ଆଜି ରିଲିଜ ହେଉଛି ‘ମାଣ୍ଟୋ’ ଫିଲ୍ମ
21/09/2018 at 11:59 AM

ଆଜି ରିଲିଜ ହେଉଛି ଜୀବନଚରିତ ଫିଲ୍ମ ‘ମାଣ୍ଟୋ’। ଏହା ପ୍ରସିଦ୍ଧ ଉର୍ଦ୍ଦୁ ଲେଖକ ସାଦତ ହାସନ ମାଣ୍ଟୋଙ୍କ ଜୀବନୀ ଉପରେ ଆଧାରିତ ହୋଇଛି। ନନ୍ଦିତା ଦାସଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ନଓ୍ବାଜୁଦ୍ଦିନ ସିଦ୍ଦିକି ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଅଭିନେତା ନଓ୍ବାଜୁଦ୍ଦିନ ସିଦ୍ଦିକି ଏଥିରେ ଇଣ୍ଡୋ-ପାକିସ୍ତାନୀ ଲେଖକ ସାଦତ ହାସନ ମାଣ୍ଟୋଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଅଭିନେତା ତାହିର ରାଜ ଭାସିନ୍ ୪୦ଶତକର ବଲିଉଡ ସୁପରଷ୍ଟାର ଶ୍ୟାମ ଛଡ୍ଡାଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଅଭିନେତ୍ରୀ ରସିକା ଦୁଗ୍ଗଲ ମାଣ୍ଟୋଙ୍କ ପତ୍ନୀ ସାଫିଆ ଭୂମିକାରେ ଅଭିନୟ କରିଛନ୍ତି। ମାଣ୍ଟୋ ସ୍ବାଧୀନତା ପରବର୍ତ୍ତୀ ସମୟର ଘଟଣାକୁ ନେଇ ପର୍ଯ୍ୟବେସିତ ।
ଏହି ଫିଲ୍ମର ପୋଷ୍ଟରକୁ ୨୦୧୭ କାନ୍ ଫିଲ୍ମ ଫେଷ୍ଟିଭାଲରେ ଉନ୍ମୁକ୍ତ କରାଯାଇଥିଲା।
Related Posts
ସଲମାନଙ୍କୁ ହାତ ଯୋଡି ଧନ୍ୟବାଦ ଜଣାଇଲେ ରାଖୀଙ୍କ କ୍ୟାନ୍ସର ପୀଡିତା ମା’
27 February 2021