Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଏବେ ପିଆଜ କାଟିଲେ ନୁହଁ, କିଣଲେ ବୋହୁଛି ଲୁହ

25/08/2019 at 4:37 PM

ବାଲେଶ୍ୱର/ଭଦ୍ରକ୨୫।୮- ପିଆଜ ହାଟରେ ତାତି । ହଠାତ୍ ବଢିଛି ପିଆଜ ଦର । କେବଳ ଦାମ ବଢିନି, ମାର୍କେଟରେ ଆବଶ୍ୟକୀୟ ପିଆଜ ମହଜୁଦ ନାହିଁ । ଭଦ୍ରକ ଜିଲ୍ଲାରେ ଏବେ ପିଆଜର ଅଭାବି ବିକ୍ରି ଦେଖା ଦେଇଛି । କିଲୋ ପିଛା ପିଆଜ ୩୫ ରୁ ୪୦ ଟଙ୍କାରେ ବିକ୍ରି ହେଉଛି । କେବଳ ଭଦ୍ରକ କାହିଁକି ବାଲେଶ୍ବର ଜିଲ୍ଲାରେ ବି ଦେଖିବାକୁ ମିଳିଛି ସମାନ ସ୍ଥିତି ।

ପିଆଜରେ ହାତ ମାରି ହେଉନି । କାହିଁକିନା ଆକାଶ ଛୁଆଁ ପିହୋଇଛି ପିଆଜ ଦର । ହୁ ହୁ ହୋଇ ଦର ବଢ଼ୁଥିବାରୁ ଗ୍ରାହକଙ୍କ ପକେଟ୍ ଉପରେ ସିଧା ମାଡ଼ ବାଜୁଛି ।  ଗତ ସପ୍ତାହକ ମଧ୍ୟରେ ଭଦ୍ରକ ଜିଲ୍ଲାରେ ପିଆଜ ଦର ୩୫ ଟଙ୍କା ଟପିଲାଣି । ଏହି ଦର ଆଗକୁ ଆହୁରି ବଢ଼ିବ । ପିଆଜ ଦର ନିୟନ୍ତ୍ରଣ କରିବାକୁ ଜିଲ୍ଲା ପ୍ରଶାସନ ଚେଷ୍ଟା କରୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।  ଗଲା ସପ୍ତାହରେ ୨୦ରୁ ୨୨ ଟଙ୍କାରେ ମିଳୁଥିବା ପିଆଜ ଦର ହଠାତ ୩୫ ରୁ ୪୦ ଟଙ୍କାରେ ପହଞ୍ଚିଛି । ଦର ବଢୁଥିବାରୁ ଲୋକେ ଆବଶ୍ୟକୀୟଠାରୁ କମ ପିଆଜ କିଣୁଥିବା ଦେଖିବାକୁ ମିଳିଛି। ବ୍ୟବସାୟୀ କହୁଛନ୍ତି ନାସିକରେ ବନ୍ୟା  ଯୋଗୁଁ ପିଆଜ ଆସି ପାରୁ ନାହିଁ ।

ସେପଟେ ବାଲେଶ୍ବରରେ ବି ବେଲଗାମ ହୋଇଛି ପିଆଜ ଦର ।  ଗତ ୫ ଦିନ ମଧ୍ୟରେ ପିଆଜ ଦର ୨ ଗୁଣା ହୋଇଛି ।ଯାହା ଖାଉଟିଙ୍କ ବୁଣ୍ଡ ବିନ୍ଧାର କରାଣ ହୋଇଛି । ବାଲେଶ୍ବରର ବିଭିନ୍ନ ମାର୍କେଟରେ ଚଢା ଦରରେ ପିଆଜ ବିକ୍ରି ହେଉଛି । ପିଆଜ ଦର କିଲୋ ପ୍ରତି ୩୫ରୁ ୪୦ ଟଙ୍କା ରହିଛି । ମୁଖ୍ୟତଃ  ଆନ୍ଧ୍ର କର୍ଣ୍ଣୋଲ ଓ ବାଙ୍ଗାଲୁରରେ ପିଆଜ ଉତ୍ପାଦନ ସ୍ବଳ୍ପ ହୋଇଥିବା ବେଳେ ନାସିକ୍ ରେ ବର୍ଷା ଯୋଗୁ ପିଆଜ ଆମଦାନୀ କମ୍ ରହିଛି ।ଯାହା ଫଳରେ ଏପରି ସ୍ଥିତି ସୃଷ୍ଟି ହୋଇଥିବା ବ୍ୟବସାୟୀ କହିଛନ୍ତି ।

ଆଗରୁ ପିଆଜକୁ ନେଇ ଚାଷୀ ଲୁହ ଗଢ଼ାଇଥିଲେ ଏବେ ଗ୍ରାହକ କାନ୍ଦୁଛନ୍ତି । ରାଜ୍ୟର ଅଧିକାଂଶ  ଶୀତଳ ଭଣ୍ଡାର କୋମାରେ ଥିବା ବେଳେ ପିଆଜର ଅଭାବୀ ବିକ୍ରି ଚାଲିଥିବା ଅଭିଯୋଗ ହୋଇଛି ।

   Related Posts