Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଆସନ୍ତା ୨୬ରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନର ଧର୍ମଘଟ, ବ୍ୟାଙ୍କ୍ କର୍ମଚାରୀ ମଧ୍ୟ ହେବେ ସାମିଲ୍

25/11/2020 at 11:33 AM

ନୂଆଦିଲ୍ଲୀ ୨୫।୧୧: ନଭେମ୍ବର ୧୬ ତାରିଖରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଦେଶବ୍ୟାପୀ ଧର୍ମଘଟ କରିବ । ଏହି ଆନ୍ଦୋଳନରେ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ମଧ୍ୟ ସାମିଲ ହେବା ନେଇ ଘୋଷଣା କରିଛି । କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ନୀତି ବିରୋଧରେ ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର ନିକଟରେ ତିନୋଟି ନୂଆ ଶ୍ରମ ଆଇନ ପାରିତ କରିବା ସହ ୨୭ ପୂରୁଣା ଆଇନକୁ ଶେଷ କରି ଦେଇଥିଲେ । ଯାହାକୁ ବିରୋଧ କରି ଏହି ଆନ୍ଦୋଳନ ଡାକରା ଦିଆଯାଇଛି । ଭାରତୀୟ ମଜଦୂର ସଂଘକୁ ଛାଡି ୧୦ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ୨୬ ନଭେମ୍ବରରେ ଦେଶବ୍ୟାପୀ ଆନ୍ଦୋଳନ କରିବା ନେଇ ଘୋଷଣା କରିଛି ।

ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ମଙ୍ଗଳବାର କହିଛି ଯେ, ନିକଟରେ ଶେଷ ହୋଇଥିବା ଲୋକସଭା ଅଧିବେଶନରେ ତିନୋଟି ନୂଆ ଶ୍ରମ ଆଇନ ପାରିତ କରାଯାଇଛି । ଏହାସହ ବ୍ୟବସାୟ ସହଜ କରିବା ନାଁରେ ୨୭ ଆଇନକୁ ସମାପ୍ତ କରିଦେଇଛନ୍ତି । ଏହି ଆଇନ ମୋଟାମୋଟି ଭାବେ କର୍ପୋରେଟ୍ ସେକ୍ଟରର ହିତରେ । ଏଥି ଅନୁଯାୟୀ ୭୫ ପ୍ରତିଶତ ଶ୍ରମିକଙ୍କୁ ଶ୍ରମ ଆଇନ ଅଧିନରୁ ବାହାର କରିଦିଆଯାଇଛି । ନୂଆ ଆଇନରେ ଏହି ଶ୍ରମିକଙ୍କୁ କୌଣସି ପ୍ରକାରର ସଂରକ୍ଷଣ ମିଳିବ ନାହିଁ ।

ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ସଦସ୍ୟ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏବଂ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କ୍ କୁ ଛାଡି ଅଧିକାଂଶ ବ୍ୟାଙ୍କ୍ ର ପ୍ରତିନିଧିତ୍ବ କରୁଛି । ବିଭିନ୍ନ ସାର୍ବଜନୀନ ଏବଂ ପୁରୁଣା ଘରୋଇ କ୍ଷେତ୍ରର ବ୍ୟାଙ୍କ୍ ଏବଂ କିଛି ବିଦେଶୀ ବ୍ୟାଙ୍କ୍, ପୁରୁଣା ପିଢୀର ଘରୋଇ କ୍ଷେତ୍ରର ବ୍ୟାଙ୍କ୍, କ୍ଷେତ୍ରୀୟ ଗ୍ରାମୀଣ ବ୍ୟାଙ୍କ୍ ଏବଂ ବିଦେଶୀ ବ୍ୟାଙ୍କ୍ ର ୧୦୦୦୦ ବ୍ରାଞ୍ଚ୍ ର ପ୍ରାୟ ୩୦,୦୦୦ କର୍ମଚାରୀ ଆନ୍ଦୋଳନରେ ସାମିଲ ହେବେ ।

ବ୍ୟାଙ୍କ୍ କର୍ମଚାରୀ ମଧ୍ୟ ନିଜ ଦାବି ରଖିବେ । ଶ୍ରମ ଆଇନ ବ୍ୟତୀତ ବ୍ୟାଙ୍କ୍ କର୍ମଚାରୀଙ୍କ ତରଫରୁ ବ୍ୟାଙ୍କ୍ ଘରୋଇକରଣକୁ ବିରୋଧ, ଆଉଟସୋର୍ସିଂ ଓ କଣ୍ଟ୍ରାକ୍ଟ ସିଷ୍ଟମର ବିରୋଧ, ପର୍ଯ୍ୟାପ୍ତ ନିଯୁକ୍ତି, ବଡ କର୍ପୋରେଟ୍ ଡିଫଲ୍ଟରସ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ, ବ୍ୟାଙ୍କ୍ ଜମାର ସୁଧ ଦରରେ ବୃଦ୍ଧି ଏବଂ ସର୍ଭିସ୍ ଚାର୍ଜରେ ହ୍ରାସ ଭଳି ଦାବି ରହିବ ।

   Related Posts