ଉନ୍ନାଓ ଦୁଷ୍କର୍ମ ମାମଲାରେ ବିଜେପି ବିଧାୟକ କୁଲଦୀପ ସିଂହ ସେନଗରଙ୍କୁ କଷ୍ଟୋଡିରେ ନେଇଛି ସିବିଆଇ । ପ୍ରଥମ ଅଭିଯୋଗର ୧୦ମାସ ପରେ ବିଧାୟକଜୀଙ୍କ ଉପରେ ହୋଇଛି ଆକ୍ସନ । ତେବେ ୟୁପି ସରକାରଙ୍କ ଏଭଳି ଆକ୍ସନ ଉପରେ କିନ୍ତୁ ସନ୍ତୁଷ୍ଟ ନାହାନ୍ତି ଆହ୍ଲାବାଦ ହାଇକୋର୍ଟ । କହିଛନ୍ତି ଅଭିଯୁକ୍ତ ବିଧାୟକଙ୍କୁ କଷ୍ଟୋଡିରେ ନୁହେଁ ଗରିଫ କରାଯିବା ଦରକାର । ଏଥି ସହ ମେ ୨ ସୁଦ୍ଧା ପୂରା ମାମଲାର ପ୍ରୋଗ୍ରେସ ରିପୋର୍ଟ ଅଦାଲତଙ୍କୁ ଦେବାକୁ କହିଛନ୍ତି । ସେପଟେ ଜମ୍ମୁ-କାଶ୍ମୀର କଠଓ୍ବାରେ ୮ବର୍ଷର ଝିଅ ସହ ହୋଇଥିବା ଗଣଦୁଷ୍କର୍ମ ମାମଲାରେ ନିଜଆଡ଼ୁ ଆଗ୍ରହପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ଆଉ ଚାର୍ଜସିଟ୍ ଫାଇଲକୁ ରୋକିବାକୁ ଚେଷ୍ଟା କରାଯାଉଥିବା ନେଇ ବାର କାଉନ୍ସିଲକୁ ନୋଟିସ କରିଛନ୍ତି ।

LEAVE A REPLY

Please enter your comment!
Please enter your name here