Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଆଇସିୟୁରେ ବେଡ ପାଇଁ ୧.୩୦ ଲକ୍ଷ ଲାଞ୍ଚ : କିସ୍ତିରେ ଟଙ୍କା ନେଉଥିବାବେଳେ ମାଡିବସିଲା ACB

9/05/2021 at 1:47 PM

ରାଜସ୍ଥାନ ୯/୫ : ଭାରତରେ ଘାତକ ହେବାରେ ଲାଗିଛି ସଂକ୍ରମଣ । ଦେଶରେ ଏଭଳି ବିପଦ ସମୟରେ କେହି କେହି ନିଜର ଜୀବିକା ଛାଡି ଅନ୍ୟର ଜୀବନ ବଞ୍ଚାଇବାକୁ ଆଗେଇ ଆସୁଛନ୍ତି । ଠିକେ ଏତିକିବେଳେ ମାତିଛନ୍ତି କିଛି ଅସାଧୁ ଓ ଖଳ ପ୍ରକୃତିର ଲୋକେ । କିଛିଦିନ ତଳେ ଜଣେ ଆମ୍ୱୁଲାନ୍ସ ଡ୍ରାଇଭର ରୋଗୀଙ୍କ ସ୍ଥାନାନ୍ତର ପାଇଁ ନେଇଥିଲା ୧.୨୦ ଲକ୍ଷ ଟଙ୍କା । ଠିକି ସେହିଭଳି ରାଜସ୍ଥାନ ଜୟପୁରରୁ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟକର ଘଟଣା ।

ଏଠାରେ ଜଣେ କରୋନା ରୋଗୀଙ୍କ ବେଡ ଯୋଗାଇଦେବାକୁ କହି ଲାଞ୍ଚ ନେଇଛନ୍ତି ଘରୋଇ ହସ୍ପିଟାଲରେ କାର୍ଯ୍ୟରତ ଜଣେ ପୁରୁଷ ନର୍ସ । ଆଇସିୟୁ ବେଡ୍ କରାଇଦେବାକୁ କହି ନେଇଛନ୍ତି ୧ ଲକ୍ଷ ୩୦ ହଜାର ଟଙ୍କା । ତେବେ ପରିତାପର ବିଷୟ କି ପୀଡିତଙ୍କ ପରିବାର ନିକଟରେ ଏତେ ଅର୍ଥ ଏକାସଂଗେ ଯୋଗାଡ କରିବା ସମ୍ଭବ ନିଥିଲା । ସେଥିପାଇଁ ସେମାନେ କିସ୍ତିରେ ଦେବା ପାଇଁ ଅଭିଯୁକ୍ତ ନର୍ସଙ୍କୁ କହିଥିଲା । ତେବେ ଏହି ଘଟଣା ସମ୍ପର୍କରେ ଜଣା ପଡିବା ପରେ ରାଜ୍ୟ ଭ୍ରଷ୍ଟାଚାର ନିରୋଧ ବ୍ୟୁରୋ ଉକ୍ତ ନର୍ସକୁ ଘଟଣା ସ୍ଥଳରୁ ହିଁ ଗିରଫ କରିଛି ।
ଅଭିଯୁକ୍ତ ପୁରୁଷ ନର୍ସ ଜଣଙ୍କ ହେଉଛନ୍ତି ଅଶୋକ କୁମାର ଗୁର୍ଜର । ସେ ଜୟପୁରର ମେଟ୍ରୋ ମାସ୍ ହସ୍ପିଟାଲରେ ନର୍ସ ଭାବରେ କାର୍ଯ୍ୟ କରୁଥିଲେ । ପୋଲିସ ମହାନିର୍ଦ୍ଦେଶକ ବି.ଏଲ୍ ସୋନିଙ୍କ କହିବା ଅନୁଯାୟୀ, ରାଜସ୍ଥାନ ୟୁନିଭରସିଟି ଅଫ ହେଲଥ ସାଇନ୍ସରେ ଆଇସିୟୁ ବେଡ୍ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ଅଭିଯୁକ୍ତ କୋଭିଡ ରୋଗୀଙ୍କ ପରିବାରରୁ ୧.୩୦ ଲକ୍ଷ ଟଙ୍କା ମାଗିଥିଲେ । ଗୁର୍ଜର ଏଯାବତ୍ ଅଭିଯୋଗକାରୀଙ୍କ ଠାରୁ ୯୫ ହଜାର ଟଙ୍କା ନେଇ ସାରିଛନ୍ତି । ତେବେ ଘଟଣାର ସତ୍ୟାସତ୍ୟ ଯାଞ୍ଚ୍ କରି ଅଭିଯୁକ୍ତକୁ ଗିରଫ କରାଯାଇଛି ।

   Related Posts