କମିଶନରେଟ ପୋଲିସର କ୍ୟୁଏଟି ହାତରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ
4/05/2018 at 11:48 PM

କମିଶନରେଟ ପୋଲିସର କ୍ୟୁଏଟି ହାତରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ । ଅପରାଧୀ ମାନେ ହେଲେ ପୁରୀ ଚୁଡଙ୍ଗ ସାହିର ମନୋଜ ନାୟକ, କୁମ୍ଭାର ପଡ଼ା ସେନାପତୀ ବଗିଚାର ବିଜୟ ମିଶ୍ର । ଗିରଫ ଅପରାଧୀଙ୍କ ଠାରୁ ଗୋଟିଏ ମାଉଜର, ୨ଟି ମେଗାଜିନ ଏବି ଗୋଟିଏ ଅଫୁଟା ଗୁଳି ସହିତ ବାଇକ ଜବତ ହୋଇଛି । ଏମାନେ ପୁରୀ କେନାଲ ରାସ୍ତାରେ ଯାଉଥିବା ବେଳେ ସୂଚନା ପାଇ ସେମାନଙ୍କୁ କାବୁ କରିଥିଲା କ୍ୟୁଏଟି ଟିମ୍ । ଏମାନଙ୍କ ନାଁରେ ପୁରୀ, ଭୁବନେଶ୍ୱର ଏବଂ କଟକର ବିଭିନ୍ନ ଥାନାରେ ଅନେକ ଅପରାଧୀକ ମାମଲା ରହିଥିବା ଡିସିପି କହିଛନ୍ତି ।