Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଉତ୍ତରାଖଣ୍ଡରେ ବିଜେପିକୁ ଝଟ୍‌କା, ପୁଅ ସଞ୍ଜୀବ ସହ କଂଗ୍ରେସକୁ ଫେରିଲେ ମନ୍ତ୍ରୀ ୟଶପାଲ୍ ଆର୍ଯ୍ୟ

11/10/2021 at 12:22 PM

ନୂଆଦିଲ୍ଲୀ ୧୧।୧୦ : ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ଝଟ୍‌କା । ଉତ୍ତରାଖଣ୍ଡରେ ବିଜେପିକୁ ଲାଗିଛି ଝଟ୍‌କା । କ୍ୟାବିନେଟ୍‌ ମନ୍ତ୍ରୀ ୟଶପାଲ୍‌ ଆର୍ଯ ଓ ତାଙ୍କ ପୁଅ ସଞ୍ଜୀବ ଆର୍ଯ ପୁଣି ଥରେ କଂଗ୍ରେସରେ ଯୋଗଦେଇଛନ୍ତି । କିଛି ବର୍ଷ ତଳେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲେ ।

ଖବର ଅନୁଯାୟୀ, ଆଉ କିଛି ଦିନ ପରେ ଉତ୍ତରାଖଣ୍ଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ହେଲେ ନିର୍ବାଚନର କିଛି ପୂର୍ବରୁ ଶାସକ ଦଳକୁ ଲାଗିଛି ଜୋରଦାର ଝଟ୍‌କା । ୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିଲା ୟଶପାଲ୍‌ ଆର୍ଯ୍ୟ ଓ ତାଙ୍କ ପୁଅ ସଞ୍ଜୀବ ଆର୍ଯ୍ୟ ପୁଣି ଥରେ କଂଗ୍ରେସରେ ସାମିଲ ହୋଇଛନ୍ତି । ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଉଭୟ ନେତା କଂଗ୍ରେସରେ ପୁଣି ଥରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବ ସମୟରେ କଂଗ୍ରେସ ସଂଗଠନ ସଚିବ କେସି ବେଣୁଗୋପାଳ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଷ ରାଓ୍ୱତ, ରଣଦୀପ ସୁରେଜ୍‌ଓ୍ୱାଲା ସାମିଲ ଥିଲେ ।

କଂଗ୍ରେସରେ ସାମିଲ ହେବା ପୂର୍ବରୁ ୟଶପାଲ୍‌ ଆର୍ଯ୍ୟ ଉତ୍ତରାଖଣ୍ଡର କ୍ୟାବିନେଟ୍‌ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ୟଶପାଲ ଓ ତାଙ୍କ ପୁଅ ସଞ୍ଜୀବ ୨୦୧୭ରେ ବିଜେପିରେ ସାମିଲ ହୋଇଥିଲେ । ବିଜେପି ରାଜ୍ୟରେ ସରକାର ଗଢିବା ପରେ ୟଶପାଲ୍‌ଙ୍କୁ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଥିଲେ । ଏବେ ୨ଜଣ ନେତା ବିଜେପି  ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ,କିଛି ମାସ ହେଲା ୟଶପାଲ୍‌ ଆର୍ଯ୍ୟଙ୍କର ବିଜେପି ନେତୃବୃନ୍ଦଙ୍କ ସହିତ ମତଭେଦ ଚାଲିଥିଲା । ଏପିରିକି ଏଥିନେଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ନିକଟରେ ୟଶପାଲ ଆର୍ଯ୍ୟଙ୍କ ସହିତ ସାକ୍ଷାତ କରି ତାଙ୍କୁ ବୁଝାଇଥିଲେ । କିନ୍ତୁ ତାହା ବିଫଳ ହୋଇଥିଲା ।

   Related Posts