Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପତି ହେଲା ରାଜଧାନୀ : ବିଜେଡି କହିଲା ବିଜେପିର ନିର୍ବାଚନୀ ଚାଲ

9/12/2018 at 6:46 PM

ଭୁବନେଶ୍ବର ୯|୧୨: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ତେଜିଲା ଆନ୍ଦୋଳନ। ଆଜି ଦିଲ୍ଲୀରେ ବିଶ୍ବ ହିନ୍ଦୁ ପରିଷଦ ଓ ଅନ୍ୟ ହିନ୍ଦୁ ସଂଗଠନ ଗୁଡ଼ିକ ପକ୍ଷରୁ ବିଶାଳ ରାଲିର ଆୟୋଜନ କରାଯାଇଛି। ଦିଲ୍ଲୀ ରାମଲୀଳା ମଇଦାନରେ ହଜାର ହଜାର ଲୋକ ଏକାଠି ହୋଇ ରାମ ମନ୍ଦିର ନିର୍ମାଣ ପାଇଁ ଦାବିରେ ସାମିଲ ହୋଇଛନ୍ତି । ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ରାମ ମନ୍ଦିର ନିର୍ମାଣ ପାଇଁ ଆଇନଗତ ପ୍ରକ୍ରିୟାକୁ ଅପେକ୍ଷା ନକରି କେନ୍ଦ୍ର ସରକାର ଏଥିପାଇଁ ଅଧ୍ୟାଦେଶ ଆଣିବାକୁ ଦାବି କରିଛି ।…

ଦିଲ୍ଲୀ ରାମଲୀଳା ମଇଦାନରେ ବିଶାଳ ରାଲି । ଏକାଠି ହୋଇଛନ୍ତି ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ଲୋକ । ସମସ୍ତଙ୍କ ମୁହଁରେ ଗୋଟିଏ କଥା, ଅଯୋଧ୍ୟାର ବିବାଦୀୟ ଜମିରେ ପ୍ରତିଷ୍ଠା ହେଉ ରାମ ମନ୍ଦିର । ବିଶ୍ବ ହିନ୍ଦୁ ପରିଷଦ ଏହି ବିଶାଳ ରାଲିର ଆୟୋଜନ କରିଥିବା ବେଳେ ଦେଶର ବିଭିନ୍ନ ଅଞ୍ଚଳରୁ ପ୍ରାୟ ଦେଢ଼ ଲକ୍ଷ ଲୋକ ଏଥିରେ ସାମିଲ ହେଉଛନ୍ତି । ତେବେ ହଜାର ହଜାର ରାମ ମନ୍ଦିର ସମର୍ଥକ ଏକସଙ୍ଗେ ପହଞ୍ଚିବାରୁ ରାମଲୀଳା ମଇଦାନରେ ସେମାନଙ୍କର ପୋଲିସ ସହିତ ଧସ୍ତାଧସ୍ତି ହୋଇଥିଲା ।…

ଏପଟେଜୟ ଶ୍ରୀରାମ ଧ୍ବନିରେ ପ୍ରକମ୍ପତି ହେଲା ରାଜଧାନୀ । ଅଯୋଧ୍ୟାରେ ରାମ ମନ୍ଦିର ଦାବିରେ ଲୋୟର ପିଏମଜିରେ ବିଶାଳ ହିନ୍ଦୁ ସମ୍ମିଳନୀର ଆୟୋଜନ କରିଛିବିଶ୍ବହିନ୍ଦୁ ପରିଷଦ। ମହାମଣ୍ଡଳେଶ୍ବରସ୍ବାମୀ ଅଖିଳେଶ୍ବରାନନ୍ଦଙ୍କସହ ବିଭିନ୍ନ ମଠ,ମନ୍ଦିରର ମହନ୍ତ ଓ ସାଧୁ ଯୋଗ ଦେଇଥିଲେ। … ସେହିପରି ବ୍ରହ୍ମପୁର ଚନ୍ଦ୍ରଚୁଡ଼େଶ୍ବରମନ୍ଦିର ନିକଟରେ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଆୟୋଜିତ ହୋଇଥିଲା ବିଶାଳ ହିନ୍ଦୁ ସମାବେଶ।ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରୁ ଶହଶହ ଭିଏଚ୍‌ପି କର୍ମୀଏଥିରେ ଯୋଗଦେଇଥିଲେ ।… ବାଲେଶ୍ବର ଆଇଟିଆଇ ପଡ଼ିଆରେ ମଧ୍ୟ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଏକ ବିଶାଳ ହିନ୍ଦୁସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଏଥିଲେବାଲେଶ୍ବର,ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରରୁ ଶହଶହ ଲୋକ ସାମିଲହୋଇ ରାମ ମନ୍ଦିର ନିର୍ମାଣ ପାଇଁ ସଂକଳ୍ପ ନେଇଛନ୍ତି।…

ଏହିପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜୀ ତେଜ୍ ହୋଇଛି ।ବିଜେଡିକହିଛି ଏହା ବିଜେପିର ନିର୍ବାଚନୀଚାଲ୍ । ପ୍ରତିଥରନିର୍ବାଚନ ଆସିଲେ ବିଜେପିର ରାମ ମନ୍ଦିର କଥା ମନେପଡ଼େ ।ସେପଟେବିଜେପି କହିଛି ଏଥିରେ ଦଳର କୌଣସି ଭୂମିକା ନାହିଁ ।…

ମଙ୍ଗଳବାର ଠାରୁ ପାର୍ଲାମେଣ୍ଟର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ଆସନ୍ତା ବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହାହେବ ପାର୍ଲାମେଣ୍ଟର ଶେଷ ପୂର୍ଣ୍ଣାଙ୍ଗ ଅଧିବେଶନ । ପୁଣି ଅଯୋଧ୍ୟାର ବିବାଦୀୟ ଜମି ମାମଲାରେ ଜାନୁଆରୀ ମାସରୁ ନିୟମିତ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିସାରିଛନ୍ତି । ଏପରି ସ୍ଥିତିରେ ମୋଦି ସରକାର ଉପରେ ରାମ ମନ୍ଦିର ନିର୍ମାଣ ପାଇଁ ଚାପ ପକାଇବାକୁ ହିନ୍ଦୁତ୍ବବାଦୀ ସଂଗଠନ ସ୍ବର ଜୋରଦାର କରିଛନ୍ତି ।…

   Related Posts