କଟକରେ ବେଶ ଉତ୍ସାହର ସହ ପାଳନ ହୋଇଛି ପ୍ରଭୁ ଯୀଶୁଙ୍କ ଜନ୍ମଦିନ
25/12/2018 at 11:33 AM

କଟକ ୨୫/୧୨ : କଟକ ସହରର ବିଭିନ୍ନ ଚର୍ଚ୍ଚରେ ପ୍ରଭୁ ଯିଶୁଙ୍କ ଧରାବତରଣକୁ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଛି | ଏହି ଅବସରରେ ଚର୍ଚ୍ଚ ଗୁଡିକରେ ବିଭିନ୍ନ ପ୍ରକାରର କ୍ୟାରଲ୍ ର ଆୟୋଜନ କରାଯାଇଥିଲା | କଟକ କ୍ୟାଣ୍ଟନମେଣ୍ଟ ରୋଡ୍ ରେ ଥିବା କ୍ୟାଥଲିକ୍ ଚର୍ଚ୍ଚରେ ଆର୍କ ବିଶପ୍ ଜନ୍ ବରୁଆ ଯିଶୁଙ୍କ ଧରାବତରଣ ଉତ୍ସବ ପାଳନ କରାଇଥିଲେ | ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସହରର ଲୋକ ମାନେ ଚର୍ଚ୍ଚ ଗୁଡିକରେ ଉପସ୍ଥିତ ରହି ପ୍ରଭୁ ଯିଶୁଙ୍କ ଧରାବତରଣ ଉତ୍ସବରେ ସାମିଲ୍ ହୋଇଥିଲେ |

କଟକର ବିଭିନ୍ନ ଚର୍ଚ୍ଚରେ ପ୍ରଭୁ ଯିଶୁଙ୍କ ଜନ୍ମ ଉତ୍ସବକୁ ବେଶ୍ ଆନନ୍ଦ ଉତ୍ସାହର ସହ ପାଳନ କରାଯାଇଛି | ଏହି ଅବସରରେ ସହରର ଚର୍ଚ୍ଚ ଗୁଡିକରେ ରଙ୍ଗୀନ୍ ଆଲୋକ ସଜ୍ଜା ଦେଖିବାକୁ ମିଳିଥିଲା | ସଂଧ୍ୟାରୁ ଶ୍ରଦ୍ଧାଳୁ ମାନେ ବିଭିନ୍ନ ଚର୍ଚ୍ଚ ପରିସରରେ କ୍ୟାଣ୍ଡଲ୍ ଜାଲି ପ୍ରାର୍ଥନା କରିଥିଲେ |

କଟକ କ୍ୟାଣ୍ଟନମେଣ୍ଟ ରୋଡ୍ ରେ ଥିବା କ୍ୟାଥ୍ଲିକ୍ ଚର୍ଚ୍ଚରେ ଯିଶୁଙ୍କ ଧରାବତରଣ ପାଳନ କରିବା ପାଇଁ ବିଶେଷ ଆୟୋଜନ କରାଯାଇଥିଲା | ଏହି ଚର୍ଚ୍ଚରେ ଆର୍କ ବିଶପ୍ ଜନ୍ ବରୁଆ ଉପସ୍ଥିତ ରହି ଯିଶୁଙ୍କ ଧରାବତରଣ ଉତ୍ସବ ପାଳନ କରାଇଥିଲେ |

ତେବେ ଏହି ଅବସରରେ କଟକରେ ଭାଇଚାରାର ନିଦର୍ଶନ ଦେଖିବାକୁ ମିଳିଥିଲା | ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ କଟକର ଲୋକମାନେ ଯିଶୁଙ୍କର ଏହି ଧରାବତରଣ ଉତ୍ସବରେ ଯୋଗ ଦେଇଥିଲେ | ଅନେକ ହିନ୍ଦୁ ପରିବାର ଏହି ବଡଦିନ ଉତ୍ସବ ପାଳନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ | ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକ ଓ ରୂପ ଅନେକ ହେଲେ ମଧ୍ୟ ସମସ୍ତଙ୍କ ଇଶ୍ୱର ଏକ ବୋଲି ଏହି ଶ୍ରଦ୍ଧାଳୁ ମାନେ ମତ ଦେଇତିଲେ |

ଠିକ୍ ରାତି ୧୨ ଟା ସମୟରେ ଯିଶୁଙ୍କର ଧରାବତରଣ ହୋଇଥିଲା | ଏହି ଅବସରରେ ଖ୍ରିୀଷ୍ଟିୟାନ୍ ରିତି ନିତୀ ଅନୁଯାୟି ପୂଜାପାଠ କରାଯାଇଥିଲା ଓ ଖ୍ରୀଷ୍ଟମାସ୍ କ୍ୟାରଲ୍ ର ମଧ୍ୟ ଆୟୋଜନ ହୋଇଥିଲା |
