Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ୨୦୨୧-୨୨ ବର୍ଷର ବଜେଟ୍ ନେଇ ହେବ ଆଲୋଚନା

2/11/2021 at 9:45 AM

ପୁରୀ ୨।୧୧: ମଙ୍ଗଳବାର ପୂର୍ବାହ୍ନ ସାଢେ ୧୦ଟା ୩୦ରେ ନିଳାଦ୍ରୀ ଭକ୍ତ ନିବାସରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ।  ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ ବୈଠକ।  ବିଭିନ୍ନ ତହସିଲ ଅଧିନରେ ମହାପ୍ରଭୁଙ୍କ ଜମି ହଡପ ପ୍ରସଙ୍ଗ ଓ ଜମି ସୁରକ୍ଷା ମୁଖ୍ୟ ପ୍ରସଙ୍ଗ ହେବ। ଏଥିରେ ମହାପ୍ରଭୁଙ୍କ ଜମିଜମା, ଖଣି ସହ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରାୟ ୧୯୦କୋଟି ଟଙ୍କାର ବଜେଟ୍ ଉପରେ ହେବ ଆଲୋଚନା ।

ଏଥିସହିତ ସେବାୟତ, ବରିଷ୍ଠ ଅଧିକାରୀ ଓ ଜେଟିପିଙ୍କ ଡ୍ରେସ୍ କୋଡ୍ ଉପରେ ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।  ସେବାୟତମାନେ ପାଟ ମକୁଟା ପରିଧାନ କରିବେ । ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ଏସପି, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ଆଦି ବରିଷ୍ଠ ଅଧିକାରୀମାନେ ଧଳା ପାଇଜାମା ଓ କୁର୍ତ୍ତା ପରିଧାନ କରି ଗର୍ଭଗୃହକୁ ପ୍ରବେଶ କରିବେ।  ସେହିପରି ଜେଟିପି ଓ ଚର୍ଚ୍ଚାମାନଙ୍କ ପାଇଁ ଖାକି ଧୋତି ଡ୍ରେସକୋଡ କରାଯାଇଛି । ତେବେ ପରିଚାଳନା କମିଟି ବୈଠକରେ ଚୂଡାନ୍ତ ଡ୍ରେସକୋଡ ଉପରେ ଲାଗିପାରେ ମୋହର ।

   Related Posts