Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୩ ଜଣ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୬କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୬୪ କରୋନା ସଂକ୍ରମିତ, ୧୦୪୮୪୯୨ରେ ପହଞ୍ଚିଲା ସଂଖ୍ୟା
  • ||
  • ଜରୁରୀକାଳିନ ପରିସ୍ଥିତି ଘୋଷଣା କଲେ ଗଭର୍ଣ୍ଣର : କରୋନା ସଂକ୍ରମଣ ବଢିବା ପରେ କଟକଣା କଡାକଡି
  • ||
  • ୧୮ କେଜିର ବଜ୍ରକାପ୍ତା ଉଦ୍ଧାର, ଡିଲ୍ ବେଳେ ଧରିଲା ବନ ବିଭାଗ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୪୬୫ ମୃତ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଫସଲ ନଷ୍ଟ କରି ଫେରିଗଲେ ଝାଡଖଣ୍ଡୀ ହାତୀପଲ, କ୍ଷତିପୂରଣ ଦାବି କଲେ ଚାଷୀ
  • ||
  • ଓଡିଶା ଉପକୂଳରେ ମାଡ ହେବ ବାତ୍ୟା ! ଡିସେମ୍ବର ୩ରୁ ୬ ଯାଏଁ ପ୍ରବଳ ବର୍ଷା
  • ||
  • ଟାଙ୍ଗୀ : ତାରିଣୀ ଦର୍ଶନ ସାରି ଫେରୁଥିଲେ, ଅଧାରାସ୍ତାରେ ଧକ୍କା ଦେଲା ଟ୍ରକ, ଚାଲିଗଲା ୩ ଜୀବନ
  • ||
  • ବିଏସକେଓ୍ୱାଇରେ ଯୋଡିହେବ କୋରାପୁଟ, ଭର୍ଚୁଆଲ ମାଧ୍ୟମରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ
  • ||

ଆମେରିକାର ମିନେସୋଟାରେ ଜଗନ୍ନାଥ ରଥଯାତ୍ରା ସମ୍ପନ୍ନ, ସମସ୍ତ ରୀତି ନୀତି ସହ ରଥ ଟାଣିଲେ ଭକ୍ତ

12/07/2021 at 8:43 PM

ଭୁବନେଶ୍ୱର, ୧୨/୦୭: କରୋନା କଟକଣା କାରଣରୁ ଭଗବାନ ଜଗନ୍ନାଥଙ୍କ ରଥଯାତ୍ରା କେବଳ ପୁରୀକୁ ଛାଡିଦେଲେ ଭାରତ ବର୍ଷରେ ଆଉ କେଉଁ ଜାଗାରେ ଅନୁଷ୍ଠିତ ହେଇପାରିନାହିଁ। କିନ୍ତୁ ଦରିଆ ସେପାରି ସୁଦୂର ଆମେରିକାରେ ବହୁ ଆଡମ୍ବରରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଆମେରିକାର ମିନେସୋଟା ରାଜ୍ୟର ମିନିଆପଲିସ୍ ସହରରେ ଓଡ଼ିଆ ମାନେ ବହୁ ଆଡମ୍ବର ସହକାରେ ରଥଯାତ୍ରା ପାଳନ କରିଛନ୍ତି।

ମିନିଆପଲିସ୍ ଠାରେ ଥିବା ଜଗନ୍ନାଥ ମନ୍ଦିର ୮୦ ଏକର ଜାଗାରେ ନିର୍ମିତ ହୋଇଥିବା ବେଳେ ଏଠାରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏକ ନୂତନ ଗୁଣ୍ଡିଚା ମନ୍ଦିର ନିର୍ମାଣ କରାଯାଇଛି। ମିନେସୋଟା ଜଗନ୍ନାଥ ମନ୍ଦିର ଉତ୍ତର ଆମେରିକାର ସବୁଠାରୁ ବଡ ଜଗନ୍ନାଥ ମନ୍ଦିର ହୋଇଥିବାବେଳେ ଆଜି ପ୍ରଥମ ଥର ପାଇଁ ମହାପ୍ରଭୁ ଜଗନ୍ନାଥ ଭ୍ରାତା ବଳଭଦ୍ର ଏବଂ ଭଗିନୀ ସୁଭଦ୍ରାଙ୍କ ସଂଗେ ରଥରେ ବସି ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିଛନ୍ତି ।

ଆଜି ମିନେସୋଟା ମନ୍ଦିରରେ ପାଞ୍ଚଶହରୁ ଉର୍ଦ୍ଧ୍ୱ ଓଡ଼ିଆ ତଥା ଭାରତୀୟ ଓ ସ୍ଥାନୀୟ ଭକ୍ତ ସମାଗମ ହୋଇଥିଲା ଏବଂ ହରିବୋଲ ହୁଳହୁଳିରେ ସେଠାକାର ମହଲ ଜଗନ୍ନାଥ ମୟ ହୋଇ ଯାଇଥିଲା। ସବୁଠାରୁ ଆଶ୍ଚଯ୍ୟର କଥା ସ୍ଥାନୀୟ ଆମେରିକା ମହିଳା ମାନେ ଶାଢ଼ୀ ପିନ୍ଧି ରଥ ଟାଣିଥିବାର ହେଖିବାକୁ ମିଳିଥିଲା। ଆଜି ଏହି ରଥଯାତ୍ରାରେ ମିନେସୋଟା ହିନ୍ଦୁ ସୋସାଇଟିର ଅଧ୍ୟଷ ଡ ସୀତା କାନ୍ତ ଦାସ ଛେରା ପଂହରା କରିଥିଲେ। ଆଜି ମିନେସୋଟାରେ ଓଡ଼ିଆ ସଂସ୍କୃତି ଓ ଜଗନ୍ନାଥ ପରମ୍ପରାର ଯଦି ପ୍ରଚାର ଓ ପ୍ରସାରରେ କାହାକୁ ଶ୍ରେୟ ଦେବାକୁ ହେବ, ସିଏ ହେଉଛନ୍ତି ଡ ସିତା କାନ୍ତ ଦାସ। ଆଜିର  ଜଗନ୍ନାଥ ରଥଯାତ୍ରାକୁ ପରିଚାଳନା ପାଇଁ ସେ ସମସ୍ତ ସହଯୋଗ କରିବା ସଙ୍ଗେ ସଙ୍ଗେ, ସେ ସମ୍ପୂର୍ଣ୍ଣ ଆର୍ଥିକ ସହାୟତା ମଧ୍ୟ କରିଛନ୍ତି। ଏଠାରେ ଉପସ୍ଥିତ ଥିବା ଓଡିଆମାନେ ନିଜ ମାଟି ଓଡ଼ିଶାର ପୁରୀରେ ରଥଯାତ୍ରା ଦେଖୁଥିବାର ଅନୁଭବ କରୁଥିଲେ।

   Related Posts