Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଷୀଙ୍କ ଖାତାକୁ ଗଲା ‘କାଳିଆ’ ଟଙ୍କା, ଆକାଉଣ୍ଟକୁ ୯୧୦ କୋଟି ଟଙ୍କା ପଠାଇଲେ ମୁଖ୍ୟମନ୍ତ୍ରୀ
  • ||
  • ୫୦୦ ଲୋକଙ୍କୁ ନେଇ ଧୁମଧାମ୍‌ରେ ଚାଲିଥିଲା ବାହାଘର ଭୋଜି, ଚଢଉ କଲେ ତହସିଲଦାର…ଲାଗିଲା ମୋଟା ଅଙ୍କର ଫାଇନ୍
  • ||
  • ୩ ହଜାର ଲିଟର ମଦ ଜବତ, ୬୦ଟି ବସ୍ତାରେ ହେଉଥିଲା ଚାଲାଣ
  • ||
  • ନାଉ କିଆରୀରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ, ଜଣେ ଗିରଫ
  • ||
  • ଚେତୁ ନାହାଁନ୍ତି ଲୋକେ, ବିନିକା ବଜାରରେ କରୋନା କଟକଣା ବାଟବଣା
  • ||
  • ଚଣ୍ଡିଖୋଲ : ଧଳା ଜହର ରାକେଟ୍‌ର ପର୍ଦ୍ଦାଫାଶ କଲା ସଡକ ଦୁର୍ଘଟଣା, ଜବତ ହେଲା ୯ ଗ୍ରାମ୍ ବ୍ରାଉନସୁଗାର
  • ||
  • ଚଣ୍ଡିଖୋଲ : ଚଳିତ ବର୍ଷ ଫିକା ପଡିଛି ଇଦ୍, ଯାଜପୁରରେ ନିରାଡମ୍ବର ଭାବେ ପାଳିତ ହେଉଛି ଉଦ୍-ଉଲ୍-ଫିତର
  • ||
  • ତେଲକୋଇ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ସ୍ତ୍ରୀ ଗୁରୁତର, ସ୍ବାମୀ ଆହତ
  • ||
  • ନୂଆଦିଲ୍ଲୀ : ଆପ୍ ନେତା ଜରନେଲ୍ ସିଂହଙ୍କ କରୋନାରେ ଦେହାନ୍ତ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲ
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଆଖି ସାମ୍ନାରେ ଚାଲିଗଲେ ବାପା ମାଆ : Special Report (25.06.2018)

25/06/2018 at 11:46 PM

ଖୋର୍ଦ୍ଧା ଠେଙ୍ଗାହାଟ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ଏବେ ପୋଲିସ ପାଇଁ ଛାଡିଯାଇଛି ଅନେକ ପ୍ରଶ୍ନ । ମୃତ ସୌମ୍ୟକାନ୍ତ ପଟ୍ଟନାୟକଙ୍କ ବଡଭାଇ ବିଶ୍ବଜିତ୍ଙ୍କ ଅଭିଯୋଗ କ୍ରମେ ଖୋର୍ଦ୍ଧା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି। ସକାଳେ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବା ସହ ସୌମ୍ୟକାନ୍ତ ଏବଂ ପତ୍ନୀ ସୁଚିସ୍ମିତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଛି । ଆତ୍ମହତ୍ୟା ପଛରେ ଆର୍ଥିକ ଅନାଟନ ନା କଂପାନୀ କର୍ତ୍ତୃପକ୍ଷଙ୍କ ନିର୍ଯାତନା ତାର ଖୋଳତାଡ କରୁଛି ପୋଲିସ ।

