Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଟିକାକରଣ ଏକ କୋଟି ପାର, ଶୁଭେଚ୍ଛା ଜଣାଇଲା ସ୍ବାସ୍ଥ୍ୟ ବିଭାଗ
  • ||
  • ରାଜ୍ୟରେ ଦିନକରେ ସୁସ୍ଥ ହେଲେ ୪୫୮୭ କରୋନା ଆକ୍ରାନ୍ତ , ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଡିସଚାର୍ଜ
  • ||
  • ଜୁନ ୨୪ରେ ବୈଠକ ଡାକିଲେ କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧି, ଦଳୀୟ କନ୍ଦଳ ନେଇ ହେବ ମାନସମନ୍ଥନ
  • ||
  • ଭଦ୍ରକ : ବ୍ରାଉନସୁଗାର ସେବନକୁ ବିରୋଧ କରିବାରୁ ମାରଣାସ୍ତ୍ର ଧରି ଗୋଡାଇଲେ ଯୁବକ, ୩ ଗିରଫ, ୧୦ ଗ୍ରାମ ବ୍ରାଉନସୁଗାର ଜବତ
  • ||
  • ଭୁବନେଶ୍ବର : କୋଭିଡ୍ ଦ୍ବାରା କ୍ଷତିଗ୍ରସ୍ତ ଅନେକ ଅର୍ଗାନ୍ ରହୁନି ସୁରକ୍ଷିତ – ଡିଏମଇଟି
  • ||
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଇଟ୍ଟାନଗର : ପୁଣି ଥରିଲା ଅରୁଣାଞ୍ଚଳ ପ୍ରଦେଶ, ଇଟ୍ଟାନଗରରେ ଭୂକମ୍ପ ଝଟ୍‌କା
  • ||
  • ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ ବ୍ୟବହାର ହେବ ଷ୍ଟେରଏଡ୍ – ନିରଞ୍ଜନ ମିଶ୍ର
  • ||
  • ଭୁବନେଶ୍ବର : ଦ୍ବିତୀୟ ଲହର ଅପେକ୍ଷା ତୃତୀୟ ଲହର ପ୍ରଭାବ କମ୍, ତଥାପି ଜୋରଦାର କରିବାକୁ ପଡିବ ଟିକାକରଣ – ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ପାଟଣା : ଘରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ମହିଳାଙ୍କ ଜୀବନ
  • ||

ଅଧରାତିରେ କବାଟ ଠକ ଠକ କଲେ, କବାଟ ଖୋଲିବାମାତ୍ରେ ନାବାଳିକାକୁ ଟେକିନେଇ କଲେ ଗଣ ଦୁଷ୍କର୍ମ: ଆଗରୁ ରାସ୍ତାରୁ ନେଇଥିଲେ ଉଠାଇ

16/12/2018 at 4:08 PM

ହୋସିୟାରପୁର ୧୬/୧୨ः ସମାଜରେ ଆଜିକାଲି ବଂଚିବାକୁ ଅନେକ କଥାରେ ସାଲିସ କରିବାକୁ ପଡ଼ିଥାଏ । ଖରାପ ହେଲେ ବି ନିଜର ସୁରକ୍ଷାପାଇଁ ଅନେକ ଘଟଣା ପ୍ରତି ଆକିବୁଜିଦେବାକୁ ପଡ଼େ । ସେଭଳି ଗୋଟିଏ ଘଟଣା ଘଟିଛି ପଂଜାବର ହୋସିୟାରପୁରରେ। ଜଣେ ନାବାଳିକାକୁ ପରିବାର ଲୋକଙ୍କ ସାମନାରୁ ଅସ୍ତ୍ର ଦେଖାଇ ଅପହରଣ କରିବା ପରେ  ହୋଇଛି ଗଣଦୁଷ୍କର୍ମ ।

