Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେଡିରେ ମିଶିବେ ପ୍ରଦୀପ ମାଝୀ, କହିଲେ ନବୀନଙ୍କ ହାତମୁଠା ଟାଣ କରିବି
  • ||
  • ଆଇଆଇଟି ଜମ୍ମୁର ନୂତନ ଗୃହ ଲୋକାର୍ପଣ କରିବେ ଗୃହମନ୍ତ୍ରୀ ଅମିତ ଶାହ, ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍, ୫୬୧ ମୃତ
  • ||
  • ଚିଲିକାକୁ ଆସିଲେଣି ବିଦେଶୀ ପକ୍ଷୀ, ସୁରକ୍ଷା ପାଇଁ ବନ ବିଭାଗ ପ୍ରସ୍ତୁତ
  • ||
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

ଆସନ୍ତାକାଲି କୃଷକ ସଂଗଠନର ବଡ ଆନ୍ଦୋଳନ, ସରକାର କହିଲେ ହୋଇପାରନ୍ତି ‘ସୁପର-ସ୍ପ୍ରେଡର୍’

25/05/2021 at 11:00 AM

ନୂଆଦିଲ୍ଲୀ ୨୫/୫: କେନ୍ଦ୍ରର ନୂତ କୃଷି ନିୟମକୁ ବିରୋଧ କରି ଗତ ୬ ମାସ ଧରି କୃଷକମାନେ ଆନ୍ଦୋଳନ କରୁଛନ୍ତି । ତେବେ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ପ୍ରସ୍ତୁତ କରୁଛନ୍ତି କୃଷକ ସଂଗଠନ । ଭୂତାଣୁର ୨ୟ ଲହର ମଧ୍ୟରେ ଆସନ୍ତାକାଲି ଅର୍ଥାତ୍ ମେ ୨୬ରେ କୃଷକ ସଂଗଠନ ଦିଲ୍ଲୀରେ ଏକ ବିଶାଳ ବିରୋଧ ପ୍ରଦର୍ଶନ କରିବାକୁ ପ୍ରସ୍ତୁତ ହେଉଛନ୍ତି । କରୋନା ସମୟରେ ବିରୋଧ ନକରିବାକୁ ସରକାର ଚାଷୀଙ୍କୁ ନିବେଦନ କରିଛନ୍ତି ।

ତେବେ ଏହାକୁ ଦେଖି ସରକାର କହିଛନ୍ତି ଦରକାର ପଡିଲେ କୃଷକମାନେ ହୋଇପାରନ୍ତି ‘ସୁପର ସ୍ପ୍ରେଡର୍’ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶର କରୋନାରୁ ତିନି ଲକ୍ଷରୁ ଅଧିକ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଅଧିକାଂଶ ମୃତ୍ୟୁ କରୋନାର ୨ୟ ଲହରରେ ହୋଇଥିବା କୁହାଯାଉଛି । ଏଭଳି ପରିସ୍ଥିତିରେ କୃଷକଙ୍କ ବିରୋଧ ପ୍ରଦର୍ଶନ ସରକାରଙ୍କ ପାଇଁ ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପଞ୍ଜାବର ବହୁ ସଂଖ୍ୟକ କୃଷକ ଦିଲ୍ଲୀ ସୀମା ଆଡକୁ ଯାଉଛନ୍ତି । ଯେହେତୁ ମେ ୨୬ ଅର୍ଥାତ କାଲିକୁ ଛଅ ମାସର ହୋଇଯାଉଛି । ସେଥିପାଇଁ ଏହାକୁ ‘କଳା ଦିବସ’ ଭାବେ ପାଳନ କରିବାକୁ ସଂଗଠନ ଆହ୍ୱାନ ଦିଆଯାଇଛି ।

   Related Posts