କାହିଁକି ଆତ୍ମହତ୍ୟା କଲେ ସୌମ୍ୟ ଓ ସୁଚୀ ।ଆର୍ଥିକ ଅଭାବ ନା କମ୍ପାନିର ନିର୍ଯାତନା । ନିଜ ଝିଅକୁ ପୁଣି ମାରିଦେବା ଲାଗି ଚରମ ନିଷ୍ପତ୍ତି କେମିତି ନେଲେ ଏହି ଦମ୍ପତି । ଖୋର୍ଦ୍ଧାରେ ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା ଅନେକ ପ୍ରଶ୍ନ ଛାଡ଼ିଯାଇଛି। କଟ କ ବାଙ୍କୀ ପଥୁରିପଡା ଗାଁର ସୌମ୍ୟକାନ୍ତ ଭାଇ ବିଶ୍ବଜିତ୍ଙ୍କ ଅଭିଯୋଗ ପରେ ଖୋର୍ଦ୍ଧା ଥାନାରେ ମାମଲା ରୁଜୁ ହୋଇଛି । ସୌମ୍ୟକାନ୍ତ ୨୦୦୫ ରୁ ଖୋର୍ଦ୍ଧା ଶିଳ୍ପାଞ୍ଚଳରେ ଥିବା ତିରୁବାଲା କେମିକାଲ କମ୍ପାନୀରେ ହିସାବ ନିରୀକ୍ଷକ ରୂପେ କାର୍ଯ୍ୟ କରୁଥିଲେ । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ହଇରାଣ କରିବା ସହ ଚାକିରୀ ରୁ ବହିଷ୍କାର କରିଦେଇଥିଲେ। ଏନେଇ ସୌମ୍ୟକାନ୍ତ ଭୁବନେଶ୍ବର ଶ୍ରମ ଅଦାଲତର ଦ୍ବାରସ୍ଥ ହୋଇଥିଲେ। ସୌମ୍ୟକାନ୍ତଙ୍କୁ ପୁନଃ ନିଯୁକ୍ତି ସହ ୨ ଲକ୍ଷ ୫୦ ହଜାର ଟଙ୍କା ବକେୟା ପ୍ରାପ୍ୟ ଦେବାକୁ କୋର୍ଟ କଂପାନୀକୁ ଆଦେଶ ଦେଇଥିଲେ। ତେଣୁ ବାଧ୍ୟ ହୋଇ କମ୍ପାନୀ କର୍ତ୍ତୃପକ୍ଷ ତାଙ୍କୁ ପୁନଃ ନିଯୁକ୍ତି ଦେବା ସହ ତାଙ୍କ ବକେୟା ଅର୍ଥ ପଇଠ କରିଥିଲେ । ମାତ୍ର ଆକ୍ରୋଶମୂଳକ ଭାବେ କଂପାନୀ କର୍ତ୍ତୃପକ୍ଷ ତାଙ୍କୁ ନାନା ହଇରାଣ ହରକତ କରି ଆସୁଥିଲେ । ଏପରିକି ତାଙ୍କର ଦରମା ବନ୍ଦ କରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଦରମା ନପାଇ ଆର୍ଥିକ ଅନାଟନ ଓ ମାନସିକ ଚାପରେ ଦିନ କାଟୁଥିଲେ ସୌମ୍ୟକାନ୍ତ । ୧୮ ତାରିଖରେ ଖୋର୍ଦ୍ଧା ସହକାରୀ ଶ୍ରମ ଅଧିକାରୀଙ୍କୁ ଏନେଇ ଅଭିଯୋଗ କରିଥିଲେ । ଦରମା ନମିଳିଲେ ସପରିବାର ଆତ୍ମହତ୍ୟା କରିବା ନେଇ ଚେତାବନୀ ଦେଇଥିଲେ। ସେହିଭଳି କମ୍ପାନୀ ତରଫରୁ ସୌମ୍ୟଙ୍କ ବିରୋଧରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡିରେ ପାଲଟା ଅଭିଯୋଗ ହୋଇଛି । ଯେଉଁଥିରେ ସୌମ୍ୟକାନ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଆତ୍ମହତ୍ୟା ପାଇଁ ଧମକ ଦେଇଥିବା ଦର୍ଶାଯାଇଛି । ଆତ୍ମହତ୍ୟା ପୂର୍ବରୁ ଶିଳ୍ପାଂଚଳ ଫାଣ୍ଡି ପୋଲିସ ଏକପାଖିଆଭାବେ ସୌମ୍ୟକାନ୍ତଙ୍କୁ ଡାକି ପଚରାଉଚରା କରିଥିଲା । ଯେଉଁଥିପାଇଁ ସୌମ୍ୟକାନ୍ତ ପୁରା ଭାଙ୍ଗିପଡିବା ସହ ସପରିବାର ଆତ୍ମହତ୍ୟା ପାଇଁ ପଦକ୍ଷେପ ନେଇଥିବା ଅଭିଯୋଗ ହୋଇଛି । ଖୋର୍ଦ୍ଧା ଟାଉନ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଘଟଣା ପରେ ଥିରୁବାଲା କମ୍ପାନୀର ସୁରକ୍ଷା କର୍ମୀଙ୍କୁ ଛାଡିଦଲେ ଅନ୍ୟ କୌଣସି କର୍ମଚାରୀଙ୍କ ଦେଖାନଥିଲା । ଘଟଣାର ନିରପକ୍ଷେ ତଦନ୍ତ ସହ ମୃତକଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି ହୋଇଛି ।

   Related Posts