Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଖର ସେନାର ଲଙ୍କା ବିଜୟ, ପ୍ରଥମ ଟି-୨୦ରେ ୩୮ ରନ୍‌ରେ ଜିତିଲା ଭାରତ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୧୦୮ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୨ ଡିସଚାର୍ଜ
  • ||
  • ଟୋକିଓ ଅଲିମ୍ପିକ୍ସ : ଭାରତୀୟ ହକି ଟିମର ପରାଜୟ, ୧-୭ ଗୋଲରେ ଜିତିଲା ଅଷ୍ଟ୍ରେଲିଆ
  • ||
  • ହାଇଦରକୁ ଏନକାଉଣ୍ଟର ବେଳେ ବାଜିଥିଲା ୩ ଗୁଳି କିନ୍ତୁ ଶରୀରରୁ ବାହାରିଲା ୪ଟି ଗୁଳି, ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର ହେଲା ମୃତ ଦେହ
  • ||
  • ଭୁଶୁଡିଲା ସ୍ମାର୍ଟ ପୋଖରୀର ସ୍ମାର୍ଟ ପାଚେରୀ, ନିର୍ମାଣ ସରିବା ପରେ ୭ ଦିନ ବି ଗଲାନି
  • ||
  • ବିଦ୍ୟୁତ ଆଘାତରେ ଟଳିପଡିଲେ ଅସ୍ଥାୟୀ କର୍ମଚାରୀ, ମୃତଦେହ ରଖି ରାସ୍ତାରୋକ କଲେ ସ୍ଥାନୀୟ ଲୋକେ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୭ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୮୩୩ କରୋନା ପଜିଟିଭ୍
  • ||
  • ବିଜେଡିର ମିଶ୍ରଣ ପର୍ବ, ଦଳରେ ସାମିଲ ହେଲେ ଜିଲ୍ଲା ପରିଷଦ ସଭ୍ୟ ଓ ବିଜେପି କର୍ମୀ
  • ||
  • ଦାନା ବାନ୍ଧୁଛି ଲଘୁଚାପ, ୨୭ରୁ ୨୯ ଯାଏଁ ଛେଚିବ ବର୍ଷା
  • ||

ଆଇନ୍‌କୁ ହାତକୁ ନେଲେ ଅଭିଯୁକ୍ତକୁ ପ୍ରଜାକୋର୍ଟରେ ଦଣ୍ଡିତ କରିବାକୁ ଅଡ଼ି ବସିଲେ ଗାଁ ଲୋକେ, ପୋଲିସ୍ ୧୨ ଘଣ୍ଟା ନାକେଦମ

12/08/2020 at 8:03 PM

ନୀଳଗିରି୧୨/୮: ବାଲେଶ୍ଵର ଜିଲ୍ଲା ନୀଳଗିରିରେ ଜଣେ ଅଭିଯୁକ୍ତ ବାରମ୍ବାର କିଛି କଥା ନଥାଇ ଗାଳି ଗୁଲଜ କରିବା ଓ ପ୍ରତିବାଦ କଲେ ମରଣାନ୍ତକ ଆକ୍ରମଣ କରିବା ଘଟଣା ରେ ଅତିଷ୍ଠ ହୋଇ ଅଭିଯୁକ୍ତକୁ ପୋଲିସରେ ନଦେଇ ପ୍ରଜା କୋର୍ଟରେ ଦଣ୍ଡିତ କରିବା ନେଇ ତମ୍ବି ତୋଫାନ ଘଟିଛି।

ଏଭଳି ଅଭାବନୀୟ ଘଟଣା ନୀଳଗିରି ଥାନା ଅଧିନ ନିଚନ୍ଦପୁର ଗାଁରେ ଦେଖିବାକୁ ମିଳିଛି। ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧିନ ନିଚନ୍ଦପୁର ଅଞ୍ଚଳର ବିଶ୍ଵଜିତ ଦଳେଇ ଓରଫ ରାଜା ସେହିଅଞ୍ଚଳର ଗୌରାଙ୍ଗ ଚନ୍ଦ୍ର ପାତ୍ର ଓରଫ ଭରତ ନାମକ ବ୍ୟକ୍ତିଙ୍କୁ ଗତକାଲି ରାତ୍ର ୧୦ଟା ସମୟରେ ମାଡ଼ ମାରିବା ସହ ଜୀବନରୁ ମାରି ଦେବାର ଧମକ ଦେଇଥିଲା। ପାଟିତୁଣ୍ଡ ଶୁଣି ଗ୍ରାମବାସୀମାନେ ଦୌଡ଼ି ଆସିବାରୁ ରାଜାର ମାଡ଼ ମାରୁଥିବା ଦେଖିବାକୁ ପାଇଥିଲେ। ରକ୍ତାକ୍ତ ଅବସ୍ଥାରେ ଗୌରଙ୍ଗକୁ ପାଇ ଗ୍ରାମବାସୀ ଚିଡି ଉଠିଥିଲେ।

