Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଆମେରିକା ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ବାଇଡେନ୍‌ଙ୍କୁ ଭେଟିବେ, ଆତଙ୍କବାଦ-ଚୀନ-ଆଫଗାନିସ୍ତାନ ପ୍ରସଙ୍ଗରେ କରିବେ ଆଲୋଚନା

21/09/2021 at 4:42 PM

ନୂଆଦିଲ୍ଲୀ ୨୧/୦୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଆମେରିକା ଗସ୍ତରେ ଯିବେ । କରୋନା ସଙ୍କଟ କାରଣରୁ ୬ ମାସ ପରେ ପ୍ରଥମ ଥର ବିଦେଶ ଯାତ୍ରା କରୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଗସ୍ତରେ ପ୍ରଥମ ଥର ପାଇଁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିବେ ପିଏମ୍‌ । ବାଇଡେନ୍‌ଙ୍କ ଭେଟିବା ସହିତ ଅନେକ ଗରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଭାରତ ଏବଂ ଆମେରିକା ମଧ୍ୟରେ ବ୍ୟବସାୟିକ ତଥା ବୈଦେଶିକ ବ୍ୟାପାର ପ୍ରସଙ୍ଗରେ ଆଲୋଚନା ହେବା ସହିତ ଆତଙ୍କବାଦ ଏବଂ ଆଫଗାନିସ୍ତାନ ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ କ୍ବାଡ୍‌ ସମୂହ ବୈଠକରେ ଚୀନ, କୋଭିଡ୍‌ ସଙ୍କଟ ଏବଂ କ୍ଳାଇମେଟ୍‌ ଚେଞ୍ଜ ବିଷୟରେ ମଧ୍ୟ ଆଲୋଚନା ହୋଇପାରେ ।

କ୍ବାଡ୍‌ ସମୂହରେ ଭାରତ ଏବଂ ଆମେରିକା ସମେତ ଅନ୍ୟମାନଙ୍କ ମଧ୍ୟରେ ଅ​‌େ​‌ଷ୍ଟ୍ରଲିଆ ଓ ଜାପାନ ମଧ୍ୟ ରହିଛି । ଆମେରିକାରେ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଭାକୁ ମଧ୍ୟ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମ ଥର ପାଇଁ କ୍ବାଡ୍‌ ବୈଠକରେ ସାମିଲ ହେବେ ମୋଦି । ପିଏମ୍‌ ମୋଦି ସେପ୍ଟେମ୍ବର ୨୩ ତାରିଖ ସକାଳେ ଆମେରିକାର ଟପ୍‌ CEOଙ୍କୁ ଭେଟିବେ । ୟୁଏସ୍‌ ଉପରାଷ୍ଟ୍ରପତି କମଲା ହାରିସ୍‌ଙ୍କୁ ମଧ୍ୟ ସାକ୍ଷାତ କରିପାରନ୍ତି ମୋଦି । ସେହିଦିନ ଅ​‌େ​‌ଷ୍ଟ୍ରଲିଆର ଅଧିକାରୀଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିବେ ।

ସେପ୍ଟେମ୍ବର ୨୪ ତାରିଖରେ ହ୍ବାଇଟ୍‌ ହାଉସ୍‌ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଭେଟିବା ସହ ଦ୍ବିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଚୀନ ସମ୍ବନ୍ଧରେ ଆଲୋଚନା ହେବ । ଚୀନ ଯେଉଁଭଳି ଭାବେ ସୀମାରେ ଅଶାନ୍ତ ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରୁଛି ସେ ନେଇ ବାଇଡେନ୍‌ଙ୍କ ସହିତ ଆଲୋଚନା କରିବେ ମୋଦି । ଏହା ସହିତ କ୍ବାଡ୍‌ ବୈଠକରେ ବିଶ୍ବରେ କରୋନା ସଙ୍କଟ, ଭ୍ୟାକସିନ୍‌ ଭଳି ପ୍ରସଙ୍ଗରେ କଥାବାର୍ତ୍ତା ହେବ ।

ପ୍ରଧାନମନ୍ତ୍ରୀ ମୋଦି ଓ୍ବାଶିଂଟନରୁ ନ୍ୟୁୟର୍କ ଯିବେ । ସେପ୍ଟେମ୍ବର ୨୫ ତାରିଖରେ ସେଠାରେ ୟୁଏନ୍‌ର ୭୬ତମ ସାଧାରଣ ସଭାକୁ ସମ୍ବୋଧିତ କରି​‌ବେ । ଏହା ସହିତ ଆଫଗାନିସ୍ତାନ ଏବଂ ପାକିସ୍ତାନ ପ୍ରସଙ୍ଗ ମଧ୍ୟ ଉଠାଇବେ ପିଏମ୍‌ ମୋଦି । ପୂର୍ବରୁ ଆଫଗାନିସ୍ତାନର ମହିଳା ଏବଂ ସଂଖ୍ୟା ଲଘୁଙ୍କ ପାଇଁ ଚିନ୍ତା ବ୍ୟକ୍ତ କରିଥିଲେ ମୋଦି । ଏହା ସହିତ ତାଲିବାନକୁ ବିଶ୍ବ ସମୁଦାୟ ଭାବିଚିନ୍ତି ମାନ୍ୟତା ଦେଉ ଏବଂ ବୈଶିକ ସ୍ତରରେ ଏହି ପ୍ରସଙ୍ଗରେ ଆଲୋଚନା କରାଯାଉ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ।

   Related Posts