Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଠକ ବାପ-ପୁଅ ଗିରଫ, କୁବେର ଜଙ୍ଗଲ ଅଫିସରଙ୍କ ଅମାପ ସଂପତ୍ତି ଠାବ କରିଛି ଭିଜିଲାନ୍ସ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୧୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ୫୯୪ କରୋନା ସଂକ୍ରମିତ, ୩୧୭୨୩୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍, ଦଳରେ ସାମିଲ ହେଲେ ଦ୍ରୁତ ବୋଲର ଟି. ନଟରାଜନ
  • ||
  • ଭୁବନେଶ୍ବର : ଦଶମ ଶ୍ରେଣୀ ଛାତ୍ରୀ କଲେ ଆତ୍ମହତ୍ୟା ! ବେକରେ ରଶି ଲଗାଇ ପଙ୍ଖାରେ ଝୁଲି ପଡିଲେ, କାରଣ ଅସ୍ପଷ୍ଟ
  • ||
  • ରାଜକୋଟ : କୋଭିଡ୍ ହସ୍ପିଟାଲରେ ଲାଗିଲା ନିଆଁ, ୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ପୁରୀ : ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ: ସୁରକ୍ଷା ବଳୟରେ ଶ୍ରୀମନ୍ଦିର, ଦର୍ଶନ ପାଇଁ ଭକ୍ତ ବ୍ୟାକୁଳ
  • ||
  • ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ : ଟସ୍ ଜିତିଲା ଅଷ୍ଟ୍ରେଲିଆ, ପ୍ରଥମେ କରିବ ବ୍ୟାଟିଂ
  • ||
  • ଚଳିତ ବର୍ଷ ବିନ୍ଦୁସାଗରରେ ଡଙ୍ଗା ଭସା ଉପରେ ରୋକ୍, ନିଷ୍ପତ୍ତି ନେଲା ବିଏମସି
  • ||

ଇଣ୍ଡିଗୋ ବିମାନରୁ ଚୋରି ହେଲା ହରଭଜନଙ୍କ ବ୍ୟାଟ୍, ଭଜି କହିଲେ କାର୍ଯ୍ୟାନୁଷ୍ଠାନ ହେଉ

8/03/2020 at 9:30 PM

ନୂଆଦିଲ୍ଲୀ ୦୮।୦୩- ଭାରତୀୟ କ୍ରିକେଟ୍ ଦଳର ବରିଷ୍ଠ ଅଫ ସ୍ପିନର ହରଭଜନ ସିଂହ ବିମାନ କମ୍ପାନୀ ଇଣ୍ଡିଗୋ ପ୍ରତି ଅସନ୍ତୁଷ୍ଟ ବ୍ୟକ୍ତ କରିଛନ୍ତି କାରଣ କମ୍ପାନୀର ଏକ ବିମାନରେ ଶୁକ୍ରବାର ତାଙ୍କର ଏକ ବ୍ୟାଟ୍ ଚୋରି  ହୋଇ ଯାଇଛି। ହରଭଜନ  ଟୁଇଟରରେ ଏହି ଘଟଣାକୁ ସାର୍ବଜନୀନ କରି କମ୍ପାନୀକୁ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଭଜିଙ୍କ କିଟ୍ ବ୍ୟାଗରୁ ବ୍ୟାଟ୍ ଗାଏବ ହେବା ନେଇ ସେ ବହୁତ ଅସନ୍ତୁଷ୍ଟ ଅଛନ୍ତି ଏବଂ ସେ କମ୍ପାନୀକୁ ସ୍ପଷ୍ଟ ଶବ୍ଦରେ କହିଛନ୍ତି ଏହା ଏକ ଚୋରି ଘଟଣା। ଏଥିପାଇଁ ଏଥିରେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍। ଏହି ଟୁଇଟ୍ ପରେ ଭଜି ଗୋଟିଏ ପରେ ଗୋଟିଏ ତିନୋଟି ଟୁଇଟ୍ କରି କମ୍ପାନୀଠୁ ନିଜ ବ୍ୟାଟର ସୂଚନା ମାଗିଥିଲେ। ମାତ୍ର ପାଖାପାଖି ୪୮ ଘଣ୍ଟା ପରେ ମଧ୍ୟ ତାଙ୍କୁ ତାଙ୍କର ବ୍ୟାଟ୍ ମିଳିନାହିଁ।

