Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||
  • ନଭେମ୍ବରରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ
  • ||

ଅସରାଏ ବର୍ଷା ହେଲେ ସମ୍ୱଲପୁର ସହର ଉବୁଟୁବୁ, ନିଷ୍କାସନ ବ୍ୟବସ୍ଥା ନଥିବାରୁ ଲୋକଙ୍କ ଘରେ ପଶୁଛି ପାଣି

18/07/2018 at 10:14 PM

ସମ୍ବଲପୁରରେ ମାତ୍ର ଅସରାଏ ବର୍ଷା ହେଲେ, ସହର ବର୍ଷା ପାଣିରେ ଉବୁଟୁବୁ ହେଉଛି। ସମ୍ବଲପୁର ଏକ ମହାନଗର ନିଗମ ହୋଇଥିଲେ ମଧ୍ୟ, ବର୍ଷାଜଳ ନିଷ୍କାସନ ବ୍ୟବସ୍ଥା ନଥିବାରୁ, ପ୍ରତିବର୍ଷ ଜିଲ୍ଲାପ୍ରଶାସନ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ହେଉଛି। ତାହା ପୁଣି କେଉଁ ନଦୀରେ ବନ୍ୟାଜଳ ଯୋଗୁ ମୁକାବିଲା ନୁହେଁ, ସହରରେ ବଡନାଳ ନଥିବାରୁ, ବର୍ଷାଜଳ ଲୋକଙ୍କ ଘରେ ପଶୁଛି। ଆଉ ପ୍ରଶାସନ ଲୋକମାନଙ୍କୁ ଉଦ୍ଧାର କରି,ବିଭିନ୍ନସ୍ଥାନରେ ଥଇଥାନ କରୁଛି। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ, କଥାଟା ସତ। ହେଲେ ପ୍ରତିବର୍ଷ ବର୍ଷାଜଳ ବନ୍ୟା ପରିସ୍ଥିତିର ମୁକାବିଲା କରିବା ବଦଳରେ, ଯଦି ବଡନାଳ କରାଯାଇପାରନ୍ତା ତେବେ, ଏଭଳି ବନ୍ୟାରୁ ଲୋକମାନେ ରକ୍ଷା ପାଇବା ସହ, ସରକାରଙ୍କ ଲକ୍ଷାଧିକ ଟଙ୍କା କ୍ଷତିପୁରଣ ଓ ଥଇଥାନରୁ ବଞ୍ଚିପାରନ୍ତା।

   Related Posts