Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଆୟକର ବିଭାଗ ଓ୍ବେବ୍‌ସାଇଟରେ ତ୍ରୁଟି, ରିଟର୍ଣ୍ଣ ସମୟ ସୀମା ବୃଦ୍ଧି କରିବାକୁ ଦାବିକଲେ ଟିକସଦାତା

27/12/2020 at 4:42 PM

ନୂଆଦିଲ୍ଲୀ ୨୭/୧୨ : ଆୟକର ଫେରସ୍ତ ଦାଖଲ କରିବାର ସମୟସୀମା ପାଖେଇ ଆସୁଥିବାରୁ ଟିକସଦାତାଙ୍କ ଉପରେ ଏହାର ଚାପ ବୃଦ୍ଧି ପାଉଥିବା ପରିଲକ୍ଷିତ ହେଉଛି । ଡିସେମ୍ବର ୩୧ ଆୟକର ଦାଖଲ କରିବାର ଶେଷ ତାରିଖ ହୋଇଥିବାରୁ କରଦାତାଙ୍କର ପ୍ରବଳ ଭିଡ ଦେଖାଦେଇଛି । ଫଳରେ ଟ୍ୟାକ୍ସ ଦାଖଲ ପାଇଁ ଉର୍ଦ୍ଧିଷ୍ଟ ସାଇଟ୍ ମଧ୍ୟ ଅଚଳ ହୋଇଯାଇଛି ।

ୱେବସାଇଟରେ କର ଦାଖଲ ପାଇଁ ସଂଯୋଗ କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ଟିକସଦାତାମାନେ ଟ୍ୱିଟ୍ କରି ଆୟକର ରିଟର୍ଣ୍ଣ ଦାଖଲ ପାଇଁ ଧାର୍ଯ୍ୟ ତାରିଖକୁ ବଢାଇବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଅନୁରୋଧ କରିଛନ୍ତି । ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ, ଯେଉଁମାନେ ନିଜକୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ବୋଲି ଦାବି କରୁଛନ୍ତି, ସେମାନେ ସକାଳ ୧୦ ଟା ରୁ କେବଳ ଗୋଟିଏ କିମ୍ବା ଦୁଇଟି ରିଟର୍ନ ଫାଇଲ୍ କରିବାରେ ସକ୍ଷମ ହୋଇଥିବାବେଳେ ଅନେକ ସାଇଟ୍ ଖୋଲୁ ନଥିବା ଅଭିଯୋଗ କରିଛନ୍ତି ।

ଆୟକର ବିଭାଗ FY ୨୦୧୯-୨୦ ମସିହାର ଆୟକର ରିଟର୍ଣ୍ଣ (ITR) ଦାଖଲ କରିବାକୁ ଇମେଲ ଏବଂ ଏସଏମଏସ ତଥା ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଟିକସଦାତାଙ୍କୁ ଏକାଧିକ ଥର ଅବଗତ କରାଇଥିଲେ । ସାଧାରଣତଃ ଟ୍ୟାକ୍ସ ରିଟର୍ଣ୍ଣ ପ୍ରତିବର୍ଷ ୩୧ ଜୁଲାଇ ସୁଦ୍ଧା ଦାଖଲ କରାଯାଏ । ତେବେ ମହାମାରୀ ହେତୁ ଶେଷ ତାରିଖକୁ ଚଳିତ ବର୍ଷ ୩୧ ଡିସେମ୍ବର ୨୦୨୦ କୁ ବୃଦ୍ଧି କରାଯାଇଛି ।

ତେବେ ୨୫ ଡିସେମ୍ବର ୨୦୨୦ ସୁଦ୍ଧା ପ୍ରାୟ ୪.୦୬ କୋଟି ଆୟ କର ଫେରସ୍ତ ହୋଇଥିବା ସୂଚନା ରହିଛି । ଏ ନେଇ ଟ୍ବିଟ୍ କରି ସୂଚନା ଦେଇଛି ଭାରତୀୟ ଆୟ କର ବିଭାଗ । ତେବେ ବର୍ତ୍ତମାନ ମଧ୍ୟ ଅନେକ ବ୍ୟକ୍ତି ଆୟ କର ଫେରସ୍ତ ସମୟ ସୀମା ବୃଦ୍ଧି କରିବା ପାଇଁ ସାମଜିକ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି ।

   Related Posts