Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଆସନ୍ତା ୨୭ ତାରିଖରୁ ଇମ୍ଫା ବିରୁଦ୍ଧରେ ଆନ୍ଦୋଳନ ଘୋଷଣା

26/06/2018 at 10:15 PM

ରାୟଗଡ଼। ଜିଲ୍ଲା ଥେରୁବାଲି ସ୍ଥିତ ଇମ୍ଫା କାରଖାନା ବିରୁଦ୍ଧରେ ପୁଣି ଘୋଷଣା ହୋଇଛି ଆନ୍ଦୋଳନ । ଇମ୍ଫା କର୍ତୃପକ୍ଷ ପୂର୍ବ ପ୍ରତିଶ୍ରତି ପାଳନ କରିନଥିବା ଅଭିଯୋଗରେ ପୁଣିଥରେ ଆନ୍ଦୋଳନ କରିବାକୁ ଘୋଷଣା କରାଯାଇଛି । ଆଜି ଏ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରାଯାଇଛି । ସ୍ମାରକପତ୍ରରେ ଉଲ୍ଳେଖ ରହିଛି ଯେ, ଗତ ଏପିf 23 ତାରିଖ ଠାରୁ ମେ 10 ତାରିଖ ପର୍ଯ୍ୟନ୍ତ 9 ଦଫା ଦାବିନେଇ ଆନ୍ଦୋଳନ କରାଯାଇଥିଲା। ଦୀର୍ଘ 18 ଦିନ ଆନ୍ଦୋଳନ ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ତ୍ରୀ _ûlúK ଆଲୋଚନା ହୋଇଥିଲା । ଉକ୍ତ ଆଲୋଚନା ପ୍ରକାରେ ଏକମାସ ମଧ୍ୟରେ ସମସ୍ତ ଦାବି ପୁରଣ କରିବାକୁ ଇମ୍ଫା କର୍ତ୍ତୁପକ୍ଷ ମାନିଥିଲେ । କିନ୍ତୁ ଅଦ୍ୟାବଧତ୍ 45 ଦିନ ବିତିଯାଇଥିବା ସତ୍ୱେ କୌଣସି ଦାବିରେ ସଫଳତା ନଜରକୁ ଆସିନାହିଁ । ତେଣୁ ଏହାର ପ୍ରତିବାଦରେ ଆସନ୍ତା 27 ତାରିଖ ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯୟନ୍ତ ଜନ ଆନ୍ଦୋଳନ କରାଯିବ। ଆନ୍ଦୋଳନକାରୀ ନେତା ଜିତୁ ଜାକାସିକାଙ୍କ ନେତୃତ୍ବରେ ଥେରୁବାଲି ଅଂଚଳର ଗ୍ରାମବାସୀ ଆସି ଲିଖିତ ଅଭିଯୋଗ ଦାଖଲ କରିଛନ୍ତି । କୃଷ୍ଣ କଣ୍ଡାଗରି, ଭୁଷଣ ହୁଇକା, ପ୍ରସାଦ ବିଡ଼କା, ପ୍ରତାପ କୁମାର ହିକକା, କୋମଳଲୋଚନ କୁଟୃକା, ପାଲକା ମମତା, ସାବିତ୍ର ହିକକା, ପରମାନନ୍ଦ ହୁଇକା ପ୍ରମୁଖ ଘୋଷଣା କରିଛନ୍ତି । ଆଜିର ଏହି ଘୋଷଣା ପରେ ଆନ୍ଦୋଳନ ତୀବ୍ରତର ହେବାର ସମ୍ଭାବନାକୁ ଏଡ଼।ଇ ହୋଇପାରୁନାହିଁ । ଏଭଳିକି ପୂର୍ବ।ପେକ୍ଷା ଚଳିତ ଆନ୍ଦୋଳନ ବଳେ ଆଇନ ଶୃଙ୍ଖଳା ବିଗିଡ଼ବାର ସମ୍ଭାବନା ଦେଖାଦେଇଛି । ପ୍ରତିଶ୍ରତି ପୁରଣ ନହେବା ପର୍ଯ୍ୟନ୍ତ ବର୍ତ୍ତମାନ ଆନ୍ଦୋଳନ ଚାଲୁରହିବ ବୋଲି ଜିତୁ ଜାକାସିକା ଗଣମାଧ୍ୟମକୁ କହିଛନ୍ତି ।

   Related Posts