କଟକ ବଡ ମେଡିକାଲରେ ଠିକାରେ କାମ କରୁଥିବା ଆଟେଣ୍ଡାଣ୍ଟଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ତୃତୀୟ ଦିନରେ
20/06/2018 at 10:29 PM

କଟକ ବଡ ମେଡିକାଲରେ ଠିକାରେ କାମ କରୁଥିବା ଆଟେଣ୍ଡାଣ୍ଟଙ୍କ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟ ବନ୍ଦ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ଠିକାରେ କାମ କରୁଥିବା ୧୩୦ ଜଣ ଆଟେଣ୍ଡାଣ୍ଟ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ୧୮ ତାରିଖରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି ଆଟେଣ୍ଡାଣ୍ଟମାନେ ବିଭିନ୍ନ ଓ୍ବାର୍ଡ ଓ ଓଟିରେ ଆଟେଣ୍ଡାଣ୍ଟ ଭାବେ କାମ କରନ୍ତି। ଆଜିକୁ ଦୀର୍ଘ ୬ ବର୍ଷ ହେଲା ଏମାନେ ଠିକା ଭିତ୍ତିରେ କାମ କରୁଛନ୍ତି ଓ ମାସକୁ ୩ ହଜାର ୭ ଶହ ୯୫ ଟଙ୍କା ଭତ୍ତା ପାଉଛନ୍ତି। ଉଚ୍ଚ କର୍ତ୍ତୃପକ୍ଷଙ୍କୁ ନିଜର ଦାବି ସମ୍ପର୍କରେ ଏମାନେ ବାରମ୍ବାର ଜଣାଇ ଆସୁଥିବା ସତ୍ତ୍ବେ କର୍ତ୍ତୃପକ୍ଷ ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବାର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିଛନ୍ତି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି। ଏମାନଙ୍କ ଉପସ୍ଥିତି ସତ୍ତ୍ବେ ସରକାର କାହିଁକି ଆଉ ୧୮୧ଟି ପଦ ପାଇଁ ବିଜ୍ଞାପନ ବାହାର କଲେ ତାର ଜବାବ ରଖିବା ପାଇଁ ମଧ୍ୟ ଆନ୍ଦୋଳନକାରୀ ଦାବି କରିଛନ୍ତି। ଆନ୍ଦୋଳନକୁ ଭଣ୍ଡୁର କରିବା କରିବା ପାଇଁ ଏସ୍ସିବି କର୍ତ୍ତୃପକ୍ଷ ମସୁଧା କରୁଥିବା ବିକ୍ଷୋଭକାରୀ ଆଉଟ୍ସୋର୍ସିଂ ଚତୁର୍ଥ ଶ୍ରେଣୀ କର୍ମଚାରୀମାନେ ଅଭିଯୋଗ କରିଛନ୍ତି।