Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୀଳଗିରି : ଛିଣ୍ଡି ପଡିଲା ୧୧କେଭି ବିଦ୍ୟୁତ୍ ତାର, ଅଳ୍ପକେ ବର୍ତିଲେ ଗ୍ରାମବାସୀ
  • ||
  • ଭୁବନେଶ୍ବର : ମାର୍ଚ୍ଚ ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକା, ୧୨ଟି ସରକାରୀ ଓ ୧୦ଟି ଘରୋଇ ହସ୍ପିଟାଲରେ ଟିକାଦାନ
  • ||
  • ଋଷିକୁଲ୍ୟା ନଦୀପଠାରୁ ଆନ୍ଧ୍ରକୁ ବାଲି ଚାଲାଣ ଘଟଣା : ୭ଟି ବାଲି ବୋଝେଇ ଟ୍ରକ୍ ଜବତ କଲା ପୋଲିସ
  • ||
  • ୫ରାଜ୍ୟ ଫେରନ୍ତାଙ୍କ ପାଇଁ ସ୍ବତନ୍ତ୍ର କଟକଣା : ରହିବେ ୭ଦିନ ହୋମ୍ ଆଇସୋଲେସନ୍‌ରେ
  • ||
  • ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୬ କୋଭିଡ୍ ପଜିଟିଭ୍, ୩୩୭୧୦୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଆମ୍ବ ଗୋଟାଇବାକୁ ଯାଇ ହାତୀ ହାବୁଡ଼ରେ ପଡିଗଲେ ଯୁବକ

22/05/2018 at 5:45 AM

ଆମ୍ବ ଗୋଟାଇବାକୁ ଯାଇ ହାତୀ ହାବୁଡ଼ରେ ପଡିଗଲେ ଯୁବକ । ହେଲେ ନିଜର ଉପସ୍ଥିତ ବୁଦ୍ଧି ଓ ସାହସ ଦେଖାଇ ହାତୀ ପଲ କବଳରୁ ବଞ୍ଚି ଯାଇଛନ୍ତି । ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ପଣସତଇଳା ଗାଁରେ । ଦାମୋଦର ବେହେରା ନାମକ ଜଣେ ଯୁବକ ଗାଁ ପାଖ ଆମ୍ବ ତୋଟାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ । ଏହି ସମୟରେ ସେ ହାତୀ ପଲଙ୍କ ହାବୁଡ଼ରେ ପଡି ଯାଇଥିଲେ । ହାତୀ ପଲ ତାଙ୍କୁ ଗୋଡ଼ାଇବାରୁ ଦାମୋଦର ପ୍ରଣ ବିକଳରେ ଏକ ଗଛରେ ଚଢ଼ି ଯାଇଥିଲେ । ହାତୀ ପଲ ଦାମୋଦର ଚଢ଼ି ଥିବା ଗଛ ମୂଳରେ ଜଗି ରହିଥିଲେ । ହାତୀ ପଳାଇଲେ ଦାମୋଦର ଗଛରୁ ଓହ୍ଲାଇ ପଳାଇ ଯିବାକୁ ଚିନ୍ତା କରିଥିଲେ । ହେଲେ ହାତୀ ପ୍ରାୟ ୨ ଘଣ୍ଟା ଧରି ଦାମୋଦରକୁ ଜଗି ରହିଥିଲେ । ଆତଙ୍କିତ ଅବସ୍ଥାରେ ଥିବା ଦାମୋଦର ଅନ୍ୟ ଉପାୟ ନପାଇ ନିଜ ମୋବାଇଲରୁ ଘର ଲୋକଙ୍କୁ ଫୋନ କରିଥିଲେ । ଗାଁ ଲୋକ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ହାତୀ ପଲକୁ ଘଉଡାଇବାକୁ ଚେଷ୍ଟା କରିଥିଲେ । ବହୁ ଉଦ୍ୟମ ପରେ ହାତୀ ପଲ ଜଙ୍ଗଲ ଆଡକୁ ପଳାଇବା ପରେ ଦାମୋଦର ଗଛରୁ ଓହ୍ଲାଇ ଘରକୁ ଫେରିଥିଲେ । ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଥିବା ବେଳେ ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ଦାମୋଦର ନିଜର ଜୀବନ ବଞ୍ଚେଇ ପାରିଲେ ।

Leave a Reply

   Related Posts