Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରମ୍‌ଜାନ୍ ଓ ପଣା ସଂକ୍ରାନ୍ତି ଉପରେ କଟକଣା ଲଗାଇଲା ବିଏମ୍‌ସି
  • ||
  • ବ୍ରହ୍ମପୁର : ଗଞ୍ଜାମର ସବୁ ଧର୍ମାନୁଷ୍ଠାନ ୭ଦିନ ବନ୍ଦ, ସର୍ବସାଧାରଣରେ ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ପାଳନ ବାରଣ
  • ||
  • ନୟାଗଡ : ପ୍ରେମରେ ପ୍ରତାରଣା, ପ୍ରେମିକ ଦୁଆରେ ପ୍ରେମିକା, ନ୍ୟାୟ ପାଇଁ ଦେଇଛି ଧାରଣା
  • ||
  • କଟକ : ଗିରଫ ହେଲା ହାଇଦରର ସହଯୋଗୀ ୟାକୁବ୍, ସୋମବାର ଚାଉଳିଆଗଞ୍ଜ ଥାନାରେ କରିଥିଲା ଆତ୍ମସମର୍ପଣ
  • ||
  • ସୋର : ଘରେ କେହି ନଥିବା ବେଳେ ଭାଙ୍ଗିଲେ ତାଲା, ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା-ରୂପା ଅଳଙ୍କାର ସହ ଲକ୍ଷାଧିକ ଟଙ୍କା
  • ||
  • କଳାହାଣ୍ଡି : ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଚାନ୍ଦବାଲି : ଭଡା ଘରୁ ମିଳିଲା ପ୍ରବାସୀ ଶ୍ରମିକଙ୍କ ମୃତଦେହ, ମୃତ୍ୟୁ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଦାୟୀ ଅଭିଯୋଗ
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୨ ଜଣଙ୍କ ଜୀବନ, ୧୯୩୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ମହାକାଳପଡା : ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅଗ୍ନିକାଣ୍ଡ, କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଟଳିଗଲା ବଡ ବିପଦ
  • ||
  • କରଞ୍ଜିଆ : ଏକାଠି ଶୋଇଥିଲେ ସ୍ତ୍ରୀ ଓ ପ୍ରେମିକ, କଟୁରୀରେ ହାଣିଲା ସ୍ୱାମୀ
  • ||

କଟକରେ ବ୍ୟାପୁଛି ଜଣ୍ଡିସ୍

22/05/2018 at 11:09 PM

କଟକର ମାନସିଂପାଟଣା, ରାମଗଡ,ସିଦ୍ଧେଶ୍ବର ସାହି ଓ ମସ୍ତରାମ ମଠ ଓ ସୈଦାନୀ ବାଗିଚା ଭଳି ଅଞ୍ଚଳରେ ଜଣ୍ଡିସ୍ ବ୍ୟାପିଛି। ଆକ୍ରାନ୍ତଙ୍କ ସଂଖ୍ୟା ୬୦ ଅତିକ୍ରମ କରିଥିବା ବେସରକାରୀ ଭାବେ କୁହାଯାଉଛି। କିନ୍ତୁ ଜନସ୍ବାସ୍ଥ୍ୟ ବିଭାଗର ସଫେଇ ହେଉଛି, ଜଣ୍ଡିସ୍ ଏବେ ନିୟନ୍ତ୍ରଣ ଭିତରେ। ସେପଟେ ନର୍ଦ୍ଦମା ମରାମତି ପାଇଁ ବ୍ୟସ୍ତତା ଦେଖାଇଛି ମହାନଗର ନିଗମ। କାରଣ ସମ୍ପୃକ୍ତ ଅ଼ଞ୍ଚଳରେ ନର୍ଦ୍ଦମା ପାଣି ଜମିରହୁଥିବା ହେତୁ ପିଇବା ପାଣି ସଂକ୍ରମିତ ହେଉଛି ଏବଂ ଜଣ୍ଡିସ୍ ତାର କାୟା ବିସ୍ତାର କରିବାରେ ଲାଗିଛି। ଏହା ଭିତରେ ଏଭଳି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି, ପ୍ରାୟ ୨୦ ବର୍ଷ ହେଲା ମୁଖ୍ୟ ନର୍ଦ୍ଦମାକୁ ସଫା କରିନାହିଁ, ସି ଏମ୍ ସି। ଯାହା ଜଣ୍ଡିସ୍ ବ୍ୟାପିବାର ମୂଳ କାରଣ ବୋଲି ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଅ଼ଞ୍ଚଳର ବାସିନ୍ଦା ମାନେ।

Leave a Reply

   Related Posts