ପୀଡ଼ିତାଙ୍କ ପିତା ଜଣେବ୍ୟବସାୟୀ । ସେ ନିଜର ଦୁଇ ଝିଅ, ପତ୍ନୀ ସହ ପଂଜାବର ହୋସିୟାରପୁରରେ ରୁହନ୍ତି । ଶୁକ୍ରବାର ରାତି୧୨.୫୦ ସମୟରେ କେହି ବକାଟ ଠକଠକ କରୁଥିବାର ଶୁଣିବାକୁ ପାଇଲେ । କବାଟ  ଖୋଲିବା ମାତ୍ରେ  ୪/୫ ଜଣ ଲୋକ ତାଙ୍କୁ ଧକ୍କା ମାରି ଘର ଭିତରକୁ ପଶିଥିଲେ। ସେମାନେ ସମସ୍ତେ ଧାରୁଆ ଅସ୍ତ୍ର ଧରିଥିଲେ । ଯେତେ ବିରୋଧ କଲେ ମଧ୍ୟ କିଛି ଶୁଣି ନ ଥିଲେ । ସେମାନେତାଙ୍କର ନାବାଳିକା ଝିଅକୁ ବଳପୂର୍ବକ ଟେକି ନେଇଯାଇଥିଲେ ।  ସେଇ ଅଭିଯୁକ୍ତମାନଙ୍କ ମଧ୍ୟରେ ଅଜାୟବ ସିଂ ନାମକ ଜଣେ ଯୁବକଥିଲା । ଯାହାର ଘର ସେଇ ଗାଁରେ ବୋଲି ଜଣାପଡ଼ିଛି ।  ତାପରେ ସେମାନେ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲେ ବୋଲିପୀଡ଼ିତାଙ୍କ ବାପା ଥାନାରେ ଏତାଲା ଦେଇଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଏହା ପୂର୍ବରୁ ଏମିତି  ଘଟଣା ଦୁଇଥର ଘଟିଛି । ୨୦୧୪ମସିହାରେ ରାସ୍ତାରୁ ଟେକି ନେଇ  ଅଜା୍ୟବ ସିଂ ତାଙ୍କଝିଅକୁ ଦୁଷ୍କର୍ମ କରିଥିଲା । ଯାହା ପଂଚାୟତର ପ୍ରଜାକୋର୍ଟ ଦ୍ଵାରା ସମାଧାନ ହୋଇଥିଲା । ସେ ଏଭଳିକାମ ଆଉ କରିବ ନାହିଁ ବୋଲି ସମସ୍ତଙ୍କ ଆଗରେ ଭୁଲ ମଧ୍ୟ ମାଗିଥିଲା । କିନ୍ତୁ ଏହି ଘଟଣାର କିଛି ଦିନପରେ ଜୁଲାଇ ମାସ ୨୬ ତାରିଖରେ ସ୍କୁଲ ଯିବା ସମୟରେ ନାବାଳିକାକୁ ଆଉଥରେ କିଛି ଲୋକଙ୍କ ସାହାର୍ଯ୍ୟରେଅପହରଣ କରିନେଇ ଦୁଷ୍କର୍ମ କରିଥିଲା । ପୀଡ଼ିତାଙ୍କ ବାପା ଏବାବଦରେ ଥାନାରେ କେସ୍ କରିବା ପରେ ଅଜାୟବସିଂ ନାଁରେ ପୋଲିସ ମାମଲା ରୁଜୁ କରି ଗିରଫ କରିଥିଲା । ଏହି କେସ ସହିତ ଅଜାୟବ ସିଂ ର ବାପା ,ବଡ଼ଭାଇ,ଅନ୍ୟ ପରିବାରଲୋକଙ୍କୁ ମଧ୍ୟ ସାମିଲ କରିଥିଲା ପୋଲିସ ।

କିନ୍ତୁ ଏହି କେସ୍ ଆଗକୁଯାଇପାରି ନ ଥିଲା । ଥାନାଧିକାରୀ ଏହି ଅପରାଧୀମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ପୀଡ଼ିତାଙ୍କ ବାପା ଏହି କେସ୍ ଟିକୁ ସେମାନଙ୍କ ବିରୋଧରେ  ଆଉଥରେ କୋର୍ଟରେ ଦାୟର କଲେ । ଏହାପରେ ମୁଖ୍ୟ ଅଭିଯୁକ୍ତଅଜାୟବ ସିଂ ପୁଣି ଥରେ ପୀଡ଼ିତାଙ୍କୁ ଧମକ ଦେଇ ସେଭଳି କିଛି ଦୁଷ୍କର୍ମ ହୋଇନାହଁ , ଯାହାକିଛି ହୋଇଛିନିଜ ଇଛାରେ ହୋଇଛି ,ଏଥିରେ କାହାର ହାତ ନାହିଁ ବୋଲି   ବୋଲି  ସାଧା କାଗଜରେ ଲେଖେଇ ନେଇଥିଲେ ।  

କୋର୍ଟରେ କେସ୍ ସେମିତିପଡ଼ିରହିଥିଲା । ମୁଖ୍ୟ ଅଭିଯୁକ୍ତ ନିର୍ଦ୍ଵନ୍ଦରେ ସେମିତି ବୁଲୁଛି ବୋଲି ପୀଡ଼ିତାଙ୍କ ବାପା ଅଭିଯୋଗକରିଛନ୍ତି ।

ପୁଣିଥରେ ଅଜାୟବ ସିଂଗତକାଲି ରାତି ୧୨.୩୦ସମୟରେ ୪/୫ ଜଣ ଯୁବକଙ୍କ ସହ ଜବରଦସ୍ତଭାବେ ଘରେ ପଶି ନାବାଳିକାଙ୍କୁ ଅପହରଣକରି  ଦୁଷ୍କର୍ମ କରିଛନ୍ତି ବୋଲି ଥାନାରେ ଅଭିଯୋଗକରିଛନ୍ତି ।

   Related Posts