Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

କଟକରେ ଆରମ୍ଭ ହେଲା ଗ୍ରୀନ୍ ସ୍କିଲ୍ ଡେଭଲପମେଣ୍ଟ ପ୍ରୋଗ୍ରାମ୍

28/06/2018 at 11:19 PM

କଟକରେ ଆରମ୍ଭ ହେଲା ଗ୍ରୀନ୍ ସ୍କିଲ୍ ଡେଭଲପମେଣ୍ଟ ପ୍ରୋଗ୍ରାମ୍ । ରାଜ୍ୟରେ ପ୍ରଥମ ଥର ପାଇଁ କଟକ ଜିଲ୍ଲାରୁ ଏଭଳି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ପକ୍ଷରୁ ଏହି ଗ୍ରୀନ୍ ସ୍କିଲ୍ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ସ୍କିଲ୍ ଡେଭଲପମେଣ୍ଟ କାର୍ଯ୍ୟକ୍ରମ ଜରିଆରେ କଟକ ଜିଲ୍ଲାର ନ୍ୟାସନାଲ୍ ଏନଭାର୍ଣ୍ଣମେଣ୍ଟାଲ୍ ସର୍ଭେ ଆରମ୍ଭ କରାଯିବ । ଏଭଳି ସର୍ଭେ ଭାରତରେ ପ୍ରଥମ ଥର ପାଇଁ କରାଯାଉଛି ବୋଲି କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ମୁଖ୍ୟ ଆର୍ଥିକ ପରାମର୍ଶଦାତା ଆନନ୍ଦି ସୁବ୍ରମଣ୍ୟମ୍ ସୂଚନା ଦେଇଛନ୍ତି । ସର୍ଭେରେ ପ୍ରଶିକ୍ଷିତ ବ୍ୟକ୍ତି ଜିଲ୍ଲାର ପରିବେଶ ସମ୍ପର୍କରେ ଅନୁଧ୍ୟାନ କରି ତଥ୍ୟ ସଂଗ୍ରହ କରିବେ ଓ ଏହି ତଥ୍ୟ କେନ୍ଦ୍ର ସରକାରଙ୍କ ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ହସ୍ତାନ୍ତର କରାଯିବ । ଏହି ତଥ୍ୟକୁ ଆଧାର କରି ଜଙ୍ଗଲ ଓ ପରିବେଶ ବିଭାଗ ଜିଲ୍ଲାରେ ପରିବେଶ ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ଆରମ୍ଭ କରିବ ଓ ଜିଲ୍ଲାର ପରିବେଶ ସୁରକ୍ଷା ଦିଗରେ ପଦକ୍ଷେପ ନେବ । କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏନେଇ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଯେଉଁଥିରେ ଜିଲ୍ଲାର ୧୪ ବ୍ଲକ୍ ର ଅଧିକାରୀ, ତହସିଲ୍ ର ଅଧିକାରୀ, ପରିବେଶ ବିଭାଗ, ସି ଏମ୍ ସି ଓ ସିଡିଏ ର ଅଧିକାରୀ ଯୋଗ ଦେଇଥିଲେ ।

   Related Posts