Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ଜଳଦ କୁମାର ତ୍ରିପାଠୀ ହେଲେ ମୁଖ୍ୟ ସୂଚନା କମିଶନର, ନିଯୁକ୍ତିକୁ ଅନୁମୋଦନ କଲେ ରାଜ୍ୟପାଳ
  • ||
  • ମୋରଡା : ବନ୍ୟା ପ୍ରଭାବିତ ଗାଁ ବୁଲିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ମୃତକଙ୍କ ପରିବାରକୁ ପ୍ରଦାନ କଲେ ଆର୍ଥିକ ସହାୟତା
  • ||
  • ଝାରସୁଗୁଡା : ନକଲି ମାଓବାଦୀ ଗିରଫ, କମ୍ପାନୀର ସାଇଟ୍ ଇନଚାର୍ଜଙ୍କୁ ମାଗୁଥିଲା ଟଙ୍କା
  • ||
  • ଖଲ୍ଲିକୋଟ : ବିଦ୍ୟୁତ ଆଘାତ ଲାଗି ଚାଲିଗଲା ବୃଦ୍ଧଙ୍କ ଜୀବନ
  • ||
  • ଭୁବନେଶ୍ବର : ମୋଟୁ ଥାନା IICଙ୍କୁ ଗିରଫ କଲା ଭିଜିଲାନ୍ସ, କାର୍‌ରୁ ଜବତ ହୋଇଥିଲା ୨ ଲକ୍ଷ ୮୦ ହଜାର ଟଙ୍କା
  • ||
  • ପୁରୀ : ସରକାରୀ ଗାଡିରୁ ଧଳା ଜହର ଜବତ, ୪୦ଗ୍ରାମ୍ ବ୍ରାଉନସୁଗାର ସହ ୩ ଅଭିଯୁକ୍ତ ଗିରଫ
  • ||
  • କଳାହାଣ୍ଡି : କର୍ଲାପାଟ ବକ୍ସାଇଟ୍ ଖଣିର ନିଲାମ ଉପରେ ହାଇକୋର୍ଟଙ୍କ ରହିତାଦେଶ
  • ||
  • ସମ୍ବଲପୁର : ବେଆଇନ ଭାବେ ବନ୍ଧୁକ ତିଆରି ଓ ବିକ୍ରି : ଦମ୍ପତ୍ତିଙ୍କ ସମେତ ୫ ଗିରଫ, ୪ଟି ଦେଶୀ ବନ୍ଧୁକ ଜବତ
  • ||
  • ବୌଦ୍ଧ : ରାସ୍ତାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ମହେନ୍ଦ୍ରତନୟାରେ ଭାସିଗଲେ ଯୁବକ : ଦିନକ ପରେ ମିଳିଲା ମୃତଦେହ
  • ||

ଏମ୍ପଲଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ, EPFOରୁ ଡାଟା ଚୋରି

3/05/2018 at 12:07 AM

ଏମ୍ପଲଇଜ୍ ପ୍ରୋଭିଡେଣ୍ଟ ଫଣ୍ଡ, EPFOରୁ ଡାଟା ଚୋରି । ୱେବ୍ ସାଇଟ୍ ହାକ୍ କରି ହାକର୍ ୨ କୋଟି ୭୦ ଲକ୍ଷ ଲୋକଙ୍କ ଡାଟା ଚୋରି କରି ନେଇଥିବା ଜଣାପଡ଼ିଛି । ତେବେ କେତେ ଲୋକଙ୍କ ଡାଟା ଚୋରି ହୋଇଛି ଏବଂ କଣ କଣ ଚୋରି ହୋଇଛି, ତାହା ସ୍ପଷ୍ଟ ହୋଇନାହିଁ । ତଥାପି ଇପିଏଫଓ କମିଶନର୍ ଡକ୍ଟର୍ ଭି. ପି. ଜୟ ଏନେଇ କେନ୍ଦ୍ର ଆଇଟି ମନ୍ତ୍ରାଳୟକୁ ଲିଖିତ ଭାବେ ଜଣାଇଛନ୍ତି । ମନ୍ତ୍ରାଳୟର ବିଶେଷଜ୍ଞମାନେ ତୁରନ୍ତ ପୋର୍ଟାଲର ସମ୍ବେଦନଶୀଳ ବିଭାଗ ବନ୍ଦ କରିବାକୁ କମିଶନର୍ ତାଙ୍କ ଚିଠିରେ କହିଛନ୍ତି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ଯେଉଁମାନଙ୍କର ଇପିଏଫଓ ଆକାଉଣ୍ଟ ଅଛି, ସେମାନେ ତାହା ଆଧାର ଲିଙ୍କ୍ କରିଛନ୍ତି । ପୁଣି ଏଭଳି ସ୍ଥିତିରେ ୱେବ୍ ସାଇଟ୍ ହାକ୍ କରି ଡାଟା ଚୋରି ହୋଇଥିବା ଖୋଦ୍ କମିଶନର କହିଛନ୍ତି । ଗୁଇନ୍ଦା ବିଭାଗ ଏନେଇ ତୁରନ୍ତ ତଦନ୍ତ କରିବାକୁ କହିଛନ୍ତି ଇପିଏଫଓ କମିଶନର୍ । ଗତମାସ ୬ ତାରିଖରେ ପ୍ରତିରକ୍ଷା, ଗୃହ ଏବଂ ଆଇନ ମନ୍ତ୍ରାଳୟର ୱେବସାଇଟ୍ ହାକ୍ ହୋଇଥିବା କୁହା ଯାଉଥିଲା । କିନ୍ତୁ ସରକାର ତାହା ଖଣ୍ଡନ କରିଥିଲେ ।

Leave a Reply

   Related Posts