Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ଇଣ୍ଡିଆ ଟୁ ଡେ ମାଗାଜିନ୍ ସର୍ଭେରେ କଟକର ନେସନାଲ ଲ ଯୁନିଭରସିଟି ଜାତୀୟ ସ୍ତରରେ ତୃତୀୟ ରାଙ୍କ୍ ହାସଲ

29/06/2018 at 11:07 PM

ଇଣ୍ଡିଆ ଟୁ ଡେ ମାଗାଜିନ୍ ସର୍ଭେ ରେ କଟକର ନେସନାଲ ଲ ଯୁନିଭରସିଟି ଜାତୀୟ ସ୍ତରରେ ତୃତୀୟ ରାଙ୍କ ହାସଲ କରିଛି। ସର୍ବ ଭାରତୀୟ ସ୍ତରରେ ଇଣ୍ଡିଆ ଟୁ ଡେ ଦ୍ୱାରା ଆଇନ୍ ବିଶ୍ୱବିଦ୍ୟାଳୟ ଗୁଡିକୁ ନେଇ ହୋଇଥିବା ସର୍ଭେରେ କଟକ ନେସନାଲ୍ ଲ ୟୁନିଭରସିଟି ଭାରତର ତୃତୀୟ ସର୍ବୋତ୍ତମ ଲ ୟୁନିଭରସିଟି ର ମାନ୍ୟତା ପାଇଛି। ଭରତର ୬-ଟି ଆଇନ୍ ବିଶ୍ୱବିଦ୍ୟାଳୟକୁ ନେଇ ଇଣ୍ଡିଆ ଟୁଡେ ପକ୍ଷରୁ ଏହି ସର୍ଭେ କରାଯାଇଥିଲା। ବେଙ୍ଗାଲୁରୁର ନେସନାଲ୍ ଲ ସ୍କୁଲ ଅଫ୍ ଇଣ୍ଡିଆ ୨ ହଜାର ପଏଣ୍ଟ ରୁ ୧୮ ଶହ ୬୨ ପଏଣ୍ଟ ସ୍କୋର କରି ଇଣ୍ଡିଆ ଟୁଡେ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ, କୋଲକାତାର ନେସନାଲ ୟୁନିଭରସିଟି ଅଫ୍ ଜୁଡିସିଆଲ୍ ସାଇନ୍ସେସ୍ ୧୬ ଶହ ୯୪ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି..ସେହିପରି ନେସନାଲ ଲ ୟୁନିଭରସିଟି ଓଫ୍ ଓଡିଶା ୨ ହଜାର ପଏଣ୍ଟରୁ ୧୪ ଶହ ୧୦ ପଏଣ୍ଟ ପାଇ ତୃତୀୟ ସ୍ଥାନ ହାସଲ କରିଛି। ପଞାବର ରାଜିବ ଗାନ୍ଧି ନେସଲାନ ୟୁନିଭରସିଟି ଅଫ୍ ଲ ଚତୁର୍ଥ ସ୍ଥାନରେ ରହିଥିବା ବେଳେ, କୋଚିର ନେସନାଲ ୟୁନିଭରସିଟି ଅଫ୍ ଆଡଭାନ୍ସଡ୍ ଲିଗାଲ ଷ୍ଟଡିଜ୍ ପ଼୍ଚମ ସ୍ଥାନରେ ରହିଛି..ବିଶ୍ୱବିଦ୍ୟାଳୟରେ ନାମ ଲେଖାଉଥିବା ଛାତ୍ର ଛାତ୍ରୀ ମାନଙ୍କ ମେଧା, ବିଶ୍ୱବିଦ୍ୟାଳୟରେ ଗବେଷଣା, ଭିତ୍ତିଭୂମି ଓ ପ୍ଲେସମେଣ୍ଟ ଆଦି କୁ ନେଇ ଇଣ୍ଡିଆ ଟୁଡେ ପକ୍ଷରୁ ସର୍ଭେ କରାଯାଇ ଏହି ରାଙ୍କିଙ୍ଗ ଦିଆଯାଇଛି। କଟକ ନେସନାଲ ଲ ୟୁନିଭରସିଟି ଭାରତରେ ରାଙ୍କିଙ୍ଗରେ ତୃତୀୟ ସ୍ଥାନ ହାସଲ କରିଥିବାରୁ କୂଳପତି ସର୍ବୋଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ,ହାଇକୋର୍ଟର ମୁଖ୍ୟ ବିଚାରପତି ତଥା ବିଶ୍ୱବିଦ୍ୟାଳୟର କୂଳାଧିପତି ଜଷ୍ଟିସ୍ ବିନିତ୍ ଶରଣ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

   Related Posts