ଆଜି ଲିଙ୍ଗରାଜ ମନ୍ଦିରରେ ଲାଗିଥିଲା କାଉଡିଆଙ୍କ ଗହଳି
6/08/2018 at 7:39 PM

ଆଜି ଶ୍ରାବଣ ଦ୍ବିତୀୟ ସେ।ମବାର । ସକାଳୁ ସକାଳୁ ଲିଙ୍ଗରାଜ ମନ୍ଦିରରେ ଲାଗିଥିଲା କାଉଡିଆଙ୍କ ଗହଳି । ଓମ୍ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେଉଥିଲା ଗଗନପବନ । ଦେହରେ ଗେରୁଆ ବସ୍ତ୍ର, କାନ୍ଧରେ କଳସ ବାହୁଙ୍ଗି। ଓମ୍ ନମଃ ଶିବାୟ ଧ୍ବନୀରେ ପ୍ରକମ୍ପିତ ସାରା ପରିବେଶ । ଶ୍ରାବଣ ଦ୍ବିତୀୟ ସେ।ମବାରରେ ଜଳାଭିଷେକ ପାଇଁ ଶ୍ରୀଲିଙ୍ଗରାଜଙ୍କ ପୀଠରେ ଲାଗିଥିଲା କାଉଡିଆଙ୍କ ଗହଳି । ବେ।ଲ୍ ବମ୍ ହର ହର ବମ୍ ଧ୍ବନୀରେ ପ୍ରକମ୍ପିତ ହେ।ଇଥିଲା ଏକାମ୍ର କ୍ଷେତ୍ର । ମନସ୍କାମନା ପୂରଣ ପାଇଁ କାହିଁ କେଉଁଆଡୁ ଧାଇଁ ଆସିଥିଲେ ଶ୍ରଦ୍ଧାଳୁ । ପାଖାପାଖି ୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ଲିଙ୍ଗରାଜଙ୍କୁ ଜଳଲାଗି କରିଥିଲେ । ତେବେ ଦୂରଦୂରାନ୍ତରରୁ ଆସିଥିବା କାଉଡିଆଙ୍କ ପାଇଁ ଖାଇବା ପିଇବା ବ୍ୟବସ୍ଥା କରିଥିଲେ ସ୍ବେଚ୍ଛାସେବୀ ସଙ୍ଗଠନ ।