Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆବର୍ଜନାକୁ ପେଟରେ ଧରିଛି ପେଟାନାଳ, ସଫା କଥା ଭୁଲିଯାଇଛି ପ୍ରଶାସନ

2/05/2018 at 10:45 PM

କଟକ ମର୍କତନଗର ଓ ବିଡାନାସୀ ଅଞ୍ଚଳରୁ ବାହାରୁ ଥିବା ପ୍ରାୟ ସମସ୍ତ ବୈର୍ଯ୍ୟବସ୍ତୁକୁ, ନିଜ ଗର୍ଭରେ ଧାରଣ କରି ରଖିଛି ପେଟାନାଳ। ଯାହାକୁ ଗତ ୩ ବର୍ଷ ଭିତରେ ଥରଟିଏ ପାଇଁବି ସଫାକଲା ନାହିଁ ପ୍ରଶାସନ। ପରିଣାମ ସ୍ବରୁପ ପେଟାନାଳ ଏବେ ଆବର୍ଜନାର କୁଣ୍ତ ପାଲଟି ଯାଇଛି। ଯେଉଁଥିପାଇଁ ସମ୍ପୃକ୍ତ ଅଞ୍ଚଳରେ ମଶା ଉପଦ୍ରବ ବଢିବାରେ ଲାଗିଛି,ତା ସହିତ ଏକ ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟ ସୃଷ୍ଟି ହୋଇଛି, ବିଡମ୍ବନା ,ଏସଂକ୍ରାନ୍ତରେ ସି ଏମ୍ ସି କର୍ତ୍ତୃପକ୍ଷ ସଫେଇ ଦେଇଛନ୍ତିଯେ,ଏହା ମହାନଗର ନିଗମର ଦାୟିତ୍ବ ନୁହେଁ। ବରଂ ଜଳ ସମ୍ପଦ ବିଭାଗ ପେଟାନାଳର ମରାମତି, ସଫେଇ ଓ ସଂରକ୍ଷଣ କରିବାଲାଗି ଉତ୍ତରଦାୟୀ। ହେଲେ ଜଳସମ୍ପଦ ବିଭାଗର ଅଧିକାରୀମାନେ ଏନେଇ କିଛିବି କହିବାକୁ ନାରାଜ।

Leave a Reply

   Related Posts