ହରଭଜନ ବିମାନ କମ୍ପାନୀ ଇଣ୍ଡିଗୋକୁ ଟ୍ୟାଗ୍ କରି ନିଜର ଟୁଇଟରରେ ଲେଖିଛନ୍ତି ଯେ, କାଲି ମୁଁ ମୁମ୍ବାଇରୁ କୋଏମ୍ବାଟୁର ଲାଗି ଇଣ୍ଡିଗୋ ଏୟାରଲାଇନର ଫ୍ଲାଇଟ୍ ନମ୍ବର 6E 6313 ରେ  ଯାତ୍ରା କରିଥିଲି ଓ ମୁଁ ଜାଣିବାକୁ ପାଇଲି ଯେ ମୋର କିଟ୍ ବ୍ୟାଗରୁ ବ୍ୟାଟ୍ ଗାଏବ ହୋଇ ଯାଇଛି !! ମୁଁ ଚାହୁଁଛି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ଅପରାଧୀକୁ ଖୋଜା ଯାଉ। କାହାରି ବ୍ୟାଗକୁ ଯାଇ କିଛି ସାମଗ୍ରୀ ନେବା ଚୋରି ଅଟେ,… ଦୟା କରି ସାହାଯ୍ୟ କରନ୍ତୁ।

ଏହି ଟୁଇଟ୍ ସହିତ ଭଜି ସିଆଇଏସଏଫ(କେନ୍ଦ୍ରୀୟ ଔଦୋଗିକ ସୁରକ୍ଷା ବଳ)କୁ ମଧ୍ୟ ଟ୍ୟାଗ୍ କରିଛନ୍ତି। ସିଆଇଏସଏଫ ବିମାନ ବନ୍ଦରରେ ସୁରକ୍ଷା ଦାୟିତ୍ଵ ସମ୍ଭାଳିଥାନ୍ତି। ଭଜିଙ୍କ ଏହି ଟୁଇଟ୍‌ରେ ଇଣ୍ଡିଗୋ ତୁରନ୍ତ ପ୍ରତି ଉତ୍ତର ଦେଇ ମାମଲାର ଯାଞ୍ଚ କରିବାକୁ ଭରସା ଦେଇଛି। ଇଣ୍ଡିଗୋ ଟୁଇଟ୍ କରି କହିଛି ଯେ, ଶ୍ରୀରାମ ହରଭଜନ ସିଂହ ଏହା ଜାଣି ଦୁଃଖ ଲାଗୁଛି। ଆମେ ଏହାର ତୁରନ୍ତ ଯାଞ୍ଚ କରି ଆପଣଙ୍କ ସହିତ ଯୋଗାଯୋଗ କରୁଛୁ।

ଏହା ପରେ ଭଜି ହାତ ଯୋଡିଥିବା ଦୁଇଟି ଇମୋଜି ଦେଇ ‘ପ୍ଲିଜ୍ ଡୁ’ ଲେଖି ଇଣ୍ଡିଗୋକକୁ ବ୍ୟାଟ୍ ଖୋଜିବାକୁ ନିବେଦନ କରିଛନ୍ତି।

ଯେବେ ହରଭଜନଙ୍କୁ ଆଜି ବି ନିଜର ବ୍ୟାଟ୍ ବିଷୟରେ କୌଣସି ସୂଚନା ମିଳିଲା ନାହିଁ ସେ ଆଉ ଏକ ଟୁଇଟ୍ କରି ଲେଖିଛନ୍ତି ଯେ, ମୋର କିଟ୍ ବ୍ୟାଗରୁ ମୋର ବ୍ୟାଟ୍ ଗାଏବ ହେବା ପରେ  ଏ ଯାଏ କୌଣସି ସୂଚନା ମିଳିନାହିଁ ଇଣ୍ଡିଗୋ। କଣ ଆପଣ ଏହାକୁ ଗମ୍ଭୀରତାର ସହ ନେଉ ନାହାନ୍ତି ନା ଆଉ କିଛି ରହିଛି ? ? ?

   Related Posts