ଆନ୍ଧ୍ରପ୍ରଦେଶର କୁର୍ଣ୍ଣୋଲ୍ ଜିଲ୍ଲା ର ପଥର ଖାଦାନ ବିସ୍ଫୋରଣ ଘଟଣା ରେ ଆଉ ଜଣେ ଦାଦନ ଶ୍ରମିକ ରାଜେନ୍ଦ୍ର ନାହାକଙ୍କ ମୃତ୍ୟୁ ଘଟିଛି। ମୃତ ଶରୀର ଆଜି ଗାଆଁ ରେ ପହଞ୍ଚିଛି। ମୃତକ ରାଜେନ୍ଦ୍ର ଙ୍କ ଘର ରମ୍ଭା ଥାନା ଅନ୍ତର୍ଗତ ଡିଆଁ ଡେଇଁ ଗ୍ରାମ। ଗାଆଁ ରେ ମୃତ ଶରୀର ପହଞ୍ଚି ବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଗଞାମ ବ୍ଳକ୍ ତହସିଲଦାର ଗଞାମ ବି ଡି ଓ ଜିଲ୍ଲା ଶ୍ରମ ଅଧିକାରୀ ଛତ୍ରପୁର ଗଞାମ ବ୍ଳକ୍ ଅଧ୍ଯକ୍ଷ ପ୍ରମୁଖ ଗାଆଁ ରେ ପହଞ୍ଚିଥିଲେ। ଜିଲ୍ଲା ପ୍ରଶାସନ ର ଉପସ୍ଥିତିରେ ପରିବାରବର୍ଗଙ୍କୁ ମର ଶରୀର ହସ୍ତାନ୍ତର କରାଯାଇଥିଲା। ପରେ ଶୋକାକୁଳ ପରିବେଶ ମଧ୍ଯରେ ଗାଆଁ ରେ ଶବ ସତ୍କାର କରାଯାଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ଥ ପ୍ରକାର ସୁବିଧା ସାହାର୍ଯ୍ଯ କରାଯିବ ବୋଲି କହିଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ ।