Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଆମ୍ବ ଡାଳ କାଟିଦେବାରୁ ଯୁବକଙ୍କୁ ଟାଙ୍ଗିଆ ଚୋଟ, ମୁଣ୍ଡରେ ପଡ଼ିଲା ୨୦ ଷ୍ଟିଚ

10/06/2021 at 8:56 PM

ପାରାଦୀପ, ୧୦/୦୬ : ନିଜ ବାଡିରୁ ଅନ୍ୟ ବାଡିକୁ ଲମ୍ବିଥିବା ଆମ୍ବଡାଳ କାଟିବାକୁ କେନ୍ଦ୍ର କରି ଜଣଙ୍କୁ ଟାଙ୍ଗିଆରେ ଆକ୍ରମଣ ହୋଇଛି। ଟାଙ୍ଗିଆ ଚୋଟ ବାଜି ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ୨୦ଟି ଷ୍ଟିଚ ପଡିଥିବା ବେଳେ ଅତି ଗୁରୁତର ଅବସ୍ଥାରେ ତାଙ୍କୁ ପାରାଦୀପରୁ କଟକ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ଖବର ଅନୁଯାୟୀ ଅଭୟଚାନ୍ଦପୁର ଥାନା ଅନ୍ତର୍ଗତ ନୂଆଗାଁ ପଂଚାୟତ ବାଲିସାହି ଗ୍ରାମର ଭାଗବତ ଦଳାଇଙ୍କ ପୁଅ ଜୀବନ ନିଜ ବାଡ଼ିରେ ଥିବା ଏକ ଆମ୍ବଗଛ ଡାଳ ନିଜ ପଡ଼ୋଶୀଙ୍କ ବାଡିକୁ ବଢିଯାଇଥିବାରୁ କାଟି ଦେଇଥିଲେ। କୌଣସି କାମରେ ଭାଗବତ ବାହାରକୁ ଯାଇଥିବା ବେଳେ ପଡୋଶୀ ମାନେ ଡାଳ କଟାକୁ ନେଇ ପାଟି କରୁଥିବା ଶୁଣି ଘରକୁ ଫେରିଥିଲେ। ଫେରିବା ପରେ ପଡ଼ୋଶୀଙ୍କୁ ଯାଇ କିଛି ପଚାରିବେ ବୋଲି ଚିନ୍ତା କଲା ବେଳକୁ ଦୁଇଜଣ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଜଣେ ଯୁବକ ଭାଗବତାଙ୍କ ମୁଣ୍ଡକୁ ଟାଙ୍ଗିଆରେ ଚୋଟ ପରେ ଚୋଟ ମାରିଥିଲା।

ଫଳରେ ଭାଗବତଙ୍କ ମୁଣ୍ଡ ଦୁଇ ଫାଳ ହେବା ଭଳି ଅବସ୍ଥା ହୋଇଯାଇଥିଲା। ସେ ଅଚେତ ହୋଇ ତଳେ ପଡ଼ିଗଲା ପରେ ତାଙ୍କୁ ଉଦ୍ଧାର କରି ପାରାଦୀପସ୍ଥିତ ଅଠରବାଙ୍କୀ ଡାକ୍ତରଖାନାକୁ ଅଣାଯାଇଥିଲା। ତାଙ୍କ ମୁଣ୍ଡରେ ୨୦ଟି ଜାଗାରେ ସିଲେଇ ହୋଇଥିବା ଜଣା ପଡ଼ିଛି। ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ପଠେଇ ଦିଆଯାଇଛି। ଏନେଇ ତାଙ୍କ ପୁଅ ଅଭୟଚାନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

   Related Posts