ପୋଲିସ ଏଭଳି ନିଷ୍ପତ୍ତି ଶୁଣି ସାମ୍ବାବ୍ୟ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ରାତ୍ରରେ କୌଣସି କାର୍ଯ୍ୟନୁଷ୍ଠାନ କରିନଥିଲା।ରାଜାକୁ ଗିରଫ ରାତିରେ ନକରି କିଛି ପୋଲିସ ଫୋର୍ସ ଓ ଏସଆଇ ସସ୍ମିତା ମଲ୍ଲିକ ଗାଁ ଉପରେ ନଜର ରଖିଥିଲେ। ରାତି ସାରା ଅଭିଯୁକ୍ତ ଘର ଚାରିପଟେ ଗ୍ରାମବାସୀ ଜଗିରହିଥିଲେ। ଆଜି ସକାଳେ କିନ୍ତୁ ଘଟଣା ଆହୁରି ବିଗିଡିବାରେ ଲାଗିଥିଲା।ଉତ୍ୟେକ୍ତ ଗ୍ରାମବାସୀ ଟାୟାର ଜାଳି ପଞ୍ଚଲିଙ୍ଗେଶ୍ୱର ନୀଳଗିରି ରାସ୍ତା ଅବରୋଧ କରିଥିଲେ। ରାଜାକୁ ପୋଲିସ ନେବନି ବରଂ ପ୍ରଜାକୋର୍ଟ ବସି ଉଚିତ ନ୍ୟାୟ କରାଯିବ ବୋଲି ଗ୍ରାମବାସୀ କହିଥିଲେ।

ପ୍ରଜାକୋର୍ଟ ଘଟଣା ଶୁଣି କାଳେ ଅଞ୍ଚଳବାସୀ ଆଇନକୁ ହାତକୁ ନେବେ ଏନେଇ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିଲା। ଏପରି କି କିଛି ମହିଳା ପୋଲିସ କର୍ମଚାରୀ ଓ ଅଧିକାରୀ ଙ୍କୁ ଗ୍ରାମବାସୀଙ୍କୁ ଦୁର୍ବ୍ୟବହାର କରିବାକୁ ମଧ୍ୟ ପଛାଇ ନଥିଲେ। ଗ୍ରାମବାସୀ ପ୍ରଜାକୋର୍ଟ ନେଇ ଅଡି ବସିଥିବା ବେଳେ ନୀଳଗିରି ଏସଡିପିଓ ଅମୁଲ୍ୟ ଧର ଓ ଆଇଆଇସି ମିନତୀ ବିଶ୍ୱାଳ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟେକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ରାଜା ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା।

ଏହାପରେ ରାଜା ଘରେ ପୋଲିସ ଯାଞ୍ଚ କରିବା ସହ ଲୁହାରଡ଼ ଜବତ କରି ତାକୁ ଗିରଫ କରିଥିଲା।ଏପରି କି ତାର ବାପା ମାଆଙ୍କୁ ମଧ୍ୟ ଥାନାରେ ଅଟକ ରଖାଯାଇଛି। ତେବେ ଗ୍ରାମବାସୀମାନେ ପ୍ରଜାକୋର୍ଟ ବସାଇବା କିମ୍ବା ଆଇନକୁ ହାତକୁ ନେବା ଦାବି ଗ୍ରହଣୀୟ ନୁହଁ,ତେବେ ବାରମ୍ବାର ଆକ୍ରମଣ କରିବା ଓ ଧମକ ଚମକ ଦେବାରେ ଅତିଷ୍ଠ ହୋଇ ଗ୍ରାମବାସୀ ମାନେ ଉତକ୍ଷିପ୍ତ ହୋଇ ଏଭଳି କରିଥିବା ଆଇଆଇସି ସୂଚନା ଦେଇଛନ୍ତି। ତେବେ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ପୋଲିସ ଗୁରୁତ୍ୱ ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ କରିବାକୁ ସାଧାରଣ ରେ ଦାବି ହୋଇଛି।

   Related Posts