Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏସିଆ କପ : ୭ ଉଇକେଟରେ ବିଜୟୀ ହେଲା ଭାରତ

22/09/2018 at 12:17 AM

ଏସିଆ କପ ର ସୁପର-୪ ମ୍ୟାଚରେ ଆଜି ବାଂଲାଦେଶକୁ ଭାରତ ୭ ଉଇକେଟ ରେ ପରାସ୍ତ କରିଛି । ବାଂଲାଦେଶ ପ୍ରଥମ ବ୍ୟାଟିଂ କରି ୪୯.୧ ଓଭର ରେ ସମସ୍ତ ଉଇକେଟ ହରାଇ ୧୭୩ ରନ ସଂଗ୍ରହ କରିଥିଲା । ଭାରତ ୩୬.୨ ଓଭରରେ ୩ଟି ଉଇକେଟ ହରାଇ ଏହି ଲକ୍ଷ ହାସଲ କରିଥିଲା । ୧୭୪ ରନ ର ବିଜୟ ଲକ୍ଷ ନେଇ ଅଧିନାୟକ ରୋହିତ ଶର୍ମା ଏବଂ ଶେଖର ଧାଓ୍ୱନ ଓପନିଂ ଯୋଡି ମଇଦାନକୁ ଓହ୍ଲାଇଥିଲେ । ଶେଖର ଧାଓ୍ୱନ ୪୭ ବଲରେ ଗୋଟିଏ ଛକା ସହାୟତାରେ ୪୦ ରନ ସଂଗ୍ରହ କରିଥିଲେ । ସକିବ ଅଲ ହୁସେନଙ୍କ ବଲରେ ସେ ଏଲବିଡବ୍ଲୁ ହୋଇ ଆଉଟ ହୋଇଥିଲେ । ଅମ୍ୱତି ରାଇଡୁ ୨୮ ବଲରେ ୧୩ ରନ ସଂଗ୍ରହ କରିବା ପରେ ରୁବେଲ ହୁସେନଙ୍କ ବଲରେ ମୁସାଫିକର ରହିମଙ୍କ ଦ୍ୱାରା କ୍ୟାଚଆଉଟ ହୋଇଥିଲେ । ତେବେ ଅଧିନାୟକ ରୋହିତ ଶର୍ମା କ୍ରିଚରେ ଶେଷ ପର୍ଯ୍ୟନ୍ତ ରହିଥିଲେ । ତୃତୀୟ ଉଇକେଟରେ ତାଙ୍କୁ ସାଥ୍‌ ଦେଇଥିଲେ ଉଇକେଟ ରକ୍ଷ୍ୟକ ମହେନ୍ଦ୍ର ସିଂ ଧୋନୀ । ଧୋନୀ ୩୬ ବଲରୁ ୩୩ ରନ ସଂଗ୍ରହ କରି ମୁସାରଫେ ମୋରତାଜଙ୍କ ବଲରେ ମହମ୍ମଦ ମିଥୁନଙ୍କ ଦ୍ୱାରା କଟଆଉଟ୍ ହୋଇଥିଲେ । ରୋହିତ ଶର୍ମା ଆଜି ତାଙ୍କ ଅଧିନାୟକ ଇନିଂସ ଖେଳିଥିଲେ । ୧୦୪ ବଲରୁ ସେ ୮୩ ରନ ସଂଗ୍ରହ କରି ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିଲେ । ଏହି ୮୩ ରନ ମଧ୍ୟରେ ୫ଟି ଚୌକା ଓ ୩ଟି ଛକା ରହିଛି ।

ଆଜି ଭାରତ ଟଚ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିବା ପାଇଁ ବାଂଲାଦେଶକୁ ଆମନ୍ତ୍ରଣ କରିଥିଲା । ତେବେ ଆରମ୍ଭରୁ ହିଁ ଭାରତୀୟ ବୋଲର ମାନେ କମାଲ ଦେଖାଇଥିଲେ । ଏବଂ ବାଂଲାଦେଶ ସ୍କୋରକୁ ୧୭୩ ସିମୀତ ରଖିଥିଲେ । ଭାରତୀୟ ବୋଲରମାନଙ୍କ ମଧ୍ୟରେ ରବିନ୍ଦ୍ର ଯାଡେଜା ସର୍ବାଧିକ ୪ଟି ଉଇକେଟ ହାସଲ କରିଥିବାବେଳେ ଭୁବନେଶ୍ୱର କୁମାର ଏବଂ ଯସପ୍ରିତ ବୁମରାହ ପ୍ରତ୍ୟକେ ୩ଟି ଲେଖାଏଁ ଉଇକେଟ ହାତେଇଥିଲେ । ବାଂଲାଦେଶର କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲିଂ ଆଗରେ ତିଷ୍ଟି ପାରିନଥିଲେ ।

ସୁଚନାଯୋଗ୍ୟ ଯେ ଏସିଆ କପ ର ଗ୍ରୁପ ଏ ର ଦୁଇଟି ମ୍ୟାଚରେ ଭାରତ ହଂକଂ ଏବଂ ପାକିସ୍ତାନକୁ ପରାସ୍ତ କରି ବିଜୟୀ ହୋଇଥିଲା । ଚଳିତ ଏସିଆ କପରେ ଏହା ଭାରତର ତୃତୀୟ ବିଜୟ ।

ସ୍କୋର ବୋର୍ଡ :

ବାଂଲାଦେଶ (ବ୍ୟାଟିଂ) :

ଲିଟନ ଦାସ- ୦୭ (୧୬ ବଲ),  ନାଜମୁଲ ହୋସନ ସାନ୍ତୋ- ୦୭ (୧୪ ବଲ), ସାକିବ ଅଲ ହସନ- ୧୭ (୧୨ ବଲ),

ମୁସଫିକର ରହିମ- ୨୧ (୪୫ ବଲ), ମହମ୍ମଦ ମିଥୁନ- ୦୯ (୧୯ ବଲ), ମହମୁଦୁଲ୍ଲାହ- ୨୫ (୫୧ ବଲ),

ମୋସାଦେକ ହୋସେନ- ୧୨ (୪୩ ବଲ), ମେହେଦି ହସନ- ୪୨ (୫୦ ବଲ), ମଶରଫି ମରତାଜ- ୨୬ (୩୨ ବଲ),

ରୁବେଲ ହୋସେନ- ୦୧ (୦୫ ବଲ), ମୁସତାଫିଜୁର ରେହମାନ- ୦୩ (୦୯ ବଲ),

ଅତିରିକ୍ତ – ୦୩,  ମୋଟ-୧୭୩ ରନ (୪୯.୧ ଓଭର)

ଭାରତ (ବ୍ୟାଟିଂ):

ରୋହିତ ଶର୍ମା (ନଟଆଉଟ୍‌) – ୮୩ (୧୦୪ ବଲ), ଶେଖର ଧାଓ୍ୱନ- ୪୦ (୪୭ ବଲ), ଅମ୍ୱିତ ରାୟୁଡୁ- ୧୩ (୨୮ ବଲ),

ଏମ୍. ଏସ୍ ଧୋନୀ- ୩୩ (୩୭ ବଲ), ଦୀନେଶ କାର୍ତ୍ତିକ (ନଟଆଉଟ୍‌)- ୦୧ (୦୩ ବଲ)

ଅତିରିକ୍ତ – ୦୪, ମୋଟ -୧୭୪ ରନ (୩୬.୨ ଓଭର)

 

 

 

   Related Posts