ଅଦିନିଆ ବର୍ଷାରେ ଚାଷୀ ହତାଶ୍, ହଜାର ହଜାର ଏକର ଜମି ବୁଡିଲା ପାଣିରେ
1/06/2018 at 9:35 PM

ସମ୍ବଲପୁର ଜିଲ୍ଲାରେ ଚାଷୀ ଏବେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି। ଗତ ଖରିଫ୍ ଋତୁରେ ଚାଷୀ ଚକଡା ପୋକ ଦାଉରେ ସର୍ବସ୍ବାନ୍ତ ହୋଇଥିବା ବେଳେ, ରବି ଋତୁରେ କିଛି ଭଲ ଫସଲ କରି,ଋଣ ସୁଝିବା ଆଶାରେ ଥିଲା। ହେଲେ ଗତ କିଛି ଦିନହେଲା, କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଧାନଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି। ଯେଉଁ ଚାଷୀ ଧାନ କାଟିସାରିଥିଲେ, ସେମାନେ ମଣ୍ଡିରେ ଧାନ ରଖିଥିବା ବେଳେ, ଯେଉଁ ଚାଷୀଙ୍କ ଧାନ କ୍ଷେତରେ ରହିଯାଇଥିଲା, ସବୁ ଧାନ ବର୍ଷା ପାଣିରେ ବୁଡି ରହିଛି। ଏହାକୁ ନେଇ ଚାଷୀମାନେ କଣ କରିବେ ଚିନ୍ତାରେ ପଡିଯାଇଛନ୍ତି।