Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରୋଗୀଙ୍କ ମୁଣ୍ଡରେ କ୍ରିକେଟ ବଲ୍ ଭଳି ବ୍ଲାକ୍ ଫଙ୍ଗସ୍, ଆଇଜିଆଇଏମଏସରେ ଅପରେସନ କରି ବାହାର କଲେ ଡାକ୍ତର
  • ||
  • ୧୬ରୁ ଖୋଲିବ ସମସ୍ତ କେନ୍ଦ୍ରୀୟ କୀର୍ତ୍ତିରାଜି, କୋଭିଡ଼ କଟକଣା ମାନିବାକୁ ASI ପକ୍ଷରୁ ନିର୍ଦ୍ଦେଶନାମା
  • ||
  • ମୁହାଁମୁହିଁ ହେଲେ ୨ କାର୍, ସାମ୍ବାଦିକଙ୍କ ସମେତ ୩ ଗୁରୁତର
  • ||
  • ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ପୂର୍ବରୁ ଜାଡେଜାଙ୍କ ଦମଦାର୍ ବ୍ୟାଟିଂ : ବଢିଲା ନ୍ୟୁଜିଲାଣ୍ଡର ଚିନ୍ତା, ବିସିସିଆଇ ପୋଷ୍ଟ୍ କଲା ଭିଡିଓ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୪୩୩୯ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୩୪୬ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • ମୋହନା ବାପା-ପୁଅ ହତ୍ୟା ଘଟଣା : ୧୨ ଅଟକ, ଗୁଣି ଗାରେଡି ସନ୍ଦେହରୁ ଡବଲ୍ ମର୍ଡର୍ !
  • ||
  • ଇସ୍ରାଏଲ୍‌ରେ ସରିଲା ନେତ୍‌ନ୍ୟାହୁଙ୍କ ଶାସନ, ନଫତାଲୀ ବେନେଟ୍ ହେଲେ ନୂଆ ପ୍ରଧାନମନ୍ତ୍ରୀ
  • ||
  • ସାରା ରାଜ୍ୟକୁ ଛୁଇଁଲା ମୌସୁମୀ : ୧୬ ଯାଏଁ ପାଗ ମେଘୁଆ, ହେବ ବିକ୍ଷିପ୍ତ ବର୍ଷା
  • ||

ଐତିହାସିକ କନିକା ପାଠାଗାରର ପୁନଃ ନିର୍ମାଣ ନେଇ ଅନିଶ୍ଚିତତା

6/08/2018 at 7:34 PM

ପୂର୍ତ୍ତ ବିଭାଗକୁ ଚିଠି ଲେଖି ହାତ ବାନ୍ଧି ବସିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ଆଉ ଗର୍ବ ଗୌରବର ମୂକସାକ୍ଷୀ ଏହି ପାଠାଗାରର ପୁନଃର୍ନିମାଣ ଏବେ ପୂର୍ତ୍ତବିଭାଗର ମର୍ଜି ଉପରେ । ଏପରି ଦୋଦୁଲ୍ୟମାନ ସ୍ଥିତିରେ ଅଧିକ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛନ୍ତି ,ପାଠଗାରକୁ ଭରସା କରୁଥିବା ହଜାର ହଜାର ରେଭେନ୍ସାଭିଆନ । ପ୍ରତିମାସରେ ଲାଇବ୍ରେରୀ ଫି ଦେଉଛନ୍ତି, ଅଥଚ ଆବଶ୍ୟକ ବେଳେ କାହିଁକି ପାଇବେନି ସୁବିଧା ।ଏହି ଅସନ୍ତୋଷ ଏବେ ଦାନା ବାନ୍ଧୁଛି । ବନ୍ଦ ହୋଇପଡିଛି ରେଭେନ୍ସାର ଐତିହାସିକ କନିକା ଲାଇବ୍ରେରୀ….ଛାତରୁ ଖସୁଛି ସିମେଣ୍ଟ ଆସ୍ତରଣ … ବର୍ଷା ହେଲେ ଗଳୁଛି ପାଣି । ବିପଦ ସଂକୁଳ ଅବସ୍ଥା । ସେଥିଲାଗି ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କନିକା ପାଠାଗାରକୁ ବନ୍ଦ କରିଦେଇଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ….ଛାତ୍ରଛାତ୍ରୀମାନେ ନିରାଶ । ଖ୍ୟାତି ସଂପନ୍ନ ରେଭେନ୍ସାର ଏହି ଗୁରୁତ୍ବପୂର୍ଣ୍ଣ ପାଠାଗାର ଉପରେ ନିର୍ଭର କରିଥାନ୍ତି ହଜାର ହଜାର ଛାତ୍ର ଛାତ୍ରୀ । ବିଶେଷ କରି ଆର୍ଥିକ ଦିଗରୁ ଅନଗ୍ରସର ଏବଂ ସ୍ବଚ୍ଛଳ ନଥିବା ଛାତ୍ରଛାତ୍ରୀଙ୍କ ପାଇଁ କନିକା ଲାଇବ୍ରେରୀର ଗୁରୁତ୍ବ ଏବଂ ଆବଶ୍ୟକତା ଅଧିକ । ପାଠାଗାର ବନ୍ଦ ଥିବାରୁ ସେମାନେ ହିଁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି । କନିକା ଲାଇବ୍ରେରୀର ମରାମତି ସଂପର୍କୀତ ତଥ୍ୟ କିନ୍ତୁ ରେଭେନ୍ସା କର୍ତ୍ତପକ୍ଷଙ୍କ ଆଡକୁ ଅଙ୍ଗୁଳି ଉଠାଉଛି । କାରଣମାତ୍ର ୭ ବର୍ଷ ତଳେ କନିକା ଲାଇବ୍ରେରୀର ନବୀକରଣ ଲାଗି ୬ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା । ଛାତ , ଚଟାଣ ସବୁ ଖରାପ । ମରାମତି କାମ ଜରୁରୀ । ଏଥିପାଇଁ ପୂର୍ତ୍ତ ବିଭାଗକୁ ରେଭେନ୍ସା କର୍ତ୍ତୃପକ୍ଷ ଚିଠି ଲେଖିଛନ୍ତି । କିନ୍ତୁ କାମ କେବେ ଆରମ୍ଭ ହେବ ଓ କେବେ ଶେଷ ହେବ ତାର ଉତ୍ତର କାହା ପାଖରେ ନାହିଁ । ଆଉ ହନ୍ତସନ୍ତ ହେଉଛନ୍ତି ଛାତ୍ରଛାତ୍ରୀ ।

   Related Posts