Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଦେଶବ୍ୟାପି ଟ୍ରକ ଧର୍ମଘଟ

20/07/2018 at 2:51 PM

ଆଜିଠୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଦେଶବ୍ୟାପି ଟ୍ରକ ଧର୍ମଘଟ । ୫ ଦଫା ଦାବି ନେଇ ସକାଳ ୬ଟାରୁ ଟ୍ରକ୍ ଚଳାଚଳ ବନ୍ଦ ରହିଛି । ଏହି ଟ୍ରକ ଧର୍ମଘଟ ଯୋଗୁଁ ଦେଶର ୯୩ ଲକ୍ଷ ଟ୍ରକ ଚଳାଚଳ ବନ୍ଦ ରହିଛି । ଧର୍ମଘଟକୁ ଏଡାଇବା ପାଇଁ ଟ୍ରକ ସଂଘର ପ୍ରତିନିଧମାନେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରିଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନର ବାଟ ବାହାରି ପାରିନଥିଲା ଫଳରେ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଅଲ୍ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ । ଏହି ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ଭୁବନେଶ୍ବର ଗୁଡସ୍ ଟ୍ରାନ୍ସପୋର୍ଟ ଆସୋସିଏସନ୍ । ଫଳରେ ମାଲ୍ ପରିବହନରେ ବାଧା ଉପଜିବାରେ ଆଶଙ୍କା ଦେଖା ଦେଇଛି । ଡିଜେଲ୍ ଦର ବୃଦ୍ଧିର ପ୍ରତିବାଦ, ଟୋଲ୍ ଟ୍ୟାକ୍ସ ଛାଡ଼କୁ ପ୍ରମୁଖ ଦାବି କରିଛି ସଂଘ । କେନ୍ଦ୍ର ସରକାର ଦାବି ପୂରଣ ନ କରିବା ଯାଏଁ ଟ୍ରକ୍ ଚଳାଚଳ ବନ୍ଦ ରହିବ ବୋଲି ସଂଘ କହିଛି |

   Related Posts