Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆତ୍ମହତ୍ୟାର ୨୩ଦିନ ପୂର୍ବରୁ ସୁଶାନ୍ତଙ୍କ ସହ ହୋଇଥିଲା କଥାବାର୍ତ୍ତା : ହ୍ବାଟସଆପ୍ ଚ୍ୟାଟ୍ ସେୟାର କଲେ ଶ୍ବେତା

6/08/2020 at 12:07 PM

ମୁମ୍ବାଇ ୬/୮: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟକୁ ମୁମ୍ବାଇ ପୋଲିସ୍ ଏବେ ସୁଦ୍ଧା ଆତ୍ମହତ୍ୟା କହିଛି । ପରିବାର ଲୋକ ସମେତ କେତେକ ପ୍ରଶଂସକ ମାନୁଛନ୍ତି ଯେ ସୁଶାନ୍ତ ସିଂହ ରାଜପୁତ ଡିପ୍ରେସନ୍ ଯୋଗୁଁ ସୁଇସାଇଡ କରିନାହାନ୍ତି ଏବଂ ସୁଶାନ୍ତଙ୍କ ପରିବାର ସବୁ କିଛି କରୁଛନ୍ତି ଯାହା ଦ୍ବାରା ସୁଶାନ୍ତଙ୍କୁ ନ୍ୟାୟ ମିଳିପାରିବ। ସୁଶାନ୍ତଙ୍କ ଭଉଣୀ ଶ୍ବେତା ସିଂହ କୀର୍ତ୍ତି ଇନଷ୍ଟାଗ୍ରାମରେ ଏକ ସ୍କ୍ରିନଶଟ୍ ସେୟାର କରିଛନ୍ତି ଯେଉଁଥିରେ ସୁଶାନ୍ତଙ୍କ ପରଲୋକର ୨୩ଦିନ ପୂର୍ବରୁ ତାଙ୍କର ସୁଶାନ୍ତଙ୍କ ସହ ହ୍ବାଟସଆପରେ କଥା ହୋଇଥିଲା।

ଏହି ଫଟୋରେ ଦେଖିବାକୁ ମିଳୁଛି ଯେ ଶ୍ବେତା ସୁଶାନ୍ତଙ୍କୁ ଏକ ଫଟୋ ପଠାଉଛନ୍ତି ଯେଉଁଥିରେ ୪ଭଉଣୀ ଭର୍ଚୁଆଲ ବେଦାନ୍ତ କ୍ଲାସ୍ ଆଟେଣ୍ଡ କରୁଥିବା ନଜର ଆସିଛନ୍ତି। ସେ ନିଜ ମ୍ୟାସେଜରେ ଲେଖିଛନ୍ତି- ଲଭ ୟୁ ଭାଇ,ମିସ୍ ୟୁ। ଏଥିରେ ସୁଶାନ୍ତ ମଧ୍ୟ ରିପ୍ଲାଇ କରିଛନ୍ତି ଏବଂ ଲେଖିଛନ୍ତି ଯେ ,ଲଭ ୟୁ ଟୁ। ଏହା ବହୁତ ଭଲ ଲାଗୁଛି। ଏହି ଚାଟରେ ଶ୍ବେତା ନିଜ ପରିବାର ଏବଂ ପିଲାଙ୍କ ଏକ ଭିଡିଓ ସେୟାର କରିଛନ୍ତି ଯାହାକୁ ନେଇ ସୁଶାନ୍ତ ରିପ୍ଲାଇ କରିଛନ୍ତି ଏବଂ ଲେଖିଛନ୍ତି- ବାଃ କେତେ ସୁନ୍ଦର ଏବଂ ସୁଖୀ ପରିବାର। ପ୍ଲିଜ ବିଶାଲଙ୍କୁ ମୋର ହାୟ କହିବ ଏବଂ କ୍ୟୁଟ ପିଲାଙ୍କୁ ମୋ ଭଲ ପାଇବା ଦେବ।

   Related Posts