Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ୧୯୦୪କରୋନା ସଂକ୍ରମିତ ଚିହ୍ନଟ
  • ||
  • ଚିତ୍ରକୋଣ୍ଡାରେ BSF ଜବାନଙ୍କ କମ୍ବିଂ ଅପରେସନ, ଟିଫିନ୍ ବୋମା ଉଦ୍ଧାର
  • ||
  • ଶ୍ରୀଜଗନ୍ନାଥ ଷ୍ଟାଡିୟମ ନିକଟରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ, ୨ ଫ୍ଲାଟୁନ ଫୋର୍ସ ମୃତୟନ
  • ||
  • ଭିଜିଲାନ୍ସ ଜାଲରେ ଜନସ୍ୱାସ୍ଥ୍ୟ ବିଭାଗ-୨ ସହକାରୀ କାର୍ଯ୍ୟକାରୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ରେଡ୍
  • ||
  • ନୟାଗଡ଼ : ପୋଲିସ କବ୍‌ଜାରେ ୪ ଆନ୍ତଃ ଜିଲ୍ଲା ଡକାୟତ
  • ||

ଆଦିବାସୀ ବିରୋଧୀ ମନ୍ତବ୍ୟକୁ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି

9/07/2018 at 10:47 PM

ଆଦିବାସୀ ବିରୋଧୀ ମନ୍ତବ୍ୟକୁ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଗିରଫ ଦାବୀରେ ରାସ୍ତାକୁ ଓହ୍ଲାଇଲା ଆଦିବାସୀ ସମାଜ।ପ୍ରବଳ ବର୍ଷା ସତ୍ତ୍ବେ ଆଜି ଆଦିବାସୀ ସମାଜର ଶତାଧିକ ସଦଶ୍ୟ ଜୟପୁର ସହର ପରିକ୍ରମା କରିବା ସହ ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପ୍ରତିବାଦ ସଭା କରିଥିଲେ।ପରେ ବିଧାୟକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବୀରେ ଜୟପୁର ଉପଜିଲ୍ଲାପାଳଙ୍କ ଜରିଆରେ ଜାତୀୟ ଅନୁସୂଚିତ ଜାତି ଓ ଜନଜାତି କମିଶନଙ୍କୁ ଦାବୀ ପତ୍ର ପ୍ରଦାନ କରିଥିଲେ।ଅଭିଯୋଗ ଅନୁସାରେ କିଛି ଦିନ ତଳେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଟୁରା ଗାଁକୁ ଯାଇଥିଲେ।ସେହି ସମୟରେ ଗୋରା ଭତରା ନାମକ ଜଣେ ଆଦିବାସୀ ଲୋକ ନିଜ ସମସ୍ୟା ବିଷୟରେ ବିଧାୟକଙ୍କୁ ଅବଗତ କରାଇଥିଲେ।ହେଲେ ସମସ୍ୟା ସମାଧାନ କରିବା ବଦଳରେ ଗୋରା ଭତରାର ଜାତିକୁ ନେଇ ଗାଳି କରିବା ସହ ଜୋତାରେ ମାରିବା ପାଇଁ ଧମକ ଦେଇଥିଲେ।ଏହାକୁ ନେଇ ଆଦିବାସୀ ସମାଜ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।ବିଧାୟକଙ୍କୁ ଗିରଫ କରାନଗଲେ ଆଦିବାସୀ ସମାଜ ଆଗକୁ ଆନ୍ଦୋଳନ ଜୋରଦାର କରିବ ବୋଲି ଚେତାବନୀ ଦେଇଛି।ତେବେ ଆଜି ପର୍ଯ୍ୟନ୍ତ ଅଭିଯୋଗକାରୀ ବିଧାୟକଙ୍କ ବିରୋଧରେ ଥାନାରେ ଏତଲା ଦେଇଥିବା ବେଳେ ଆଜିର ପ୍ରତିବାଦ ସଭାରେ ବିଜେଡି ନେତା ଓ କର୍ମୀ ଉପସ୍ଥିତ ଥିବା ବେଳେ ସ୍ବତନ୍ତ୍ର ଆଦିବାସୀ ବିକାଶ ପରିଷଦର ଚେୟାରମେନ କମୁଳୁ ଜାନୀ ଏହାର ନେତୃତ୍ବ ନେଉଥିଲେ।ତେଣୁ ଏହି ଘଟଣା ପଛରେ ବି ତାରାଙ୍କୁ ଘେରିବାକୁ ବିଜେଡିର ଏହା ଏକ ରାଜନୈତିକ ଚାଲ ହେଉଥିବା ଚର୍ଚ୍ଚା ହେଉଛି।ତେବେ ଏହାକୁ ଖଣ୍ଡନ କରିଛି ଆଦିବାସୀ ସମାଜ।ତେବେ ଏ ନେଇ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରତିକ୍ରିୟା ମିଳି ପାରିନି।

   Related Posts