କଟକ ଓ ବ୍ରହ୍ମପୁର ମଧ୍ୟରେ ଚଳାଚଳ ଆରମ୍ଭ କରିଛି ପ୍ରଥମ ମେମୁ ଟ୍ରେନ୍
22/06/2018 at 9:37 PM

କଟକ ଓ ବ୍ରହ୍ମପୁର ମଧ୍ୟରେ ଚଳାଚଳ ଆରମ୍ଭ କରିଛି ପ୍ରଥମ ମେନଲାଇନ୍ ଇଲେକ୍ଟ୍ରିକାଲ୍ ମଲଟିପୁଲ୍ ୟୁନିଟ୍ ବା ମେମୁ ଟ୍ରେନ୍। ସଂଧ୍ୟା ସାଢେ ପାଞ୍ଚଟା ସମୟରେ ଏହି ମେମୁ ଟ୍ରେନ୍ କଟକରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏହି ମେମୁ ଟ୍ରେନ୍ ର ବିଶେଷତ୍ୱ ହେଲା ଏଥିରେ ତିନୋଟି ଇଞିନ୍ ରହିଛି ଓ ଇଞିନ୍ ଗୁଡିକ ଏକକାଳୀନ କାମ କରେ। ଆରମ୍ଭରେ, ଶେଷରେ ଓ ଟ୍ରେନ୍ ର ମଝିରେ ଏହି ତିନୋଟି ଇଞିନ୍ ରହିଛି। ତିନୋଟି ଇଞିନ୍ ଏକକାଳୀନ କାମ କରୁଥିବାରୁ ମେମୁ ଟ୍ରେନ୍ର ପିକ୍ଅପ୍ ଅନ୍ୟ ଟ୍ରେନ୍ ତୂଳନାରେ ଯଥେଷ୍ଟ ଅଧିକ। ତେଣୁ ଥରେ ମେମୁ ଟ୍ରେନ୍ ଗଡିବା ଆରମ୍ଭ କଲେ ଏଥିରେ ଚଢିବାକୁ ବାରଣ କରାଯାଇଛି। ଏହା ସହ ଟ୍ରେନ୍ ରେ ତିନୋଟି ଇଞିନ୍ ଥିବାରୁ କୌଣସି ଗୋଟିଏ ବା ଦୁଇଟି ଇଞିନ୍ ଖରାପ ହେଲେ ମଧ୍ୟ ଟ୍ରେନ୍ ସୁରୁଖୁରୁରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବ। ଏହା ବ୍ୟତୀତ ଟ୍ରେନ୍ ବ୍ରହ୍ମପୁରରେ ପହଞ୍ଚି ପୁଣି କଟକ ଅଭିମୁଖେ ଆସିବା ପାଇଁ ଇଞିନ୍ ବଦଳ କରିବାକୁ ପରିବନି। କାରଣ କଟକ ଆଡୁ ପଛରେ ଥିବା ଇଞିନ୍ ବ୍ରହ୍ମପୁରରୁ ଆସିବା ବେଳେ ଆଗ ଇଞିନ ଭଳି କାମ କରିବ। ପ୍ରଥମ ଥର ପାଇଁ କଟକରୁ ବ୍ରହ୍ମପୁର ଯାଉଥିବା ଏହି ମେମୁ ଟ୍ରେନ୍ ରେ ଯାତ୍ରା କରିବା ପାଇଁ ଯାତ୍ରୀ ମାନଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଦେଖିବାକୁ ମିଳିଥିଲା।