ ହଇରାଣ ହରକତ କରିଥିଲେ। ଗତ କିଛି ଦିନ ହେଲା ଏଭଳି କରୁଥିବା ବେଳେ ସେଥିରୁ ନିବୃତ୍ତ ରହିବାକୁ ଛାତ୍ରୀ ଜଣକ ପରାମର୍ଶ ଦେଇଥିଲେ। କିନ୍ତୁ ଛାତ୍ରୀ ଜଣକର ପରାମର୍ଶକୁ ଖାତିରି ନକରି ରୋଡ୍‌ରୋମିଓ ନିଜର ଷ୍ଟାଇଲ୍ ଦେଖାଇ ଚାଲିଥିଲେ। ଗତକାଲି ଛାତ୍ରୀ ଜଣକ କଲେଜ୍‌ରୁ ଘରକୁ ଫେରୁଥିବା ବେଳେ ରୋଡ୍‌ରୋମିଓ ଜଣକ କମେଣ୍ଟ୍ କରିଥିଲେ। ଏଥିରେ ଛାତ୍ରୀ ଜଣକ ନିଜର ଅସଲ ରୂପ ଦେଖାଇଥିଲେ। ମାନେ ଦେଇଥିଲେ ଦେ ଦନାଦନ୍। ବିଚ୍ ରାସ୍ତା ଉପରେ ଜନଗହଳିପୂର୍ଣ୍ଣ ଅଞ୍ଚଲରେ ଉତ୍ତମ ମଧ୍ୟମ ଦେଇ ଏଭଳି କାର୍ଯ୍ୟ ନକରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ। ସମସ୍ତଙ୍କ ସମ୍ମୁଖରେ ରୋଡ୍‌ରୋମିଓ ଜଣକ ଛାତ୍ରୀଙ୍କୁ କ୍ଷମା ପ୍ରାର୍ଥନା କରି ଘଟଣାସ୍ଥଳରୁ ଗାଏବ୍ ହୋଇଯାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଟାଉନ୍ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି। ଛାତ୍ରୀଙ୍କ ଅଭିଯୋଗ କ୍ରମେ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଛି। ଅଭିଯୋଗର ସତ୍ୟାସତ୍ୟ, ପ୍ରମାଣକୁ ଆଧାର କରି ଅଭିଯୁକ୍ତଙ୍କ ବିଋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନ୍ୟୁଜ୍ ୭କୁ ବ୍ରହ୍ମପୁର ଅତିରିକ୍ତ ଏସ୍.ପି ଶାନ୍ତୁନୁ ଦାସ କହିଛନ୍ତି।

   Related Posts