ଏସ୍ସିବି ବୁଲିଲେ ଜଷ୍ଟିସ ମିଶ୍ର
25/07/2018 at 11:41 AM

କଟକ 25/7 : ରାଜ୍ୟ ମାନବାଧିକାର କମିଶନ ଅଧ୍ୟକ୍ଷ ଜଷ୍ଟିସ ବୀର କିଶୋର ମିଶ୍ର ଅଚାନକ କଟକ ଏସ୍ସିବି ପରଦର୍ଶନ କରିଛନ୍ତି । ଏସ୍ସିବିରେ ବିଭିନ୍ନ ୱାର୍ଡ ବୁଲି ରୋଗୀଙ୍କୁ ଭେଟି ସୁବିଧା ଅସୁବିଧା ବୁଝିଛନ୍ତି । ଅଣଦେଖା ହୋଇ ପଡିଥିବା ଜଣେ ରୋଗୀଙ୍କୁ ଉଦ୍ଧାର କରି କାଜୁଆଲିଟିରି ମଧ୍ୟ ଜଷ୍ଟିସ ମିଶ୍ର ଭର୍ତ୍ତି କରାଇଛନ୍ତି । ଏସ୍ସିବିରେ ରହିଥିବା ବିଭିନ୍ନ ଅବ୍ୟବସ୍ଥା ନେଇ ସେ ଅସଂତୋଷ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ କିଛି ପ୍ରସ୍ତାବ ଓ ପରାମର୍ଶ ଦିଆଯିବ ବୋଲି ଜଷ୍ଟିସ ମିଶ୍ର ପରିଦର୍ଶନ ପରେ ସମ୍ବାଦିକଙ୍କୁ କହିଛନ୍ତି । ଗତ କିଛି ଦିନ ଧରି କଟକ ବଡ ମେଡିକାଲରେ ଲାଗିରହିଥିବା ଅବ୍ୟବସ୍ଥା ସମ୍ପର୍କରେ ଚର୍ଚ୍ଚା ଲାଗିରହିଥିଲା । ଆଜି ଜଷ୍ଟିସ ମଶ୍ରଙ୍କ ଏହି ପରିଦର୍ଶନ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପ୍ରବାବିତ କରିବ ବୋଲି ଆଶା କରାଯାଉଛି ।