Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

କଟକର ପରିମଳ ବ୍ୟବସ୍ଥା ବିପର୍ଯ୍ୟପ୍ତ

6/08/2018 at 7:30 PM

କଟକ ସହରରେ ଅଳିଆ ,ଆବର୍ଜନା, ନର୍ଦ୍ଦମା ସଫା ଲାଗି ପ୍ରତିବର୍ଷ ଖର୍ଚ୍ଚ ହେଉଛି ଅଢେଇ କୋଟି ଟଙ୍କା । ଅଥଚ ବଦଳୁନି ଅବସ୍ଥା । ସାମାନ୍ୟ ବର୍ଷାହେଲେ, ଉବୁଟୁବୁ ହେଉଛି କଟକ ସହର। ଅଥଚ ସି ଏମ୍ ସି କର୍ତ୍ତୃପକ୍ଷଙ୍କ ଠାରୁ କୌଣଷି ସନ୍ତୋଷଜନକ ଉତ୍ତର ମିଳୁନି। ତେବେ ଏପରି ପରିମଳ ସମସ୍ୟାର କାରଣଟି ହେଲା,ସହରର ପ୍ରାୟ ସମସ୍ତ ନାଳ ନର୍ଦ୍ଦମାରେ ଭରି ହୋଇ ରହୁଛି କୁଢ କୁଢ ଅଳିଆ… କିଛି ଅସାଧୁ ବ୍ୟବସାୟୀ ହିଁ ସମସ୍ତ ବର୍ଯ୍ୟବସ୍ତୁକୁ ନର୍ଦ୍ଦମା ଭିତରେ ଢାଳିଦେଉଛନ୍ତି। କିନ୍ତୁ କାର୍ଯ୍ଯାନୁଷ୍ଠାନ କରୁନି ସି ଏମ୍ ସି। ଆଉ ପ୍ରତିକାର ପଦକ୍ଷେପ କିମ୍ବା ଉତ୍ତରଦାୟିତ୍ବ ନିଭାଇବା ପରିବର୍ତ୍ତେ ,କଟକିଆଙ୍କ ଉପରେ ସବୁ ଦୋଷ ଲଦିଛନ୍ତି ବିଧାୟକ। କଟକ କାହିଁକି ସ୍ମାର୍ଟସିଟି ତାଲିକାରୁ ବାଦ୍ ପଡିଲା, ତାକୁ ନେଇ ବିଗତ ଦିନରେ ଖୁବ ଜୋର ସୋର ପ୍ରତିକ୍ରିୟା, ପ୍ରତିବାଦ ହେଲା । ଅଥଚ, କାରଣ ଓ ନିରାକରଣ କଥା ଭାବିଲେ କି କେହି ? କଟକର ପରିମଳ ସ୍ଥିତି ଅନେକ ପ୍ରଶ୍ନ ଛିଡା କରେ। ଆଜିର ଦିନରେ କଟକର ନାଳ ନର୍ଦ୍ଦମାକୁ ଦେଖିଲେ ମନେହୁଏ, ଯେପରି ଏଠାରେ ନଗରପାଳିକା ବୋଲି କୌଣସି ସଂସ୍ଥା ହିଁ ନାହିଁ। ସାରା ସହର ର ଯେଉଁ ନାଳ ନର୍ଦ୍ଦମାକୁ ଦେଖିବେ, ତା ଭିତରେ ଭରି ହୋଇ ରହିଛି କୁଢ କୁଢ ଅଳିଆ। ତେଣୁ ଏ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ଏସବୁକୁ ସଫା କରିବାର ଦାୟିତ୍ବ କାହାର ? ଅଥଚ ସି ଏମ୍ ସି କର୍ତ୍ତୃପକ୍ଷଙ୍କ ଉତ୍ତର, ଆମେ ଲୋକଙ୍କୁ ସଚେତନ କରାଉଛୁ, ଏବଂ ଅନେକଙ୍କୁ ନୋଟିସ ମଧ୍ୟ ଜାରି କରିଛୁ ।

   Related Posts